କନକ ବ୍ୟୁରୋ : କର୍ଣ୍ଣାଟକରେ ୧୦ ଅଧିକାରୀଙ୍କ ଘରେ ଲୋକୟୁକ୍ତଙ୍କ ଚଢ଼ାଉ । ପାଖାପାଖି ୪ଶହ କୋଟି ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଜବତ କରାଯାଇଛି । ସେପଟେ ଏହାକୁ ନେଇ ବଢ଼ିଛି ରାଜନୈତିକ ତାତି । କଂଗ୍ରେସ ଓ ବିଜେପି ମୁହାଁମୁହିଁ ହୋଇଛନ୍ତି ।
କର୍ଣ୍ଣାଟକର ୧୦ ଜଣ ସରକାରୀ ଅଧିକାରୀଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିଥିଲା । ମଙ୍ଗଳବାର ସକାଳୁ ବଡ଼ ଚଢ଼ାଉ କରିଥିଲା ଲୋକାୟୁକ୍ତ । ଜବତ ସୁନା ଗହଣା, ଟଙ୍କା ଓ ଅନ୍ୟ ସାମଗ୍ରୀ ଜାଣିକି ଆଶ୍ଚର୍ଯ୍ୟ ହେବେ ଜବତ ଏହି ନୋଟ୍ ବିଡ଼ା ଓ ସୁନା ଗହଣା କେବଳ ଜଣେ ମାତ୍ର ଅଧିକାରୀଙ୍କ ଘରୁ ମିଳିଛି । ବାକି ୯ ଜଣ ଅଧିକାରୀଙ୍କ ଘରୁ ଅଧିକ ପରିମାଣର ସମ୍ପତ୍ତି ଜବତ ହୋଇଥିବା ସୂଚନା ଦେଇଛନ୍ତି ଲୋକାୟୁକ୍ତ । ଏହି ଅଧିକାରୀଙ୍କ ମଧ୍ୟରେ କିଛି ରାଜସ୍ୱ, ପରିବହନ ଓ କୃଷି ବିଭାଗର ଥିବା ବେଳେ କିଛି ଅଧ୍ୟାପକ, ଡାକ୍ତର, ପଶୁ ଚିକିତ୍ସକ ଓ ଇଞ୍ଜିନିୟର ଅଛନ୍ତି ।
ଅଧିକ ପଢ଼ନ୍ତୁ : କର୍ଣ୍ଣାଟକରେ କ୍ଷମତା ଲଢ଼େଇ ଜାରି; କଂଗ୍ରେସ ହାଇକମାଣ୍ଡଙ୍କୁ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ଅନୁରୋଧ
କର୍ଣ୍ଣାଟକର ମାଣ୍ଡୟା, ମହୀଶୂର, ବିଦର, ଧାରୱାଡ଼, ହାବେରୀ, ବେଙ୍ଗାଲୁରୁ, ଶିବମୋଗା ଦାବଣଗିରିରେ ଚଢ଼ାଉ କରିଥିଲେ ଲୋକାୟୁକ୍ତ । ଜବତ ମୋଟ୍ ସମ୍ପତ୍ତିର ମୂଲ୍ୟ ପ୍ରାୟ ୩୮୧ କୋଟି ଟଙ୍କା ହେବ । ନଭେମ୍ବର ୮ ତାରିଖରେ ବେଙ୍ଗାଲୁରୁରେ କାର୍ଯ୍ୟରତ ୪ଜଣ ଆରଟିଓଙ୍କ ଠିକଣାରେ ଚଢ଼ାଉ କରିଥିଲା ଲୋକାୟୁକ୍ତ । ଏହିଠାରୁ ହିଁ ଏହି ସରକାରୀ ଅଧିକାରୀଙ୍କ କଳାଧନର ଲମ୍ବା ତାଲିକା ମିଳିଥିଲା । ସେପଟେ ଘଟଣାକୁ ନେଇ ରାଜ୍ୟର କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ସିଦ୍ଦରମୈୟା ସରକାରଙ୍କୁ ଦୁର୍ନୀତିଖୋର୍ ସରକାର ବୋଲି ବିଜେପି କହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/11/25/karnataka-lokayukta-2025-11-25-22-13-22.jpg)