ଜୈସ୍‌ ପାଖରେ ଅଛନ୍ତି ହଜାରେ ଆତ୍ମଘାତୀ ଆକ୍ରମଣକାରୀ

Advertisment

ମାସୁଦ ଆଝାର ଏହି ଅଡିଓରେ କହିଛିି, ତା’ର ସଙ୍ଗଠନର ଆତଙ୍କବାଦୀ ନା କୌଣସି ସାଂସରିକ ସୁବିଧା ଦାବି କରନ୍ତି ନା କୌଣସି ବ୍ୟକ୍ତିଗତ ଲାଭ କିମ୍ବା ଖୁସି ଖୋଜିଥାନ୍ତି । ସେ କହିଛନ୍ତି, ତାଙ୍କ ପାଖରେ ଯେତେ ଆତଙ୍କବାଦୀ ଅଛନ୍ତି ଯଦି ସେ ତାଙ୍କ ସଂଖ୍ୟା ସାର୍ବଜନୀନ କରିଦିଅନ୍ତି ତେବେ ସାରା ଦୁନିଆର ଗଣମାଧ୍ୟମରେ ହଇଚଇ ସୃଷ୍ଟି ହୋଇଯିବ ।

ମାସୁଦ ଆଝାର ଏହି ଅଡିଓରେ କହିଛିି, ତା’ର ସଙ୍ଗଠନର ଆତଙ୍କବାଦୀ ନା କୌଣସି ସାଂସରିକ ସୁବିଧା ଦାବି କରନ୍ତି ନା କୌଣସି ବ୍ୟକ୍ତିଗତ ଲାଭ କିମ୍ବା ଖୁସି ଖୋଜିଥାନ୍ତି । ସେ କହିଛନ୍ତି, ତାଙ୍କ ପାଖରେ ଯେତେ ଆତଙ୍କବାଦୀ ଅଛନ୍ତି ଯଦି ସେ ତାଙ୍କ ସଂଖ୍ୟା ସାର୍ବଜନୀନ କରିଦିଅନ୍ତି ତେବେ ସାରା ଦୁନିଆର ଗଣମାଧ୍ୟମରେ ହଇଚଇ ସୃଷ୍ଟି ହୋଇଯିବ ।

Terroristkilled

Terroristkilled Photograph: (KanakNews)

କନକ ବ୍ୟୁରୋ : ପାକିସ୍ତାନସ୍ଥିତ ଆତଙ୍କବାଦୀ ସଙ୍ଗଠନ ଜୈସ୍‌-ଏ-ମହମ୍ମଦର ମୁଖ୍ୟ ମାସୁଦ ଆଝାର ନିଜ ଆତଙ୍କବାଦୀଙ୍କ ସାମର୍ଥ୍ୟ ଓ ସଂଖ୍ୟାକୁ ନେଇ ପୁଣି ଥରେ ବାହାସ୍ଫୋଟ ମାରିବା ସହିତ ଧମକ ଦେଇଛି । ମାସୁଦର ଏକ ଅଡିଓ ବାର୍ତ୍ତା ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି, ଯେଉଁଥିରେ ସେ ଦାବି କରିଛି ଯେ, ତା’ର ସଙ୍ଗଠନ ପାଖରେ ହଜାରେରୁ ଅଧିକ ଆତ୍ମଘାତୀ ଆକ୍ରମଣକାରୀ ଅଛନ୍ତି । ଆତ୍ମଘାତୀ ଆକ୍ରମଣକାରୀ ଯେକୌଣସି ସମୟରେ ଆକ୍ରମଣ କରିବାକୁ ପ୍ରସ୍ତୁତ ଅଛନ୍ତି ।

ମାସୁଦ ଆଝାର ଏହି ଅଡିଓରେ କହିଛିି, ତା’ର ସଙ୍ଗଠନର ଆତଙ୍କବାଦୀ ନା କୌଣସି ସାଂସରିକ ସୁବିଧା ଦାବି କରନ୍ତି ନା କୌଣସି ବ୍ୟକ୍ତିଗତ ଲାଭ କିମ୍ବା ଖୁସି ଖୋଜିଥାନ୍ତି । ସେ କହିଛନ୍ତି, ତାଙ୍କ ପାଖରେ ଯେତେ ଆତଙ୍କବାଦୀ ଅଛନ୍ତି ଯଦି ସେ ତାଙ୍କ ସଂଖ୍ୟା ସାର୍ବଜନୀନ କରିଦିଅନ୍ତି ତେବେ ସାରା ଦୁନିଆର ଗଣମାଧ୍ୟମରେ ହଇଚଇ ସୃଷ୍ଟି ହୋଇଯିବ । ଏଥିରେ ଜୈସ୍‌ ପାଖରେ ବହୁ ସଂଖ୍ୟାରେ ପ୍ରଶିକ୍ଷିତ ଆତଙ୍କବାଦୀ ଥିବା ଚର୍ଚ୍ଚା ହେଉଛି ।

ଅଧିକ ପଢ଼ନ୍ତୁ : ଭାରତ ମୋତେ ଡରୁଛି: ପାକ୍ ସେନାର ନିମନ୍ତ୍ରଣକୁ ନେଇ ଗର୍ବ କଲା ପହଲଗାମ୍ ଷଡ଼୍‌ଯନ୍ତ୍ରକାରୀ

ସୁରକ୍ଷା ବିଶେଷଜ୍ଞ କହିଛନ୍ତି, ଆତଙ୍କବାଦୀ ସଙ୍ଗଠନ ଚାପରେ ଥିଲେ ଏପରି ଅଡିଓ ଜାରି କରନ୍ତି । ଭରତ ଗତବର୍ଷ ମେ’ ମାସରେ ପାକିସ୍ତାନରେ ଜୈସର ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଥିଲା, ଯେଉଁଥିରେ ତା’ର ଅନେକ ସଦସ୍ୟଙ୍କର ମୃତ୍ୟୁ ହୋଇଥିଲା । ଏହି ଅଡିଓ ମାସୁଦ ଆଝାରର ମାନସିକ ସ୍ଥିତି ଓ ବିଚଳତାକୁ ଦର୍ଶାଉଛି । ମାସୁଦ ଅଡିଓରେ ଦର୍ଶାଇଛି ଯେ, ଆତଙ୍କବାଦୀମାନେ ସହିଦ ହେବାକୁ ପୂରା ବ୍ୟଗ୍ର ଅଛନ୍ତି । ସେମାନେ ମୋତେ ଚିଠି ଲେଖି ଧମକ ଦେଉଛନ୍ତି, ସେମାନଙ୍କୁ ଆଗକୁ ପଠାଇବାକୁ କହୁଛନ୍ତି ।

ଏମାନେ ଜଣେ ନୁହେ, କି ଦୁଇ ଜଣ ନୁହେ, ଶହେ ନୁହେ, ହଜାରେ ନୁହେ, କହିଦେଲେ ପୂରା ବିଶ୍ୱର ମିଡିଆରେ ହଇଚଇ ସୃଷ୍ଟି ହୋଇଯିବ । ମାସୁଦର ଏହି ଅଡିଓ କେତେ ତାରିଖର ଜଣାପଡ଼ିନାହିଁ କିନ୍ତୁ ଏହା ଜୈସ୍‌-ଏ-ମହମ୍ମଦର ବୋଲି ଜଣାପପଡ଼ିଛି । ସୂଚନାଯୋଗ୍ୟ, ୨୦୧୯ ପରେ ମାସୁଦ ଆଝାରକୁ ସର୍ବସାଧାରଣରେ ଦେଖାଯାଇନାହିଁ । ୨୦୧୯ରେ ବହାବଲପୁରରେ ତା’ର ଠିକଣାରେ ହୋଇଥିବା ଆକ୍ରମଣ ପରେ ସେ ଲୁଚି ରହିଛି । ବିଭିନ୍ନ ସମୟରେ ତା’ର ନାଁରେ ଅଡିଓ ଓ ଲିଖିତ ବାର୍ତ୍ତା ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଥାଏ । ଏପରି ବାର୍ତ୍ତା ଦ୍ୱାରା ଆତଙ୍କବାଦୀ ସଂଗଠନ ଭୟର ବାତାବରଣ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଥାନ୍ତି । ଏହାସହିତ ନିଜ ସଙ୍ଗଠନ ଓ କ୍ୟାଡରଙ୍କ ମନୋବଳ ଦୃଢ଼ ରଖିବାକୁ ଚେଷ୍ଟା କରିଥାନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe