Governors Photograph: (Internet)
କନକ ବ୍ୟୁରୋ : ବଦଳିଲେ ୯ ରାଜ୍ୟପାଳ ଓ ଉପଜିଲ୍ଲାପାଳ । ଦିଲ୍ଲୀକୁ ମିଳିଲା ନୂଆ ଉପରାଜ୍ୟପାଳ । ତରନଜିତ୍ ସିଂ ସନ୍ଧୁ ହେଲେ ଦିଲ୍ଲୀର ନୂଆ ଉପରାଜ୍ୟପାଳ । ସେହିପରି ତେଲେଙ୍ଗାନାର ରାଜ୍ୟପାଳ ହେଲେ ଶିବ ପ୍ରତାପ ଶୁକ୍ଲା । ମହାରାଷ୍ଟ୍ରର ଜିଷ୍ଣୁଦେବ ବର୍ମା, ନାଗାଲାଣ୍ତର ନନ୍ଦକିଶୋର ଯାଦବ, ପଶ୍ଚିମବଙ୍ଗର ଆର୍ଏନ୍ ରବି, ବିହାରର ସୟଦ ଅତା ହସନେନ୍ ହୋଇଛନ୍ତି ନୂଆ ରାଜ୍ୟପାଳ । ତାମିଲନାଡୁର ରାଜ୍ୟପାଳ ହେଲେ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଏବଂ ହିମାଚଳ ପ୍ରଦେଶର କବୀନ୍ଦର ଗୁପ୍ତା ରାଜ୍ୟପାଳ ହୋଇଛନ୍ତି । ଲଦ୍ଦାଖର ଉପରାଜ୍ୟପାଳ ହେଲେ ଭିକେ ସକ୍ସେନା ।
ଆଜି ଇସ୍ତଫା ଦେଇଥିଲେ ପଶ୍ଚିମବଙ୍ଗ ରାଜ୍ୟପାଳ ଓ ଲଦାଖ ଉପରାଜ୍ୟପାଳ । ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ବଡ଼ ହଲଚଲ । ଇସ୍ତଫା ଦେଲେ ପଶ୍ଚିମବଙ୍ଗ ଉପରାଜ୍ୟପାଳ ସିଭି ଆନନ୍ଦ ବୋଷ । ରାଷ୍ଟ୍ରପତିଙ୍କ ପାଖକୁ ପଠାଇଲେ ଇସ୍ତଫାପତ୍ର । ୨୦୨୨ ନଭେମ୍ୱରରେ ସେ ପଶ୍ଚିମବଙ୍ଗ ରାଜ୍ୟପାଳ ଭାବେ ଦାୟିତ୍ୱଗ୍ରହଣ କରିଥିଲେ । ତେବେ ସାଢ଼େ ୩ ବର୍ଷ ପରେ କାହିଁକି ଅଚାନକ ପଦତ୍ୟାଗ କଲେ, ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି ।
ଅଧିକ ପଢ଼ନ୍ତୁ : ବିଧାନସଭା ନିର୍ବାଚନ ପୂର୍ବରୁ ପଦରୁ ଇସ୍ତଫା ଦେଲେ ପଶ୍ଚିମବଙ୍ଗ ରାଜ୍ୟପାଳ, ଇସ୍ତଫା ପରେ ତୁରନ୍ତ ଦିଲ୍ଲୀ ଗଲେ ସିବି ଆନନ୍ଦ ବୋଷ
ଚଳିତବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ, ଠିକ୍ ତା ପୂର୍ବରୁ ରାଜ୍ୟପାଳଙ୍କ ଇସ୍ତଫା ଅନେକ ଚର୍ଚ୍ଚା ସୃଷ୍ଟି କରିଛି । ଏସବୁ ଭିତରେ ସାମ୍ନାକୁ ଆସିଛି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସୋସିଆଲ ମିଡିଆ ପୋଷ୍ଟ୍ । ରାଜ୍ୟପାଳଙ୍କ ଇସ୍ତଫାରେ ମୁଁ ଚକିତ ଓ ଚିନ୍ତିତ, କିନ୍ତୁ ଏବେ କାରଣ ଜଣାନାହିଁ ବୋଲି ଲେଖିଛନ୍ତି ମମତା । ତେବେ ତାଙ୍କ ଉପରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ରାଜନୈତିକ ଚାପ ଥିବ ବୋଲି ସନ୍ଦେହ ପ୍ରକାଶ କରିଛନ୍ତି ।
ଏଥିସହ ଲେଖିଛନ୍ତି ଯେ, ଆର୍.ଏନ୍. ରବି ପଶ୍ଚିମବଙ୍ଗ ରାଜ୍ୟପାଳ ହେଉଛନ୍ତି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ମୋତେ ଜଣାଇଛନ୍ତି । କିନ୍ତୁ ସେ ଏନେଇ ମୋ ସହ କୌଣସି ପରାମର୍ଶ ନକରିବା ସମ୍ୱିଧାନ ଓ ସଂଘୀୟ ବ୍ୟବସ୍ଥା ବିରୋଧୀ । ସେପଟେ ଲଦାଖରୁ ବି ଆସୁଛି ବଡ଼ ଖବର । ଲଦାଖ ଉପରାଜ୍ୟପାଳ କବିନ୍ଦର ଗୁପ୍ତା ମଧ୍ୟ ଇସ୍ତଫା ଦେଇଛନ୍ତି । ଉପରାଜ୍ୟପାଳ ବନିବାର ୯ ମାସ ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି । ୨୦୨୫ ଜୁଲାଇରେ ଉପରାଜ୍ୟପାଳ ପଦ ଗ୍ରହଣ କରିଥିଲେ କବିନ୍ଦର ଗୁପ୍ତା । ତେବେ ଅଚାନକ କାହିଁକି ଏହି ଇସ୍ତଫା ପର୍ବ ? କାହିଁକି ପଦ ଛାଡ଼ିଲେ ପଶ୍ଚିମବଙ୍ଗ ରାଜ୍ୟପାଳ ଓ ଲଦାଖ ଉପରାଜ୍ୟପାଳ ? ସିଭି ଆନନ୍ଦ ବୋଷ ଓ କବିନ୍ଦର ଗୁପ୍ତାଙ୍କ ନିଷ୍ପତ୍ତି ପଛର କାରଣ କଣ ?
Follow Us