କନକ ବ୍ୟୁରୋ: ୧୨ ହଜାର ବର୍ଷ ପରେ ଇଥିଓପିଆର ଆଫାର୍ ଅଞ୍ଚଳରେ ଥିବା ହାଇଲି ଗୁବ୍ବି ଆଗ୍ନେୟଗିରିରୁ ଉଦ୍‌ଗିରଣ ହୋଇଛି । ଫଳରେ ଆକାଶରେ ୧୪ କିଲୋମିଟର ଉଚ୍ଚ ପର୍ଯ୍ୟନ୍ତ ବ୍ୟାପି ଯାଇଛି ଘନଧୂଆଁ ଓ ବିଷାକ୍ତ ପାଉଁଶ । ଆଖପାଖ ଅଞ୍ଚଳ ପାଉଁଣରେ ଘୋଡ଼ାଇ ହୋଇପଡ଼ିଛି ।  ଶହେରୁ ଶହେ କୋଡିଏ ବେଗ ମଧ୍ୟରେ ପବନ ବହୁଥିବାରୁ ଭାରତ ସମେତ ବହୁ ଦେଶ ପ୍ରଭାବିତ ହୋଇଛନ୍ତି । ଏପରିକି ଘନଧୂଆଁ ଓ ବିଷାକ୍ତ ପାଉଁଶ ବିଭିନ୍ନ ଦେଶ ଅତିକ୍ରମ କରି ରାଜସ୍ଥାନ, ହରିୟାଣା, ପଞ୍ଜାବ ଦେଇ  ଦିଲ୍ଲୀରେ ପ୍ରବେଶ କରିଛି । ପୂର୍ବରୁ ବାୟୁ ପ୍ରଦୂଷଣ ଯୋଗୁ ଦିଲ୍ଲୀରେ ଶ୍ବାସକ୍ରିୟାରେ ସମସ୍ୟା ହେଉଥିବା ବେଳେ ରବିବାରଠାରୁ ଆହୁରି ବିଗିଡ଼ି ଯାଇଛି ସ୍ଥିତି । ଏହି ଧୂଆଁ ଓ ପାଉଁଶ  ଚୀନ ଆଡ଼କୁ ବ୍ୟାପୁଛି । ଏହି କାରଣରୁ ଭାରତ ଓ ବିଭିନ୍ନ ପଶ୍ଚିମ ଏସୀୟ ଦେଶରେ ବିମାନ ଚଳାଚଳରେ ସତର୍କତା ନେଇ ପରାମର୍ଶାବଳୀ ଜାରି କରିଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ । ଏହାପରେ ୧୨ଟି ବିମାନ ଚଳାଚଳ ବାତିଲ କରିଛି ଏୟାର ଇଣ୍ଡିଆ । ନ୍ୟୁୟର୍କରୁ ଦିଲ୍ଲୀ, ଦୁବାଇରୁ ହାଇଦ୍ରାବାଦ୍, ଦୋହାରୁ  ମୁମ୍ବାଇ, ଦୁବାଇରୁ ଚେନ୍ନାଇ, ଦମମରୁ ମୁମ୍ବାଇ, ଦୋହାରୁ ଦିଲ୍ଲୀ, ଚେନ୍ନାଇରୁ ମୁମ୍ବାଇ,  ହାଇଦ୍ରାବାଦରୁ ଦିଲ୍ଲୀ ବିମାନ ବାତିଲ ହୋଇଛି । ଇଥିଓପିଆର ଆଗ୍ନେୟଗିରି ଉଦଗିରଣରେ ପାଉଁଶ ଓ ଧୂଆଁ ଯୋଗୁ ଅନ୍ୟ ଦେଶ ମଧ୍ୟ ପ୍ରଭାବିତ ହୋଇଛନ୍ତି ।  ଆହୁରି ବିଭିନ୍ନ କମ୍ପାନିର ବିମାନ ମଧ୍ୟ ବାତିଲ ହୋଇଛି ।    

Advertisment

ନୀତିଶ କ୍ୟାବିନେଟର ବଡ଼ ନିଷ୍ପତ୍ତି; ଆଗାମୀ ୫ ବର୍ଷରେ ୧ କୋଟି ଚାକିରି, ବିହାର ହେବ ଟେକ୍ ହବ୍

ଇଥିଓପିଆରେ ଅଗ୍ନି ଉଦଗୀରଣ
ହାଇଲି ଗୁବ୍ବି ଆଗ୍ନେୟଗିରିରୁ ଉଦଗୀରଣ 
୧୨ ହଜାର ବର୍ଷ ପରେ ଅଗ୍ନି ଉଦଗୀରଣ
୧୪ କମି ଉଚ୍ଚ ଯାଏଁ ଆକାଶରେ ବ୍ୟାପିଛି ଧୂଆଁ ଓ ପାଉଁଶ
ନୂଆଦିଲ୍ଲୀ ଯାଏଁ ବ୍ୟାପି ଯାଇଛି ବିଷାକ୍ତ ଧୂଆଁ ଓ ପାଉଁଶ
ଆହୁରି ସଙ୍ଗିନ ହୋଇପଡ଼ିଛି ଦିଲ୍ଲୀରେ ସ୍ବାସ୍ଥ୍ୟ ସ୍ଥିତି
ବହୁଦେଶ ମଧ୍ୟ ପ୍ରଭାବିତ, ବିମାନ ଚଳାଚଳ ବାତିଲ 
୧୨ରୁ ଅଧିକ ବିମାନ ବାତିଲ କଲା ଏୟାର ଇଣ୍ଡିଆ