ମହାକାଶର ଅନୁଭୁତି ବାଣ୍ଟିଲେ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା; କହିଲେ, ବଡ଼ ହେଲେ ସାଙ୍ଗ ହୋଇ ଯିବା ମହାକାଶ

ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଶୁଭାଂଶୁଙ୍କ ଜନ୍ମ । ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ପିଲାବେଳୁ ହିଁ ଶୁଭାଂଶୁଙ୍କ ଭିତରେ ଥିଲା ଅନେକ ଉର୍ଜ୍ଜା । ମାଟିରେ ରହି ଦେଖିଥିଲେ ମହାକାଶର ଅନେକ ସ୍ୱପ୍ନ । ନ୍ୟାସ୍‌ନାଲ ଡିଫେନ୍ସ ଏକାଡେମୀରେ ଉତ୍ତୀର୍ଣ୍ଣ ହେଲା ପରେ ଭାରୀତୀୟ ବାୟୁ ସେନାରେ ଯୋଗ ଦେଇଥିଲେ ।

Shubhanshu Shukla

Shubhanshu Shukla Photograph: (Kanak News)

କନକ ବ୍ୟୁରୋ : ମହାକାଶର ଅନୁଭୁତି ବାଣ୍ଟିବାକୁ ଓଡିଶା ଆସିଛନ୍ତି ମହାକାଶଚାରୀ ଶୁଭାଂଶୁ ଶୁକ୍ଲା । ସ୍କୁଲ ଛାତ୍ରଛାତ୍ରୀଙ୍କୁ ଭେଟି ବଖାଣିଲେ ମହାକାଶର ଅଜବ ଗଜବ ଅନୁଭୁତି । ସ୍ପେଶ ଯାତ୍ରା କରିବା ପାଇଁ ପ୍ରସ୍ତୁତ ହେବାକୁ ଦେଲେ ଆହ୍ୱାନ ।

ମହାକାଶ ଯାତ୍ରା ଏତେ ସହଜ ନଥିଲା । ଜିରୋ ଗ୍ରାଭିଟିରେ ଜୀବନ ଜିଇଁବା ଓ ଗବେଷଣା କରିବା ଭାରି କଷ୍ଟ । ଅନ୍ତର୍ଜାତୀୟ ସ୍ପେସ ସେଣ୍ଟରରେ ଅନେକବାର ହୃଦସ୍ପନ୍ଦନ ବି କମିଯାଇଛି କିନ୍ତୁ ଧୈର୍ଯ୍ୟହରା ନହୋଇ ନିଜ ଦାୟିତ୍ୱ ତୁଲାଇଛି । ଘରୋଇ ଶିକ୍ଷାନୁଷ୍ଠାନ ସାଇ ପକ୍ଷରୁ ଆୟୋଜିତ ସାଇଟେଡ କାର୍ଯ୍ୟକ୍ରମରେ ଯୋଗ ଦେଇ ମହାକାଶ ଯାତ୍ରାର ଅନୁଭୁତି ବଖାଣିଛନ୍ତି ଶୁଭାଂଶୁ । ଏହାସହ ମିଶନ ଟୁ ମୁନ, ଗଗନାୟନ ମିଶନ ଓ ଭାରତୀୟ ସ୍ପେଶ ଷ୍ଟେସନ ପାଇଁ ଇସ୍ରୋରେ କାମ ଚାଲିଛି । ୨୦୪୦ ସୁଦ୍ଧା ଚନ୍ଦ୍ରକୁ ଯିବାର ଲକ୍ଷ୍ୟକୁ ସଫଳତା ସହ ଶେଷ କରିବା ପାଇଁ ତାଙ୍କୁ ମିଳିଛି ଗୁରୁଦାୟିତ୍ୱ ।

ଅଧିକ ପଢ଼ନ୍ତୁ : ଇତିହାସ ରଚିଲେ ଶୁଭାଂଶୁ ଶୁକ୍ଲା, ବଡ଼ ବୟାନ ଦେଲେ ଇସ୍ରୋ ମୁଖ୍ୟ ଏସ ସୋମନାଥ

ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଶୁଭାଂଶୁଙ୍କ ଜନ୍ମ । ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ପିଲାବେଳୁ ହିଁ ଶୁଭାଂଶୁଙ୍କ ଭିତରେ ଥିଲା ଅନେକ ଉର୍ଜ୍ଜା । ମାଟିରେ ରହି ଦେଖିଥିଲେ ମହାକାଶର ଅନେକ ସ୍ୱପ୍ନ । ନ୍ୟାସ୍‌ନାଲ ଡିଫେନ୍ସ ଏକାଡେମୀରେ ଉତ୍ତୀର୍ଣ୍ଣ ହେଲା ପରେ ଭାରୀତୀୟ ବାୟୁ ସେନାରେ ଯୋଗ ଦେଇଥିଲେ । ଧିରେ ଧିରେ ସଫଳତାର ଯାତ୍ରା ବଢିଚାଲିଲା । ୨୦୧୯ରେ ଇସ୍ରୋ ତାଙ୍କୁ ପ୍ରଥମ ଗଗନାୟନର ମହାକାଶଚାରୀ ଭାବେ ଚୟନ କରିଥିଲା । ୨୦୨୫ ଜୁନ ୨୫ରେ ଏକ୍ସିୟମ ମିଶନ-୪ର ମିଶନ ପାଇଲଟ ଭାବେ ମହାକାଶ ଯାତ୍ର ଆରମ୍ଭ କରିଥିଲେ । ଆଉ ଏହାପରେ ଯାହା ହେଲା ତାହା ଆଜି ଇତିହାସ ।

ଶୁଭାଂଶୁଙ୍କ କାନ୍ଧରେ ଏବେ ଅନେକ ଦାୟିତ୍ୱ । ତାଙ୍କଠାରୁ ଅନେକ ଆଶା ରଖିଛି ଇସ୍ରୋ । ଆଉ ଅନ୍ୟପଟେ ବର୍ତ୍ତମାନର ଯୁବପିଢିଙ୍କ ଉପରେ ଶୁଭାଂଶୁଙ୍କର ନଜର । ମହାକାଶ ବିଜ୍ଞାନରେ ଅନେକ ସୁଯୋଗ ରହିଛି । ମହାକାଶ ବିଜ୍ଞାନ ପ୍ରତି ରୁଚି ବଢାଇବାକୁ ଆହ୍ୱାନ ଦେଇଛନ୍ତି ଶୁଭାଂଶୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe