Rahul Gandhi : ରାହୁଲଙ୍କ ଜନ୍ମଦିନରେ ମୋଦୀ କହିଲେ...

Advertisment

୫୫ ବର୍ଷରେ ପାଦ ଦେଲେ କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ୧୯ ଜୁନ ୧୯୭୦ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଏବଂ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ଏକମାତ୍ର ପୁଅ ରାହୁଲ ଗାନ୍ଧୀ

Updated On

୫୫ ବର୍ଷରେ ପାଦ ଦେଲେ କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ୧୯ ଜୁନ ୧୯୭୦ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଏବଂ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ଏକମାତ୍ର ପୁଅ ରାହୁଲ ଗାନ୍ଧୀ

ଅଦ୍ୟତନ ହୋଇଛି
Modi Rahul Gandhi

Modi Rahul Gandhi Photograph: (kanak News)

କନକ ବ୍ୟୁରୋ: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଆଜି ଜନ୍ମଦିନ । ପୂରା ଦେଶରୁ ଛୁଟୁଛି ଶୁଭେଚ୍ଛା । ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ରାହୁଲ ଗାନ୍ଧୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ୍‌ କରି ରାହୁଲଙ୍କ ଦୀର୍ଘ ଓ ସୁସ୍ଥ ଜୀବନର କାମନା କରିଛନ୍ତି । କଥାହେଲା ବିରୋଧୀ ଦଳ ନେତା ରାହୁଲ ପ୍ରତିମୁହୂର୍ତ୍ତରେ ମୋଦୀ ସରକାରଙ୍କ ଅନେକ ଯୋଜନାକୁ ସମାଲୋଚନା କରନ୍ତି । ଏମିତିକି ମୋଦୀ ଗୃହରେ କଂଗ୍ରେସର ଅନେକ ଭୁଲ୍‌କୁ ନେଇ କଡ଼ ସମାଲୋଚନା କରନ୍ତି । କିନ୍ତୁ ଜନ୍ମଦିନରେ ମୋଦୀ ରାହୁଲଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଟ୍ବିଟ୍‌ କରିବା ପରେ ଜୋରଦାର ଚର୍ଚ୍ଚା ଚାଲିଛି ।

ରାହୁଲଙ୍କ ଜନ୍ମଦିନ
ଟ୍ବିଟ୍‌ କରି ମୋଦୀ କହିଲେ…
ଖଡଗେ ଜଣାଇଲେ ଶୁଭେଚ୍ଛା
ସୋସିଆଲ ମିଡିଆରେ ଜୋରଦାର କଲେ ପ୍ରଶଂସା

ରାହୁଲଙ୍କ ଜନ୍ମଦିନକୁ ନେଇ ଜୋରଦାର ଚର୍ଚ୍ଚା । କାରଣ ଜଣଙ୍କ ପରେ ଜଣେ ନେତା ତାଙ୍କୁ ପ୍ରଶଂସା କରୁଛନ୍ତି । ଖାସ୍‌ କରି କଂଗ୍ରେସର ଅନେକ ନେତା ରାହୁଲଙ୍କ କାମ କରିବାର ଶୈଳୀକୁ ନେଇ ବେଶ୍‌ ଖୁସି । କଥାହେଲା, ଦେଶରୁ ୧୧ ବର୍ଷ ହେଲାଣି କଂଗ୍ରେସ କ୍ଷମତାରୁ ଦୂରେଇ ରହିଛି । ୨୦୧୪ ପରେ କ୍ରମାଗତ ଭାବରେ କେନ୍ଦ୍ରରେ ମୋଦୀ ସରକାର ଅଛି । କ୍ଷମତା ଦଖଲ କରିବା ପାଇଁ କଂଗ୍ରେସ ବାରମ୍ବାର ଚେଷ୍ଟା ପରେ ବି କ୍ଷମତା ଅକ୍ତିଆର କରିବାରେ ଅସଫଳ ରହୁଛି । ଏହାରି ଭିତରେ ଜନ୍ମଦିନକୁ ନେଇ ବି ରାଜନୀତି ଆରମ୍ଭ ହୋଇଯାଇଛି ।

ରାହୁଲଙ୍କୁ କେଉଁ କେଉଁ ନେତା ଦେଲେ ଶୁଭେଚ୍ଛା

୫୫ ବର୍ଷରେ ପାଦ ଦେଲେ କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ୧୯ ଜୁନ୍‌ ୧୯୭୦ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଏବଂ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ଏକମାତ୍ର ପୁଅ ରାହୁଲ ଗାନ୍ଧୀ । ରାହୁଲଙ୍କ ଜନ୍ମଦିନରେ ଦେଶର ଅନେକ ରାଜନୈତିକ ବ୍ୟକ୍ତି ଶୁଭେଚ୍ଛା ଜଣାଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ରାହୁଲଙ୍କୁ ଜନ୍ମଦିନ ଅବସରରେ ଅଭିନନ୍ଦନ ଜଣାଇଛନ୍ତି । ସେପଟେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ରାହୁଲଙ୍କୁ ଶୁଭେଚ୍ଛା ଜଣାଇଥିବା ବେଳେ ସମ୍ବିଧାନର ମୂଲ୍ୟବୋଧ ପ୍ରତି ରାହୁଲଙ୍କ ସମର୍ପଣ ଭାବକୁ ପ୍ରଶଂସା କରିଛନ୍ତି । ରାହୁଲ କେମିତି ଲକ୍ଷ ଲକ୍ଷ ଲୋକଙ୍କ ପ୍ରତି କରୁଣା ଭାବ ଦେଖାଇ ସେମାନଙ୍କ ସ୍ୱର ସାଜୁଛନ୍ତି ତାହା କହି ପ୍ରଶଂସା କରିଛନ୍ତି ଖଡଗେ ।

୨୦୦୪ରେ ରାହୁଲ ରାଜନୀତିରେ ପାଦ ଦେଇଥିବା ବେଳେ ୨୦୦୭ରେ ସେ ହୋଇଥିଲେ କଂଗ୍ରେସର ମହାସଚିବ । ବାସ୍ ୨୦୦୪ରୁ ୨୦୨୫ ଏହି ୨୧ ବର୍ଷ ଭିତରେ ରାହୁଲ ଗାନ୍ଧୀ ରାଜନୀତିର ଏକ ଜଣାଶୁଣା ଚେହେରା ପାଲଟି ଯାଇଛନ୍ତି । ପୂର୍ବ ଅପେକ୍ଷା ତାଙ୍କ ରାଜନୈତିକ ଜୀବନରେ ଅନେକ ଉନ୍ନତି ଆସିଛି । ତେବେ ତାଙ୍କ ଆଗାମୀ ଜୀବନ ଯାତ୍ରା ଏବଂ ରାଜନୈତିକ ଯାତ୍ରା ପାଇଁ ସମସ୍ତେ ଅଭିନନ୍ଦନ ଜଣାଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe