କନକ ବ୍ୟୁରୋ : ଚାଷୀଙ୍କ ଆକାଉଣ୍ଟକୁ ଆସିଲା ପିଏମ୍ କିଷାନ ଟଙ୍କା । ତାମିଲନାଡୁ କୋଏମ୍ବାଟୁରରୁ ଡିବିଟି ମାଧ୍ୟମରେ ୨୧ ତମ କିସ୍ତି ଟଙ୍କା ପଠାଯାଇଛି । ଏହାଦ୍ୱାରା ଉପକୃତ ହୋଇଛନ୍ତି ୯ କୋଟିରୁ ଅଧିକ କୃଷକ । ପ୍ରତି କୃଷକଙ୍କ ବ୍ୟାଙ୍କ ଖାତାରେ ୨୦୦୦ ଟଙ୍କା ଲେଖାଏଁ ଜମା ହୋଇଛି । ୧୮ ହଜାର କୋଟିରୁ ଅଧିକ ଟଙ୍କା ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯାଇଛି । ତାମିଲନାଡୁ କୋଏମ୍ବାଟୁରରେ ଦକ୍ଷିଣ ଭାରତ ପ୍ରାକୃତିକ କୃଷି ଶିଖର ସମ୍ମିଳନ ଉଦଘାଟନ କରି ଦେଶର ଚାଷୀଙ୍କୁ ମୋଦି ଏହି ଭେଟି ଦେଇଛନ୍ତି ।
ଅଧିକ ପଢ଼ନ୍ତୁ : ଲୋକସେବା ଭବନରେ ମୋହନଙ୍କ ପାଠଶାଳା; ଜିଲ୍ଲାପାଳଙ୍କ ପରେ ଆଜି ଏସପିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁମନ୍ତ୍ର
ପିଏମ୍ କିଷାନ ଟଙ୍କା ପାଇଁ ଭୁବନେଶ୍ୱର କୃଷି ଭବନ ପ୍ରେକ୍ଷାଳୟରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ଉପସ୍ଥିତ କୃଷକଙ୍କ ସହ ଆଲୋଚନା କରିଥିଲେ । ଏଥର ରାଜ୍ୟରେ ୩୪ ଲକ୍ଷ ୧୨ ହଜାର ଚାଷୀ ଡିବିଟି ଜରିଆରେ ଏହି ଟଙ୍କା ପାଇଛନ୍ତି ।
ପିଏମ୍ -କିଷାନ ଯୋଜନାରେ ପ୍ରତି କୃଷକଙ୍କୁ ବାର୍ଷିକ ୬୦୦୦ ଟଙ୍କା ତିନିଟି କିସ୍ତିରେ ପ୍ରଦାନ କରାଯାଉଛି । ପିଏମ୍ କିଷାନ ସହିତ ସିଏମ୍ କିଷାନ ଜରିଆରେ ୨ଟି କିସ୍ତିରେ ୪ ହଜାର ଟଙ୍କା ଦିଆଯାଉଛି । ୨୦୧୯ ଫେବୃଆରୀ ୨୪ରେ ଆରମ୍ଭ ହୋଇଥିଲା ପିଏମ କିଷାନ ଯୋଜନା । ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ୩.୭୦ ଲକ୍ଷ କୋଟି ଟଙ୍କା ଚାଷୀଙ୍କୁ ଦିଆଯାଇସାରିଲାଣି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/11/19/pm-kisan-2025-11-19-19-50-14.jpg)