କନକ ବ୍ୟୁରୋ : ପ୍ରାୟ ୧୨ ହଜାର ବର୍ଷ ପରେ ଇଥିଓପିଆର ହାୟଲି ଗୁବି ଜ୍ୱାଳାମୁଖୀରେ ଉଦଗୀରଣ ହୋଇଛି । ଭାରତରେ ପଡ଼ିଛି ଇଥିଓପିଆ ହାୟଲି ଗୁବି ଜ୍ୱାଳାମୁଖୀ ଉଦଗୀରଣର ପ୍ରଭାବ । ଇଥିଓପିଆରୁ ସାଢ଼େ ୪ ହଜାର କିଲୋମିଟର ଦୂର ଦିଲ୍ଲୀ ପର୍ଯ୍ୟନ୍ତ ଆକାଶରେ ମାଡ଼ି ଯାଇଛି ବିଷାକ୍ତ ପାଉଁଶ । ଜ୍ୱାଳାମୁଖୀ ବିସ୍ଫୋରଣ ପରେ ପାଉଁଶ ଲୋହିତ ସାଗର ଅତିକ୍ରମ କରି ୟମେନ୍ ଏବଂ ଓମାନରେ ପହଞ୍ଚିଛି । ବିଭିନ୍ନ ଦେଶ ସହ ପାକିସ୍ତାନ, ଭାରତ ଓ ଚୀନ ପର୍ଯ୍ୟନ୍ତ ପହଞ୍ଚିବାରେ ଲାଗିଛି ଏହି ପାଉଁଶ ।
ଉତ୍ତର ଭାରତର ବାୟୁମଣ୍ଡଳ ପାଇଁ ସୃଷ୍ଟି ହୋଇଛି ଗୁରୁତର ବିପଦ । ଫଳରେ ଦିଲ୍ଲୀରୁ ଅନେକ ବିମାନ ବାତିଲ ହୋଇଛି । ପରିସ୍ଥିତି ଉପରେ ରଖାଯାଇଛି କଡ଼ା ନଜର । ଯାତ୍ରୀ, କର୍ମଚାରୀ ଏବଂ ବିମାନର ସୁରକ୍ଷାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସୁଦ୍ଧା ୧୨ରୁ ଅଧିକ ଉଡ଼ାଣ ବାତିଲ କରାଯାଇଛି । ପାଣିପାଗ ବିଭାଗ ଅନୁଯାୟୀ, ଏହି ପାଉଁଶ ଆଜି ରାତି ସୁଦ୍ଧା ଭାରତ ଅତିକ୍ରମ କରି ଚୀନ ଆଡ଼କୁ ମୁହାଁଇବ । ହଜାର ହଜାର ବର୍ଷ ଧରି ଶାନ୍ତ ଥିବା ଏହି ଆଗ୍ନୟରଗିରି ଏବେ କାହିଁକି ସକ୍ରିୟ ହେଲା, ତା’ ଉପରେ ବିଶେଷଜ୍ଞ ଅଧ୍ୟୟନ ଆରମ୍ଭ କରିଛନ୍ତି ।
ଅଧିକ ପଢ଼ନ୍ତୁ : ଇଥିଓପିଆରେ ଅଗ୍ନି ଉଦଗୀରଣ, ଉତ୍ତର ଭାରତ ଯାଏଁ ମାଡ଼ି ଆସିଲାଣି ଧୂଆଁ ଓ ବିଷାକ୍ତ ପାଉଁଶ
ଇଥିଓପିଆ ହେଉଛି ଏମିତି ଏକ ଦେଶ ଯାହା ୨୦୨୫ ନୁହେଁ ୨୦୧୮ ରେ ଚାଲିଛି । ଏହି ବିରଳ ଦେଶର ଟାଇମଲାଇନ୍ ପଛରେ ରହିଛି ଗିଜ୍ କ୍ୟାଲେଣ୍ଡର । ଯାହା ଦୁନିଆର ଅନ୍ୟ ସ୍ଥାନରେ ପ୍ରଚଳିତ ଗ୍ରେଗୋରିୟନ୍ କ୍ୟାଲେଣ୍ଡରଠାରୁ ୭ ରୁ ୮ ବର୍ଷ ପଛରେ ଚାଲୁଛି । ଯେଉଁଥିପାଇଁ ସାରା ବିଶ୍ୱରେ ୧୨ ମାସ ଚାଲୁଥିବା ବେଳେ କେବଳ ଏହି ଗୋଟିଏ ଦେଶର କ୍ୟାଲେଣ୍ଡରରେ ଚାଲେ ୧୩ ମାସ ।
ଖାଲି ଏତିକି ନୁହେଁ ଏଠାରେ ଦିନ ମଧ୍ୟ ଅନ୍ୟ ଦେଶଠାରୁ ଅଲଗା । ଦକ୍ଷିଣ ଆଫ୍ରିକାରେ ଥିବା ଏହି ଦେଶ ଆଜି ବି ନିଜ ପାରମ୍ପରିକ କ୍ୟାଲେଣ୍ଡରର ବ୍ୟବହାର କରେ ଯାହାକୁ ଇଥିଓପାଇ ବା ଗିଜ୍ କ୍ୟାଲେଣ୍ଡର ବୋଲି କୁହାଯାଏ । ଏହି କ୍ୟାଲେଣ୍ଡରରେ ୧୨ ମାସକୁ ୩୦ ଦିନ କିନ୍ତୁ ୧୩ ମାସଟି ୫ ଦିନର ହୋଇଥାଏ । ଏହି ମାସକୁ ଇଥିଓପିଆରେ ‘ପାଗୁମେ’ ବୋଲି କୁହାଯାଏ । ନିଜ କ୍ୟାଲେଣ୍ଡର ଯୋଗୁଁ ଇଥିଓପିଆ ଅନ୍ୟ ଦେଶଗୁଡ଼ିକଠାରୁ ପ୍ରାୟ ସାତ ବର୍ଷ ଏବଂ ତିନି ମାସ ପଛରେ ଅଛି । ତଥାପି ବିଶ୍ୱସ୍ତରୀୟ କାରବାର ଏବଂ ସରକାରୀ କାର୍ଯ୍ୟ ପାଇଁ ଏଠାକାର ଲୋକମାନେ ଗିଜ୍ କ୍ୟାଲେଣ୍ଡର ଏବଂ ଗ୍ରେଗୋରିଆନ୍ କ୍ୟାଲେଣ୍ଡର ଉଭୟ ବ୍ୟବହାର କରନ୍ତି ।
ଏହି ଦେଶ ବିଶ୍ୱର ଅନ୍ୟ ଦେଶଠାରୁ ସାତ ବର୍ଷ ପଛରେ ରହିବାର କାରଣ ହେଉଛି ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଗଣନାରେ ପାର୍ଥକ୍ୟ । ଇଥିଓପିଆନ୍ ଅର୍ଥୋଡକ୍ସ ଚର୍ଚ୍ଚ ଅନୁଯାୟୀ, ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ୭ ଖ୍ରୀଷ୍ଟାବ୍ଦରେ ହୋଇଥିବା କୁହାଯାଏ । ଏହି କାରଣରୁ କ୍ୟାଲେଣ୍ଡରରେ ନୂତନ ବର୍ଷ ପାଳନ ପାଇଁ ଏକ ଭିନ୍ନ ତାରିଖ ମଧ୍ୟ ଅଛି । ଏଠାରେ ପ୍ରତିବର୍ଷ ୧୧ ସେପ୍ଟେମ୍ବରରେ ନୂଆବର୍ଷ ପାଳନ କରାଯାଏ । ଏଠାରେ ଖ୍ରୀଷ୍ଟମାସ ୨୫ ଡିସେମ୍ବର ନୁହେଁ ୭ ଜାନୁଆରୀରେ ପାଳନ କରାଯାଏ । ଅନ୍ୟ ଦେଶରେ ଯେଉଁଠି ସକାଳ ୬ ଟା ବେଳେ ଦିନ ଆରମ୍ଭ ହୁଏ ଏଠାରେ ଦିନ ୧୨ ଟାରୁ ଆରମ୍ଭ ହୁଏ ସକାଳ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/11/25/ethiopias-2025-11-25-22-32-34.jpg)