Switzerland Photograph: (KanakNews)
କନକ ବ୍ୟୁରୋ: ସ୍ବିଜରଲାଣ୍ଡ କ୍ରାନ୍ସ-ମୋଣ୍ଟାନା ସହରରେ ନବବର୍ଷ ଉତ୍ସବ ପାଳନ ବେଳେ ଏକ ବାର୍ରେ ଭୟଙ୍କର ବିସ୍ଫୋରଣ ଘଟଣାରେ ବଢିଛି ମୃତ୍ୟୁସଂଖ୍ୟା । ୪୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୧୫ ରୁ ଅଧିକ ଆହତ ହୋଇଛନ୍ତି । ବିସ୍ଫୋରଣ ‘ଲେ କନ୍ଷ୍ଟେଲେସନ୍-ବାର୍ ଆଣ୍ଡ୍ ଲାଉଞ୍ଜ’ରେ ଘଟିଥିଲା । ଏହା କ୍ରାନ୍ସ-ମୋଣ୍ଟାନାର ଅନ୍ୟତମ ପ୍ରଖ୍ୟାତ ବାର୍ । ସ୍ଥାନୀୟ ସମୟ ଅନୁଯାୟୀ ରାତି ୧ଟା ୩୦ ମିନିଟରେ ଏହି ବିସ୍ଫୋରଣ ଘଟିଥିଲା । ଏହି ସମୟରେ ବାର୍ରେ ନବବର୍ଷ ଉତ୍ସବ ଚାଲିଥିଲା ଏବଂ ପ୍ରାୟ ୨ ଶହ ଲୋକ ଉପସ୍ଥିତ ଥିଲେ । ଦୁର୍ଘଟଣା ସମୟର ଅନେକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି । ନୂଆବର୍ଷ ସେଲିବ୍ରେସନ ପାଇଁ ବାର୍ ଭିତରେ ଆତସବାଜି ସୋ’ କରାଯାଇଥିଲା । ପାଇରୋଟେକନିକ୍ ଆତସବାଜି ବେଳେ ଏହା ବାରର ଛାତରେ ଥିବା ସାଉଣ୍ଡପ୍ରୁଫିଂ କାଠ ସହ ଲାଗି ଅଗ୍ନିକାଣ୍ଡ ଘଟିଥିଲା । ପରେ ପୂରା ବାରକୁ ବ୍ୟାପି ଯାଇଥିଲା ନିଆଁ । ଭିତରେ ଥିବା ଗ୍ୟାସ୍ ଓ ଆଲକୋହଲରେ ନିଆଁ ଲାଗି ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ଘଟିଥିଲା । ଲୋକମାନେ ମାତ୍ରାଧିକ ନିଶାରେ ଥିବାରୁ ବାହାରକୁ ଯାଇପାରିନଥିଲେ । ଫଳରେ ଅନେକ ଲୋକ ସେଠାରେ ହିଁ ଜିଅନ୍ତା ଜଳି ଯାଇଥିଲେ । ବିସ୍ଫୋରଣ ପରେ ବାର୍ରୁ ଭୀଷଣ ଧୂଆଁ ଉଠୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ନବବର୍ଷ ଉତ୍ସବ ଯୋଗୁ ରାତିରେ ବହୁତ ଭିଡ଼ ଥିଲା । କ୍ରାନ୍ସ-ମୋଣ୍ଟାନା ଜିଲ୍ଲାରେ ଅବସ୍ଥିତ ସ୍କି ରିଜର୍ଟ ବ୍ରିଟିସ୍ ଓ ଅନ୍ୟ ୟୁରୋପୀୟ ପର୍ଯ୍ୟଟକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ । ଏଠାରେ ସ୍କିଇଙ୍ଗ୍, ସ୍ନୋ ବୋର୍ଡିଂ ଓ ଗଲ୍ଫ କ୍ରୀଡ଼ା ଭଳି ବ୍ୟବସ୍ଥା ରହିଛି । ଜାନୁଆରି ଶେଷରେ ଏଠାରେ ଏଫ୍ଆଇଏସ୍ ବିଶ୍ୱକପ୍ ସ୍ପିଡ୍ ସ୍କିଇଙ୍ଗ୍ ଇଭେଣ୍ଟ୍ ହେବାର ଯୋଜନା ରହିଛି । ଏହି ବିସ୍ଫୋରଣ ନବବର୍ଷ ଉତ୍ସବକୁ ଅତ୍ୟନ୍ତ ଦୁଃଖଦ କରିଛି । ମୃତାହତଙ୍କ ପରିବାର ପ୍ରତି ସୁଇସ୍ କର୍ତ୍ତୃପକ୍ଷ ଗଭୀର ସମବେଦନା ଜଣାଇଛନ୍ତି ।
ଇନ୍ଦୋର ଟ୍ରାଜେଡି… ଦୂଷିତ ପାଣି ପିଇ ମୃତ୍ୟୁସଂଖ୍ୟା ୧୫କୁ ବୃଦ୍ଧି, ୨ଶହ ଶୁଆ ମୃତ
ସ୍ବିଜରଲାଣ୍ଡ ବାର୍ ବିସ୍ଫୋରଣ
୪୭ ମୃତ, ୧୧୫ ଗୁରୁତର
ସ୍ୱିଜରଲ୍ୟାଣ୍ଡ 'ଲେ କନ୍ଷ୍ଟେଲେସନ୍' ବାର୍ ବିସ୍ଫୋରଣ ଘଟଣା
ଜାନୁଆରି ୧, ୨୦୨୬ର ରାତି ୧:୩୦ରେ ଅଗ୍ନିକାଣ୍ଡ ଓ ବିସ୍ଫୋରଣ
ବିସ୍ଫୋରଣରେ ୪୭ ଜଣଙ୍କର ମୃତ୍ୟୁ ହୋଇଛି
୧୧୫ରୁ ଅଧିକ ଲୋକ ଆହତ, ଅନେକଙ୍କର ଗୁରୁତର
ନବବର୍ଷ ଉତ୍ସବରେ ଆତସବାଜି ସୋ’ କରାଯାଇଥିଲା
ବାର୍ର କାଠ ଓ ସାଉଣ୍ଡପ୍ରୁଫ୍ ଛାତରେ ଲାଗି ନିଆଁ ଲାଗିଥିଲା
ନିଆଁ ଦ୍ରୁତବେଗରେ ବ୍ୟାପି ଏକାଧିକ ବିସ୍ଫୋରଣ ଘଟିଥିଲା
ବାର୍ରେ ୨୦୦ରୁ ଅଧିକ ଲୋକ ଉପସ୍ଥିତ ଥିଲେ
ସେମାନଙ୍କ ମଧ୍ୟରେ ଅଧିକାଂଶ ଯୁବକ-ଯୁବତୀ ଥିଲେ
ନିଶା ଓ ଭିଡ଼ ଯୋଗୁ ଅନେକ ବାହାରକୁ ଯାଇପାରି ନଥିଲେ
ଫଳରେ ସେମାନେ ସେଠାରେ ଜିଅନ୍ତା ଜଳିଯାଇଥିଲେ
ନିଆଁ ଲାଗିବା ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍
Follow Us