କନକବ୍ୟୁରୋ : ଭାରତ ବିରୋଧରେ ଷଡ୍ଯନ୍ତ୍ର । ପାକିସ୍ତାନର ବାହାୱଲପୁରରେ ଲସ୍କର ଓ ଜୈସର ବଡ଼ ବୈଠକ । ଜାତୀୟ ଗଣମାଧ୍ୟମ ଅନୁଯାୟୀ, ଭାରତ ଉପରେ ଆକ୍ରମଣ କରିବାକୁ ପାକିସ୍ତାନର ଦୁଇ ପ୍ରମୁଖ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା ଏବଂ ଜୈସ୍-ଏ-ମହମ୍ମଦ ଏକାଠି ହୋଇଛନ୍ତି । ପାକିସ୍ତାନର ପଞ୍ଜାବ ପ୍ରଦେଶର ବାହାବୱପୁରଠାରେ ଏହି ଦୁଇ ସଂଗଠନର ଅନେକ ଆତଙ୍କବାଦୀ ନିକଟରେ ଉଚ୍ଚସ୍ତରୀୟ ବୈଠକ କରିଥିଲେ । ଭାରତରେ ଆକ୍ରମଣ କରିବା ପାଇଁ ରଣନୀତି ପ୍ରସ୍ତୁତ କରିବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ପୂର୍ବରୁ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର ଅପରେସନ୍ ସିନ୍ଦୂରରେ ଧ୍ବଂସ ହୋଇଥିବା ବାହାୱଲପୁର ପୁଣି ଥରେ ଆତଙ୍କବାଦୀ ଯୋଜନାର କେନ୍ଦ୍ର ପାଲଟିଛି ।
ଅଧିକ ପଢନ୍ତୁ... ଇଣ୍ଡିଗୋ ବିରୋଧରେ କାର୍ଯ୍ୟାନୁଷ୍ଠାନ; ଯାତ୍ରୀଙ୍କୁ ମିଳିବ ଫାଇଦା
ଗୁଇନ୍ଦା ରିପୋର୍ଟରେ ଏହି ବୈଠକର ଫଟୋ ସାମ୍ନାକୁ ଆସିଛି । ଲସ୍କରର ଉପମୁଖ୍ୟ ସୈଫୁଲ୍ଲା କସୁରୀ ସହ ଜେଇଏମ୍ ଆତଙ୍କୀମାନେ ଉପସ୍ଥିତ ଥିଲେ । ଏହା ସହିତ ପାକ୍-ଅଧିକୃତ କାଶ୍ମୀର ରାୱଲକୋଟରେ ଆତଙ୍କବାଦୀ ଲଞ୍ଚ୍ ପ୍ୟାଡ୍ ପୁଣି ନିର୍ମାଣ କରାଯାଉଛି ଏବଂ ଡିଜିଟାଲ୍ ମାଧ୍ୟମରେ ଅର୍ଥ ସଂଗ୍ରହ ଚାଲିଥିବା ସୂଚନା ମିଳିଛି । ଏଥିସହ ଲଣ୍ଡନରେ ପାକିସ୍ତାନ ଗୃହମନ୍ତ୍ରୀ ତଥା ପିସିବି ଅଧ୍ୟକ୍ଷ ମହସିନ୍ ନକଭିଙ୍କ ଗାଡ଼ିକୁ ଅଟକାଇଲା ପୁଲିସ୍ । ପାକିସ୍ତାନର କାର୍ଯ୍ୟକାରୀ ଗୃହମନ୍ତ୍ରୀ ତଥା ପାକିସ୍ତାନ କ୍ରିକେଟ୍ ବୋର୍ଡ ଅଧ୍ୟକ୍ଷ ମହସିନ୍ ନକଭି ତାଙ୍କ ଲଣ୍ଡନ ଗସ୍ତ ସମୟରେ ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ।
ବ୍ରିଟିସ୍ ବୈଦେଶିକ କାର୍ଯ୍ୟାଳୟରେ ଅଧିକାରୀମାନଙ୍କୁ ଭେଟିବା ପାଇଁ ଯାଉଥିବା ସମୟରେ ଲଣ୍ଡନ ପୁଲିସ ତାଙ୍କ ଗାଡ଼ିକୁ ଅଟକାଇଥିଲା। ପୁଲିସ ତାଙ୍କ ଗାଡ଼ିର ଡିକି ସମେତ ସମସ୍ତ ଅଂଶକୁ ଭଲ ଭାବରେ ଯାଞ୍ଚ କରିଥିଲା। ପାକିସ୍ତାନୀ ସାମ୍ବାଦିକ ଏହି ଘଟଣାର ଭିଡିଓ ସେୟାର କରି କହିଛନ୍ତି, ନକଭି କୌଣସି ନିଶାଦ୍ରବ୍ୟ କିମ୍ବା ବିସ୍ଫୋରକ ନେଇ ଯାଉଛନ୍ତି କି ନାହିଁ, ତାହା ଯାଞ୍ଚ କରାଯାଇଛି । ମହସିନ୍ ନକଭି ବ୍ରିଟିସ୍ ଅଧିକାରୀଙ୍କ ସହ ପାକିସ୍ତାନକୁ ପ୍ରତ୍ୟର୍ପଣ କରାଯିବାକୁ ଥିବା ଶାହଜାଦ୍ ଆକବର ଏବଂ ଆଦିଲ୍ ରାଜାଙ୍କ ଉପରେ ଆଲୋଚନା କରିବାକୁ ଲଣ୍ଡନ ଯାଇଛନ୍ତି । ସୋସିଆଲ୍ ମିଡିଆରେ ଏହି ଘଟଣାକୁ ନେଇ ଖୁବ୍ ଚର୍ଚ୍ଚା ହେଉଥିବା ବେଳେ କିଛି ପାକିସ୍ତାନୀ ଏହାକୁ ଜଣେ ମନ୍ତ୍ରୀଙ୍କ ପ୍ରତି ଅପମାନ ବୋଲି କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/09/pakistan-2025-12-09-14-58-21.png)