କନକ ବ୍ୟୁରୋ : ଦେଶର ସୁରକ୍ଷାର ଦାୟିତ୍ବ ନେଇଥିବା NSG ର ମହାନିର୍ଦ୍ଦେଶକ ଭୃଗୁ ଶ୍ରୀନିବାସନ ପାକିସ୍ତାନର ଆଉ ଏକ ଯୋଜନାକୁ ପଣ୍ଡ କରିଛନ୍ତି । ସେ କହିଛନ୍ତି ଯେ ଅପରେସନ ସିନ୍ଦୂର ସମୟରେ ପାକିସ୍ତାନୀ ସେନା ଜମ୍ମୁ ଏୟାରପୋର୍ଟକୁ ଉଡ଼ାଇବାର ଷଡ଼୍ଯନ୍ତ୍ର ରଚିଥିଲା । ଏଥିପାଇଁ ପାକିସ୍ତାନୀ ଡ୍ରୋନ୍ ୨୦ କିଲୋ ବିସ୍ଫୋଟକ ପଠାଇଥିଲା । ଯାହାକୁ NSG ଏବଂ ସୁରକ୍ଷାବଳ ମିଶି ନିଷ୍କ୍ରିୟ କରିଥିଲେ ।
ସମୟ ପୂର୍ବରୁ ବିସ୍ଫୋଟକକୁ ନିଷ୍କ୍ରିୟ କରି ଆତଙ୍କୀସ୍ତାନର ଷଡ଼୍ଯନ୍ତ୍ରକୁ ପଣ୍ଡ କରିଥିଲା NSG । ଦିଲ୍ଲୀରେ ଆୟୋଜନ ହୋଇଥିବା ଏକ ସେମିନାରରେ ମହାନିର୍ଦ୍ଦେଶକ ଭୃଗୁ ଶ୍ରୀନିବାସନ ଏହି ଘଟଣା ଉପରୁ ପରଦା ହଟାଇଥିଲେ । ଏହି ସେମିନାରରେ ଅପରେସନ ସିନ୍ଦୂରକୁ ନେଇ ଅନେକ ଖୁଲାସା କରାଯାଇଥିଲା । ଭୃଗୁ ଶ୍ରୀନିବାସନ କହିଥିଲେ ଯେ ‘ଆତଙ୍କବାଦ ବିପକ୍ଷରେ ଜାରି ରହିଥିବା ଲଢ଼େଇରେ ଯେଉଁ ଦକ୍ଷତା NSG ଦେଖାଇଛି ସେହି ଦକ୍ଷତା ଏବେ ସୁରକ୍ଷା ଏଜେନ୍ସିକୁ ମଧ୍ୟ ପ୍ରଦାନ କରାଯିବ । NSG ଦେଶର ସବୁ ରାଜ୍ୟର ସୁରକ୍ଷା ଏଜେନ୍ସିଙ୍କୁ ତାଲିମ ଦେବ । ଆତଙ୍କବାଦ କେବଳ ଭାରତର ମୁଣ୍ଡବ୍ୟଥାର କାରଣ ନୁହେଁ ଏହି ରୋଗ ସାରା ବିଶ୍ବକୁ ବ୍ୟାପିଲାଣି । ଭାରତ ଅପରେସନ ସିନ୍ଦୂର ମାଧ୍ୟମରେ ସର୍ବଦଳୀୟ ପ୍ରତିନିଧି ମଣ୍ଡଳ ଜରିଆରେ ସାରା ଦୁନିଆକୁ ଆତଙ୍କବାଦ ବିପଦ ବିଷୟରେ ସୂଚିତ କରିଛି ।’
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/06/10/kLYh6WCjqWN9HyxWgmzS.jpg)