କନକ ବ୍ୟୁରୋ: ଧିର ଟ୍ରାଫିକ୍ ଆଉ ଏହା ଭିତରେ ବଡ଼ ବିସ୍ଫୋରଣ । ଦିଲ୍ଲୀ ବିସ୍ଫୋରଣର ଆଉ ଏକ ଲୋମଟାଙ୍କୁରା ଭିଡିଓ ଏବେ ସାମ୍ନାକୁ ଆସିଛି । ସନ୍ଧ୍ୟାର ଭିଡ଼ ଟ୍ରାଫିକ୍, ଧୀରେ ଧୀରେ ଗାଡ଼ି ଯାଉଥିବାବେଳେ ବଡ଼ ବିସ୍ଫୋରଣ । ବିସ୍ଫୋରଣ ବେଳର ଆଉ ଏକ ସିସିଟିଭି ଦୃଶ୍ୟରେ ଏଭଳି କିଛି ଦେଖିବାକୁ ମିଳିଛି । ୧୫ ସେକେଣ୍ଡର ଏହି ଭିଡିଓରେ ଲାଲ କିଲ୍ଲା ମେଟ୍ରୋ ନିକଟରର । ଯେଉଁଠି ଟ୍ରାଫିକ୍‌ରେ ଏକାଧିକ କାର ଧୀରେ ଧୀରେ ଆଗକୁ ବଢୁଥିବାବେଳେ ହଠାତ୍ ବଡ଼ ବିସ୍ଫୋରଣ ହେଉଥିବା ଦେଖିବାକୁ ମିଳିଛି । ଏହି ବିସ୍ଫୋରଣ ଫରିଦାବାଦରେ ୨,୯୦୦ କେଜିର ବିସ୍ଫୋରକ ସାମଗ୍ରୀ ଜବତ ହେବାର ମାତ୍ର କିଛି ଘଣ୍ଟା ପରେ ଘଟିଛି । ସେପଟେ ବିସ୍ଫୋରଣ ହୋଇଥିବା ଧଳା ହ୍ୟୁଣ୍ଡାଇ କାର୍‌ ସହ ଆତଙ୍କୀ ଉମର ଦିଲ୍ଲୀର ବିଭିନ୍ନ ସ୍ଥାନରେ ବୁଲୁ ଥିବାର ଦେଖିବାକୁ ମିଳିଛି । ବିସ୍ଫୋରଣର କିଛି ଦିନ ପୂର୍ବରୁ ଦିଲ୍ଲୀ କନୌଟ ପ୍ଲେସ୍, ମୟୁର ବିହାର ଅଞ୍ଚଳରେ ବୁଲୁଥିବାର ତଥ୍ୟ ତଦନ୍ତକାରୀ ସଂସ୍ଥାକୁ ହସ୍ତଗତ ହୋଇଛି । ସେପଟେ ଦିଲ୍ଲୀ ବିସ୍ଫୋରଣ ଏବଂ ହ୍ବାଇଟ୍ କଲାର ଟେରର ମଡ୍ୟୁଲ୍ ସଂକ୍ରାନ୍ତରେ ଆଜି ଅପରାହ୍ଣରେ ବସୁଛି ବଡ଼ ବୈଠକ ।

Advertisment

Delhi Blast : ଦିଲ୍ଲୀ ବିସ୍ଫୋରଣରେ ଓଡ଼ିଶା ଲିଙ୍କ୍!

ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣର ତଦନ୍ତ କରୁଛି ଏନ୍‌ଆଇଏ
ସିସିଟିଭି ଆଧାରରେ ତଦନ୍ତ କରୁଛି ଏନ୍‌ଆଇଏର ସ୍ବତନ୍ତ୍ର ଟିମ୍‌
୧୦ ଅଧିକାରୀଙ୍କୁ ନେଇ ସ୍ବତନ୍ତ୍ର ଟିମ୍ କରୁଛି ଯାଞ୍ଚ
ଜଣେ ଆଇଜି, ୨ଜଣ ଡିଆଇଜି, ତିନି ଜଣ ଏସପି କରୁଛନ୍ତି ତଦନ୍ତ
ଦିଲ୍ଲୀ ବିସ୍ଫୋରଣ ସହ ଫରିଦାବାଦ ମଡ୍ୟୁଲ ଜଡିତ ଥିବା ସୂଚନା
ଫରିଦାବାଦରେ ଜବତ ବିପୁଳ ବିସ୍ଫୋରକ ସହ ଦିଲ୍ଲୀ ବିସ୍ଫୋରଣର ଲିଙ୍କ୍‌ ଥିବା ନେଇ ଖୋଜା ହେଉଛି ପ୍ରମାଣ 
ଜମ୍ମୁ, ହରିୟାଣା ପୁଲିସ ଠାରୁ ଅନ୍ୟ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍ ହାତେଇବ ଏନଆଇଏ
ଜୈଶ-ଏ-ମହମ୍ମଦ ମଡ୍ୟୁଲ ସଂକ୍ରାନ୍ତ ତଥ୍ୟ ଆଧାରରେ କରାଯିବ ତଦନ୍ତ