ଚାଷୀଙ୍କ ଆକାଉଣ୍ଟକୁ ଆସିଲା ପିଏମ୍ କିଷାନ ଟଙ୍କା; ତାମିଲନାଡ଼ୁରୁ ଡିବିଟି ମାଧ୍ୟମରେ ଟଙ୍କା ପଠାଇଲେ ମୋଦୀ

ପିଏମ୍ କିଷାନ ଟଙ୍କା ପାଇଁ ଭୁବନେଶ୍ୱର କୃଷି ଭବନ ପ୍ରେକ୍ଷାଳୟରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ଉପସ୍ଥିତ କୃଷକଙ୍କ ସହ ଆଲୋଚନା କରିଥିଲେ ।

PM Kisan

PM Kisan Photograph: (Kanak News)

କନକ ବ୍ୟୁରୋ : ଚାଷୀଙ୍କ ଆକାଉଣ୍ଟକୁ ଆସିଲା ପିଏମ୍ କିଷାନ ଟଙ୍କା । ତାମିଲନାଡୁ କୋଏମ୍ବାଟୁରରୁ ଡିବିଟି ମାଧ୍ୟମରେ ୨୧ ତମ କିସ୍ତି ଟଙ୍କା ପଠାଯାଇଛି । ଏହାଦ୍ୱାରା ଉପକୃତ ହୋଇଛନ୍ତି ୯ କୋଟିରୁ ଅଧିକ କୃଷକ । ପ୍ରତି କୃଷକଙ୍କ ବ୍ୟାଙ୍କ ଖାତାରେ ୨୦୦୦ ଟଙ୍କା ଲେଖାଏଁ ଜମା ହୋଇଛି । ୧୮ ହଜାର କୋଟିରୁ ଅଧିକ ଟଙ୍କା ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯାଇଛି । ତାମିଲନାଡୁ କୋଏମ୍ବାଟୁରରେ ଦକ୍ଷିଣ ଭାରତ ପ୍ରାକୃତିକ କୃଷି ଶିଖର ସମ୍ମିଳନ ଉଦଘାଟନ କରି ଦେଶର ଚାଷୀଙ୍କୁ ମୋଦି ଏହି ଭେଟି ଦେଇଛନ୍ତି ।

ଅଧିକ ପଢ଼ନ୍ତୁ : ଲୋକସେବା ଭବନରେ ମୋହନଙ୍କ ପାଠଶାଳା; ଜିଲ୍ଲାପାଳଙ୍କ ପରେ ଆଜି ଏସପିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁମନ୍ତ୍ର

ପିଏମ୍ କିଷାନ ଟଙ୍କା ପାଇଁ ଭୁବନେଶ୍ୱର କୃଷି ଭବନ ପ୍ରେକ୍ଷାଳୟରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ଉପସ୍ଥିତ କୃଷକଙ୍କ ସହ ଆଲୋଚନା କରିଥିଲେ । ଏଥର ରାଜ୍ୟରେ ୩୪ ଲକ୍ଷ ୧୨ ହଜାର ଚାଷୀ ଡିବିଟି ଜରିଆରେ ଏହି ଟଙ୍କା ପାଇଛନ୍ତି ।

ପିଏମ୍ -କିଷାନ ଯୋଜନାରେ ପ୍ରତି କୃଷକଙ୍କୁ ବାର୍ଷିକ ୬୦୦୦ ଟଙ୍କା ତିନିଟି କିସ୍ତିରେ ପ୍ରଦାନ କରାଯାଉଛି । ପିଏମ୍‌ କିଷାନ ସହିତ ସିଏମ୍‌ କିଷାନ ଜରିଆରେ ୨ଟି କିସ୍ତିରେ ୪ ହଜାର ଟଙ୍କା ଦିଆଯାଉଛି । ୨୦୧୯ ଫେବୃଆରୀ ୨୪ରେ ଆରମ୍ଭ ହୋଇଥିଲା ପିଏମ କିଷାନ ଯୋଜନା । ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ୩.୭୦ ଲକ୍ଷ କୋଟି ଟଙ୍କା ଚାଷୀଙ୍କୁ ଦିଆଯାଇସାରିଲାଣି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe