କନକ ବ୍ୟୁରୋ: ଦିଲ୍ଲୀ ବିସ୍ଫୋରଣକୁ ନେଇ ସାମ୍ନାକୁ ଆସିଲା ସଂଘାତିକ ତଥ୍ୟ । ଏହି ବିସ୍ଫୋରଣ ଆତ୍ମଘାତୀ ନଥିଲା । ବିସ୍ଫୋରକ ନେଇ ଯାଉଥିବା ସମୟରେ ଭୁଲ୍ ବଶତଃ ବିସ୍ଫୋରଣ ଘଟିଥିଲା ବୋଲି ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଛି । ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇ ସହ ଅନ୍ୟ ଜାତୀୟ ଗଣମାଧ୍ୟମରେ ଏ ସମ୍ପର୍କିତ ଖବର ପ୍ରକାଶ ପାଇଛି । ସୋମବାର ଦିନ ଦେଶବ୍ୟାପୀ ଆତଙ୍କବାଦୀ ସନ୍ଦେହଜନକ ବ୍ୟକ୍ତିମାନଙ୍କ ଉପରେ ଚଢ଼ାଉ କରାଯାଇଥିଲା । ହରିୟାଣାର ଫରିଦାବାଦରେ ୨,୯୦୦ କିଲୋଗ୍ରାମ ବୋମା ତିଆରିରେ ବ୍ୟବହୃତ ରାସାୟନିକ ପଦାର୍ଥ ଜବତ ହୋଇଥିଲା । ଯାହା ଏଥିରେ ଜଡିତ ବ୍ୟକ୍ତିମାନଙ୍କୁ ଆତଙ୍କିତ କରିଥିଲା । ଫଳରେ ସେମାନେ ସ୍ଥାନ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଥିଲେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ବିସ୍ଫୋରକ ସାମଗ୍ରୀ ନେଇ ଯାଉଥିବା ସମୟରେ ଆକସ୍ମିକ ବିସ୍ଫୋରଣ ଘଟିଥିବା ତଦନ୍ତକାରୀ ଅଧିକାରୀମାନେ କହିଛନ୍ତି ।
ଦିଲ୍ଲୀ ବିସ୍ଫୋରଣ ପରେ ସଜାଗ ଓଡ଼ିଶା, ସାରା ରାଜ୍ୟରେ ହାଇଆଲର୍ଟ
ଆତ୍ମଘାତୀ ବିସ୍ଫୋରଣ ନୁହେଁ !
ଦିଲ୍ଲୀ ବିସ୍ଫୋରଣକୁ ନେଇ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ
ଏହି ବିସ୍ଫୋରଣ ଆତ୍ମଘାତୀ ନଥିଲା ଭୁଲରେ ବିସ୍ଫୋରଣ ହୋଇଥିଲା
ବିସ୍ଫୋରକ ନେଇ ଯାଉଥିବା ସମୟରେ ଭୁଲ୍ ବଶତଃ ବିସ୍ଫୋରଣ ଘଟିଥିଲା
ସୋମବାର ଦେଶବ୍ୟାପୀ ଆତଙ୍କବାଦ ସହ ଜଡ଼ିତ ବ୍ୟକ୍ତିଙ୍କ ଉପରେ ଚଢ଼ାଉ କରାଯାଇଥିଲା
ଫରିଦାବାଦରୁ ୨,୯୦୦ କିଲୋ ବୋମା ତିଆରିରେ ବ୍ୟବହୃତ ରାସାୟନିକ ପଦାର୍ଥ ଜବତ ହୋଇଥିଲା
ଯାହା ସେମାନଙ୍କ ସହ ଜଡିତ ବ୍ୟକ୍ତିମାନଙ୍କୁ ଆତଙ୍କିତ କରିଥିଲା
ଫଳରେ ସେମାନେ ଜାଗା ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଥିଲେ ବୋଲି ରିପୋର୍ଟ ପ୍ରକାଶ ପାଇଛି
ବିସ୍ଫୋରକ ସାମଗ୍ରୀ ନେଇ ଯାଉଥିବା ସମୟରେ ଆକସ୍ମିକ ବିସ୍ଫୋରଣ ଘଟିଥିଲା
କାରଣ ଆତ୍ମଘାତୀ ବିସ୍ଫୋରଣର ପାଟର୍ଣ୍ଣ ଅନୁସରଣ କରିନଥିଲା ଅଭିଯୁକ୍ତ
ବିସ୍ଫୋରଣ ପୂର୍ବରୁ କାରର ବେଗ ମଧ୍ୟ ଅଧିକ ନଥିଲା
ଏପରିକି ଜାଣିଶୁଣି ଟାର୍ଗେଟକୁ ଧକ୍କା ଦେଇନଥିଲା କାର
ଅସ୍ଥାୟୀ ବିସ୍ଫୋରକ (IED)କୁ ଭୁଲ ଭାବରେ ଏକତ୍ରିତ କରିଥିବା ଜଣାପଡିଛି
ଗୁଇନ୍ଦା ସଂସ୍ଥାର ପ୍ରାରମ୍ଭିକ ତଦନ୍ତ ପରେ ରିପୋର୍ଟ ସାମ୍ନାକୁ ଆସିଛି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/11/12/delhi-blast-incident-2025-11-12-08-20-12.jpg)