କନକ ବ୍ୟୁରୋ : ଲୋକସେବା ଭବନରେ ମୋହନଙ୍କ ପାଠଶାଳା । ଜିଲ୍ଲାପାଳଙ୍କ ପରେ ଆଜି ଏସ୍ପିଙ୍କୁ ଗୁରୁମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ଦ୍ୱିତୀୟ ଦିନରେ ଜିଲ୍ଲାପାଳ, ଏସ୍ପି ସମ୍ମିଳନୀକୁ ସମ୍ୱୋଧିତ କରି ଅନେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଡ୍ରଗ୍ସ ମାଫିଆ ଓ ଜମି ମାଫିଆଙ୍କୁ ସାବାଡ଼ କର । ଯେଉଁ ଅଞ୍ଚଳର ଲୋକ ଥାନାକୁ ଆସିଲେ ବି ଏତଲା ରଖ । ପୁଲିସକୁ ଗ୍ରାଉଣ୍ଡକୁ ଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସରକାରରେ ପୁଲିସର ଭୂମିକା ନେଇ ପରାମର୍ଶ ଦେଲେ । ରାଜ୍ୟରେ ଆଇନଶୃଙ୍ଖଳା ଓ ସୁଶାସନ ନେଇ ଏସ୍ପିଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ।
ଲୋକସେବା ଭବନରେ ଚାଲିଛି ଜିଲ୍ଲାପାଳ, ଏସପି ସମ୍ମିଳନୀ । ଗତକାଲି ଜିଲ୍ଲାପାଳଙ୍କୁ ୯ ଟି ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଦୁର୍ନୀତି ମୁକ୍ତ, ସୁଶାସନ ନେଇ ୯ଟି ପରାମର୍ଶ ଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/11/19/cm-mohan-majhi-2025-11-19-19-38-24.jpg)