କନକ ବ୍ୟୁରୋ: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଆଜି ଜନ୍ମଦିନ । ପୂରା ଦେଶରୁ ଛୁଟୁଛି ଶୁଭେଚ୍ଛା । ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ରାହୁଲ ଗାନ୍ଧୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ୍ କରି ରାହୁଲଙ୍କ ଦୀର୍ଘ ଓ ସୁସ୍ଥ ଜୀବନର କାମନା କରିଛନ୍ତି । କଥାହେଲା ବିରୋଧୀ ଦଳ ନେତା ରାହୁଲ ପ୍ରତିମୁହୂର୍ତ୍ତରେ ମୋଦୀ ସରକାରଙ୍କ ଅନେକ ଯୋଜନାକୁ ସମାଲୋଚନା କରନ୍ତି । ଏମିତିକି ମୋଦୀ ଗୃହରେ କଂଗ୍ରେସର ଅନେକ ଭୁଲ୍କୁ ନେଇ କଡ଼ ସମାଲୋଚନା କରନ୍ତି । କିନ୍ତୁ ଜନ୍ମଦିନରେ ମୋଦୀ ରାହୁଲଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଟ୍ବିଟ୍ କରିବା ପରେ ଜୋରଦାର ଚର୍ଚ୍ଚା ଚାଲିଛି ।
ରାହୁଲଙ୍କ ଜନ୍ମଦିନ
ଟ୍ବିଟ୍ କରି ମୋଦୀ କହିଲେ…
ଖଡଗେ ଜଣାଇଲେ ଶୁଭେଚ୍ଛା
ସୋସିଆଲ ମିଡିଆରେ ଜୋରଦାର କଲେ ପ୍ରଶଂସା
ରାହୁଲଙ୍କ ଜନ୍ମଦିନକୁ ନେଇ ଜୋରଦାର ଚର୍ଚ୍ଚା । କାରଣ ଜଣଙ୍କ ପରେ ଜଣେ ନେତା ତାଙ୍କୁ ପ୍ରଶଂସା କରୁଛନ୍ତି । ଖାସ୍ କରି କଂଗ୍ରେସର ଅନେକ ନେତା ରାହୁଲଙ୍କ କାମ କରିବାର ଶୈଳୀକୁ ନେଇ ବେଶ୍ ଖୁସି । କଥାହେଲା, ଦେଶରୁ ୧୧ ବର୍ଷ ହେଲାଣି କଂଗ୍ରେସ କ୍ଷମତାରୁ ଦୂରେଇ ରହିଛି । ୨୦୧୪ ପରେ କ୍ରମାଗତ ଭାବରେ କେନ୍ଦ୍ରରେ ମୋଦୀ ସରକାର ଅଛି । କ୍ଷମତା ଦଖଲ କରିବା ପାଇଁ କଂଗ୍ରେସ ବାରମ୍ବାର ଚେଷ୍ଟା ପରେ ବି କ୍ଷମତା ଅକ୍ତିଆର କରିବାରେ ଅସଫଳ ରହୁଛି । ଏହାରି ଭିତରେ ଜନ୍ମଦିନକୁ ନେଇ ବି ରାଜନୀତି ଆରମ୍ଭ ହୋଇଯାଇଛି ।
ରାହୁଲଙ୍କୁ କେଉଁ କେଉଁ ନେତା ଦେଲେ ଶୁଭେଚ୍ଛା
୫୫ ବର୍ଷରେ ପାଦ ଦେଲେ କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ୧୯ ଜୁନ୍ ୧୯୭୦ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଏବଂ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ଏକମାତ୍ର ପୁଅ ରାହୁଲ ଗାନ୍ଧୀ । ରାହୁଲଙ୍କ ଜନ୍ମଦିନରେ ଦେଶର ଅନେକ ରାଜନୈତିକ ବ୍ୟକ୍ତି ଶୁଭେଚ୍ଛା ଜଣାଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ରାହୁଲଙ୍କୁ ଜନ୍ମଦିନ ଅବସରରେ ଅଭିନନ୍ଦନ ଜଣାଇଛନ୍ତି । ସେପଟେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ରାହୁଲଙ୍କୁ ଶୁଭେଚ୍ଛା ଜଣାଇଥିବା ବେଳେ ସମ୍ବିଧାନର ମୂଲ୍ୟବୋଧ ପ୍ରତି ରାହୁଲଙ୍କ ସମର୍ପଣ ଭାବକୁ ପ୍ରଶଂସା କରିଛନ୍ତି । ରାହୁଲ କେମିତି ଲକ୍ଷ ଲକ୍ଷ ଲୋକଙ୍କ ପ୍ରତି କରୁଣା ଭାବ ଦେଖାଇ ସେମାନଙ୍କ ସ୍ୱର ସାଜୁଛନ୍ତି ତାହା କହି ପ୍ରଶଂସା କରିଛନ୍ତି ଖଡଗେ ।
୨୦୦୪ରେ ରାହୁଲ ରାଜନୀତିରେ ପାଦ ଦେଇଥିବା ବେଳେ ୨୦୦୭ରେ ସେ ହୋଇଥିଲେ କଂଗ୍ରେସର ମହାସଚିବ । ବାସ୍ ୨୦୦୪ରୁ ୨୦୨୫ ଏହି ୨୧ ବର୍ଷ ଭିତରେ ରାହୁଲ ଗାନ୍ଧୀ ରାଜନୀତିର ଏକ ଜଣାଶୁଣା ଚେହେରା ପାଲଟି ଯାଇଛନ୍ତି । ପୂର୍ବ ଅପେକ୍ଷା ତାଙ୍କ ରାଜନୈତିକ ଜୀବନରେ ଅନେକ ଉନ୍ନତି ଆସିଛି । ତେବେ ତାଙ୍କ ଆଗାମୀ ଜୀବନ ଯାତ୍ରା ଏବଂ ରାଜନୈତିକ ଯାତ୍ରା ପାଇଁ ସମସ୍ତେ ଅଭିନନ୍ଦନ ଜଣାଇଛନ୍ତି ।