କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ରାଜ୍ୟପାଳ ଥିବା ସିିବି ଆନନ୍ଦ ବୋଷ ଆଜି ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫାର କାରଣ ସ୍ପଷ୍ଟ ହୋଇନାହିଁ । ଇସ୍ତଫା ଦେବା ପରେ ସେ ତୁରନ୍ତ ଦିଲ୍ଲୀ ଯାଇଛନ୍ତି । ସିବି ଆନନ୍ଦ ବୋଷ ୩.୫ ବର୍ଷ ହେବ ପଶ୍ଚିମବଙ୍ଗର ରାଜ୍ୟପାଳ ଥିଲେ । ଇସ୍ତଫା ଦେବା ପରେ ସେ ଜାତୀୟ ଗଣମାଧ୍ୟମକୁ କହିଛନ୍ତି କି, ରାଜଭବନରେ ସେ ପର୍ଯ୍ୟାପ୍ତ ସମୟ ବିତାଇ ସାରିଛନ୍ତି ।
ସିବି ଆନନ୍ଦ ବୋଷ ନଭେମ୍ବର ୧୭ ୨୦୨୨ ମସିହାରେ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ । ତାଙ୍କ ପୂର୍ବରୁ ମଣିପୁରର ତକ୍ରାଳୀନ ରାଜ୍ୟପାଳ ଲା ଗଣେଶନ ଅତିରିକ୍ତ ଭାବେ ପଶ୍ଚିମବଙ୍ଗ ରାଜ୍ୟପାଳ ଦାୟିତ୍ୱ ତୁଲାଇଥିଲେ । ଜଗଦୀପ ଧନଖଡ ଉପରାଷ୍ଟ୍ରପତି ହେବା ପରେ ତାଙ୍କ ସ୍ଥାନରେ ସିବି ଆନନ୍ଦ ବୋଷଙ୍କୁ ନିଯୁକ୍ତ କରାଯାଇଥିଲା ।
ସିବି ଆନନ୍ଦ ବୋଷ ୧୯୭୭ ବ୍ୟାଚର ଆଇଏଏସ ଅଫିସର ଥିଲେ । ସେ ଜଣେ ଲେଖକ ମଧ୍ୟ । ସେ ଇଂଗ୍ରାଜୀ, ମଲୟଲମ ଓ ହିନ୍ଦୀରେ ପାଖାପାଖି ୪୦ ପୁସ୍ତକ ରଚନା କରିଛନ୍ତି । ତାଙ୍କ ଜବାହଲାଲ ନେହେରୁ ଫେଲୋସପିରେ ସମ୍ମାନିତ କରାଯାଇଥିଲା । ସେ ମୋଦୀ ସରକାରରେ ବିକାଶର ରୋଡ ମ୍ୟାପ୍ ପ୍ରସ୍ତୁତ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/05/19a-2026-03-05-20-13-51.jpg)