କର୍ଣ୍ଣାଟକରେ ଲୋକାୟୁକ୍ତର ବଡ଼ ଚଢ଼ାଉ; ସମ୍ପତ୍ତି ଦେଖି ଅଧିକାରୀଙ୍କ ଆଖି ଜଳକା, ବିଡ଼ାବିଡ଼ା ନୋଟ୍, ପୁଳାପୁଳା ସୁନା ଗହଣା

କର୍ଣ୍ଣାଟକର ୧୦ ଜଣ ସରକାରୀ ଅଧିକାରୀଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିଥିଲା । ମଙ୍ଗଳବାର ସକାଳୁ ବଡ଼ ଚଢ଼ାଉ କରିଥିଲା ଲୋକାୟୁକ୍ତ । ଜବତ ସୁନା ଗହଣା, ଟଙ୍କା ଓ ଅନ୍ୟ ସାମଗ୍ରୀ ଜାଣିକି ଆଶ୍ଚର୍ଯ୍ୟ ହେବେ ଜବତ ଏହି ନୋଟ୍ ବିଡ଼ା ଓ ସୁନା ଗହଣା କେବଳ ଜଣେ ମାତ୍ର ଅଧିକାରୀଙ୍କ ଘରୁ ମିଳିଛି ।

Karnataka Lokayukta

Karnataka Lokayukta Photograph: (Kanak News)

କନକ ବ୍ୟୁରୋ : କର୍ଣ୍ଣାଟକରେ ୧୦ ଅଧିକାରୀଙ୍କ ଘରେ ଲୋକୟୁକ୍ତଙ୍କ ଚଢ଼ାଉ । ପାଖାପାଖି ୪ଶହ କୋଟି ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଜବତ କରାଯାଇଛି । ସେପଟେ ଏହାକୁ ନେଇ ବଢ଼ିଛି ରାଜନୈତିକ ତାତି । କଂଗ୍ରେସ ଓ ବିଜେପି ମୁହାଁମୁହିଁ ହୋଇଛନ୍ତି ।

କର୍ଣ୍ଣାଟକର ୧୦ ଜଣ ସରକାରୀ ଅଧିକାରୀଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିଥିଲା । ମଙ୍ଗଳବାର ସକାଳୁ ବଡ଼ ଚଢ଼ାଉ କରିଥିଲା ଲୋକାୟୁକ୍ତ । ଜବତ ସୁନା ଗହଣା, ଟଙ୍କା ଓ ଅନ୍ୟ ସାମଗ୍ରୀ ଜାଣିକି ଆଶ୍ଚର୍ଯ୍ୟ ହେବେ ଜବତ ଏହି ନୋଟ୍ ବିଡ଼ା ଓ ସୁନା ଗହଣା କେବଳ ଜଣେ ମାତ୍ର ଅଧିକାରୀଙ୍କ ଘରୁ ମିଳିଛି । ବାକି ୯ ଜଣ ଅଧିକାରୀଙ୍କ ଘରୁ ଅଧିକ ପରିମାଣର ସମ୍ପତ୍ତି ଜବତ ହୋଇଥିବା ସୂଚନା ଦେଇଛନ୍ତି ଲୋକାୟୁକ୍ତ । ଏହି ଅଧିକାରୀଙ୍କ ମଧ୍ୟରେ କିଛି ରାଜସ୍ୱ, ପରିବହନ ଓ କୃଷି ବିଭାଗର ଥିବା ବେଳେ କିଛି ଅଧ୍ୟାପକ, ଡାକ୍ତର, ପଶୁ ଚିକିତ୍ସକ ଓ ଇଞ୍ଜିନିୟର ଅଛନ୍ତି ।

ଅଧିକ ପଢ଼ନ୍ତୁ : କର୍ଣ୍ଣାଟକରେ କ୍ଷମତା ଲଢ଼େଇ ଜାରି; କଂଗ୍ରେସ ହାଇକମାଣ୍ଡଙ୍କୁ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ଅନୁରୋଧ

କର୍ଣ୍ଣାଟକର ମାଣ୍ଡୟା, ମହୀଶୂର, ବିଦର, ଧାରୱାଡ଼, ହାବେରୀ, ବେଙ୍ଗାଲୁରୁ, ଶିବମୋଗା ଦାବଣଗିରିରେ ଚଢ଼ାଉ କରିଥିଲେ ଲୋକାୟୁକ୍ତ । ଜବତ ମୋଟ୍ ସମ୍ପତ୍ତିର ମୂଲ୍ୟ ପ୍ରାୟ ୩୮୧ କୋଟି ଟଙ୍କା ହେବ । ନଭେମ୍ବର ୮ ତାରିଖରେ ବେଙ୍ଗାଲୁରୁରେ କାର୍ଯ୍ୟରତ ୪ଜଣ ଆରଟିଓଙ୍କ ଠିକଣାରେ ଚଢ଼ାଉ କରିଥିଲା ଲୋକାୟୁକ୍ତ । ଏହିଠାରୁ ହିଁ ଏହି ସରକାରୀ ଅଧିକାରୀଙ୍କ କଳାଧନର ଲମ୍ବା ତାଲିକା ମିଳିଥିଲା । ସେପଟେ ଘଟଣାକୁ ନେଇ ରାଜ୍ୟର କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ସିଦ୍ଦରମୈୟା ସରକାରଙ୍କୁ ଦୁର୍ନୀତିଖୋର୍ ସରକାର ବୋଲି ବିଜେପି କହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe