ବିଦେଶ ଗଣମାଧ୍ୟମରେ ପୁଟିନଙ୍କ ଗସ୍ତ ଚର୍ଚ୍ଚା; ୟୁକ୍ରେନ ଯୁଦ୍ଧ ବେଳେ ଭାରତ ସହ ସମ୍ପର୍କ ବଢ଼ାଉଛି ରୁଷିଆ

Advertisment

ଭାରତ ଏବଂ ରୁଷ ମଧ୍ୟରେ ବନ୍ଧୁତା ଦଶନ୍ଧି ପୁରୁଣା । ସୋଭିଏତ୍ ୟୁନିଅନ୍ ୧୯୭୧ ଭାରତ-ପାକ୍ ଯୁଦ୍ଧ ସମୟରେ ମଧ୍ୟ ଭାରତକୁ ସମର୍ଥନ କରିଥିଲା । ଏହି କାରଣରୁ ଭାରତୀୟ ନେତାମାନେ ପ୍ରାୟତଃ ରୁଷକୁ ସେମାନଙ୍କର ସବୁଠାରୁ ବିଶ୍ୱସ୍ତ ବନ୍ଧୁ ମାନନ୍ତି ।

ଭାରତ ଏବଂ ରୁଷ ମଧ୍ୟରେ ବନ୍ଧୁତା ଦଶନ୍ଧି ପୁରୁଣା । ସୋଭିଏତ୍ ୟୁନିଅନ୍ ୧୯୭୧ ଭାରତ-ପାକ୍ ଯୁଦ୍ଧ ସମୟରେ ମଧ୍ୟ ଭାରତକୁ ସମର୍ଥନ କରିଥିଲା । ଏହି କାରଣରୁ ଭାରତୀୟ ନେତାମାନେ ପ୍ରାୟତଃ ରୁଷକୁ ସେମାନଙ୍କର ସବୁଠାରୁ ବିଶ୍ୱସ୍ତ ବନ୍ଧୁ ମାନନ୍ତି ।

Putin’s Visit

Putin’s Visit Photograph: (Kanak News)

କନକ ବ୍ୟୁରୋ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତକୁ ନେଇ ସାରା ବିଶ୍ୱର ଗଣମାଧ୍ୟମରେ ଖୁବ୍ ଚର୍ଚ୍ଚା ଚାଲିଛି । ଦୁଇ ଦିନିଆ ଗସ୍ତରେ ଆସିଥିବା ପୁଟିନଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ବିବିସି ଏହି ଗସ୍ତକୁ ନେଇ ଏକ ବଡ଼ ଟିପ୍ପଣୀ କରିଛି । ବିବିସି ଲେଖିଛି, ଆମେରିକାର ପ୍ରବଳ ଚାପ ଏବଂ ଚେତାବନୀ ସତ୍ତ୍ୱେ ପୁଟିନ ଭାରତରେ ପହଞ୍ଚିଛନ୍ତି, ଯାହା ଭାରତ-ରୁଷ ସମ୍ପର୍କର ଗଭୀରତାକୁ ଦର୍ଶାଉଛି । ପୁଟିନଙ୍କ ଗସ୍ତ ସ୍ପଷ୍ଟ କରୁଛି ଯେ ଭାରତ କୌଣସି ବିଦେଶୀ ଚାପରେ ନିଜର ବନ୍ଧୁତାକୁ ବଳି ଦେବାକୁ ପ୍ରସ୍ତୁତ ନୁହେଁ ।

ଅନ୍ୟପଟେ, ୟୁକ୍ରେନୀୟ ଗଣମାଧ୍ୟମ ଏହି ଗସ୍ତକୁ ନେଇ ଭିନ୍ନ ମତ ରଖିଛି । ୟୁକ୍ରେନ୍‌ର ଗଣମାଧ୍ୟମ ଲେଖିଛି, ଏହା ହେଉଛି ଭାରତୀୟ କୂଟନୀତି ପାଇଁ ଏକ ବଡ଼ ପରୀକ୍ଷା । ରୁଷ-ୟୁକ୍ରେନ ଯୁଦ୍ଧ ସମୟରେ ଭାରତ କିପରି ଉଭୟ ପକ୍ଷ ସହିତ ସନ୍ତୁଳନ ରକ୍ଷା କରୁଛି, ତାହା ଏବେ ବିଶ୍ୱ ଦେଖିବ । ୟୁକ୍ରେନ୍‌ ଗଣମାଧ୍ୟମ କିଭ୍‌ ଇଣ୍ଡିପେଡେଣ୍ଟ ଅନୁଯାୟୀ, ପୁଟିନଙ୍କ ଭାରତ ଗସ୍ତ ଏହା ଦେଖାଇବାର ଏକ ସୁଯୋଗ ଯେ ରୁଷ ବିଶ୍ୱରୁ ପୃଥକ ନୁହେଁ ଏବଂ ଗ୍ଲୋବାଲ୍ ସାଉଥ୍ ଭଳି ବଡ଼ ଅଞ୍ଚଳରେ ଏହାର ଦୃଢ଼ ଅଂଶୀଦାର ଅଛନ୍ତି ।

ଅଧିକ ପଢ଼ନ୍ତୁ : ଦୁଇଦିନିଆ ଭାରତ ଗସ୍ତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ; ବାର୍ଷିକ ଶିଖର ସମ୍ମିଳନୀରେ ହେବେ ସାମିଲ

ଭାରତ ଏବଂ ରୁଷ ମଧ୍ୟରେ ବନ୍ଧୁତା ଦଶନ୍ଧି ପୁରୁଣା । ସୋଭିଏତ୍ ୟୁନିଅନ୍ ୧୯୭୧ ଭାରତ-ପାକ୍ ଯୁଦ୍ଧ ସମୟରେ ମଧ୍ୟ ଭାରତକୁ ସମର୍ଥନ କରିଥିଲା । ଏହି କାରଣରୁ ଭାରତୀୟ ନେତାମାନେ ପ୍ରାୟତଃ ରୁଷକୁ ସେମାନଙ୍କର ସବୁଠାରୁ ବିଶ୍ୱସ୍ତ ବନ୍ଧୁ ମାନନ୍ତି । ଭାରତ ଉପରେ ଆମେରିକାର ଉଚ୍ଚ ଟାରିଫ୍ ସତ୍ତ୍ବେ ଟ୍ରମ୍ପଙ୍କୁ ଅସନ୍ତୁଷ୍ଟ କଲା ଭଳି କିଛି ନକରି ରୁଷ୍ ସହ ସମ୍ପର୍କରୁ ଲାଭ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୂଟନୈତିକ ପଦକ୍ଷେପ ନେଇଛନ୍ତି ବୋଲି ୱାସିଂଟନ ପୋଷ୍ଟ ଲେଖିଛି । ନ୍ୟୁୟର୍କ ଟାଇମ୍ସ ଲେଖିଛି, ପୁଟିନଙ୍କୁ ମୋଦୀ ବ୍ୟକ୍ତିଗତ ଭାବେ ସ୍ୱାଗତ କରିବା ଦୁଇଜଣଙ୍କ ମଧ୍ୟରେ ସମ୍ପର୍କକୁ ଦର୍ଶାଉଛି ।

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ଭାରତ ଗସ୍ତର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସହ ହାଇଦ୍ରାବାଦ ହାଉସ୍‌ରେ ବୈଠକ ଓ ଆଲୋଚନା ପରେ ରକ୍ଷା ଓ କୂଟନୈତିକ ସମ୍ପର୍କ ମଜଭୁତ ହୋଇଛି । ୨୩ତମ ଭାରତ-ରୁଷ ବାର୍ଷିକ ସମ୍ମିଟ୍‌ରେ ଏସ୍-୫୦୦, ପଞ୍ଚମ ପିଢ଼ିର ଏସୟୁ-୫୭ ବିମାନ ଓ ଏସ୍-୪୦୦ ଉପରେ ଆଲୋଚନା ହୋଇଛି । ୨୦୧୮ରେ ୫.୪୩ ବିଲିୟନ୍ ଡଲାରରେ ହୋଇଥିବା ଏସ୍-୪୦୦ ଚୁକ୍ତି ଅନୁଯାୟୀ ଭାରତକୁ ୫ଟି ରେଜିମେଣ୍ଟ୍ ମିଳିବ । ଏଯାଏଁ ୩ଟି ରେଜିମେଣ୍ଟ୍ ମିଳିସାରିଛି, ବାକି ୨ଟି ୨୦୨୬ରେ ଆସିବ । ମେ’ ୨୦୨୫ର ଅପରେସନ୍ ସିନ୍ଦୂର୍‌ରେ ଏହି ସିଷ୍ଟମ୍ ପାକିସ୍ତାନର ୫ଟି ଫାଇଟର୍ ଜେଟ୍ ଓ ଏରିଆଇ ବିମାନକୁ ୩୧୪ କିଲୋମିଟର୍ ଦୂରରୁ ନିପାତ କରିଥିଲା ।

ପୁଟିନଙ୍କ ଗସ୍ତ ପୂର୍ବରୁ ରୁଷ ଭାରତକୁ ଏସୟୁ-୫୭ର ଉତ୍ପାଦନ ଓ ଟେକ୍ନୋଲୋଜି ଟ୍ରାନ୍ସଫର୍ ପ୍ରସ୍ତାବ ଦେଇଛି । ଏହା ଆମେରିକାର ଏଫ୍-୩୫ ଓ ଚୀନର ଜେ-୨୦ର ପ୍ରତିଦ୍ୱନ୍ଦ୍ୱୀ । ଏହାର ଏଇଏସ୍‌ଏ ରାଡାର୍, ଏଆଇ ଭିତ୍ତିକ ଏଭିଓନିକ୍ସ୍, ଟେକ୍ନୋଲୋଜି ଓ ସୁପରକ୍ରୁଜ୍ କ୍ଷମତା ରହିଛି । ଏହା ସହ ରୁଷୀୟ ପାର୍ଲାମେଣ୍ଟ୍ ନିକଟରେ ଆର୍‌ଇଏଲ୍‌ଓଏସ୍‌କୁ ଅନୁମୋଦନ କରିଛି । ଏହା ସାମରିକ ବେସ୍, ଇନ୍ଧନ ଓ ଲଜିଷ୍ଟିକ୍ସ୍ ସୁବିଧା ଆଦାନପ୍ରଦାନକୁ ସହଜ କରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe