କନକ ବ୍ୟୁରୋ : ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ । ବାରମ୍ବାର ଚେତାବନୀ ସତ୍ତ୍ୱେ ପରମାଣୁ କାର୍ଯ୍ୟକ୍ରମ ବନ୍ଦ ନକରିବାରୁ ଇରାନ ଉପରେ ଭୟଙ୍କର ଆକ୍ରମଣ କରିଛି ଇସ୍ରାଏଲ । ଆମେରିକା ସହ ମିଶି ଆଜି ସକାଳୁ ଇରାନର ୩୦ରୁ ଅଧିକ ସ୍ଥାନରେ ଏୟାରଷ୍ଟ୍ରାଇକ୍ କରିଛି ଇସ୍ରାଏଲ ସେନା । ଜବାବରେ ଇାରନ ମଧ୍ୟ ପାଲଟା ଆକ୍ରମଣ କରିଛି । ଇସ୍ରାଏଲର ହଇଫା ପୋର୍ଟ ସମେତ ଇାରକ, କୁଏତ, କତାର, ଆବୁଧାବି, ୟୁଏଇ, ବାହାରିନ, ଜୋର୍ଡାନରେ ଥିବା ଆମେରିକା ସୈନ ଠିକଣା ଉପରେ ମିସାଇଲ ବର୍ଷା କରିଛି ଇରାନ ।

Advertisment

ଜେନେଭା ଆଲୋଚନା ବୈଠକ ବିଫଳ ହେବା ପରେ ମଧ୍ୟପ୍ରାଚ୍ୟରେ କିଛି ଏଭଳି ସ୍ଥିତି ଦେଖିବାକୁ ମିଳିଛି । ଇାରନ ବଡ଼ଧରଣର ଆକ୍ରମଣ ଯୋଜନା କରୁଥିବା ଗୁଇନ୍ଦା ରିପୋର୍ଟ ପାଇବା ପରେ ଶନିବାର ସକାଳୁ ଇରାନ ଉପରେ ଅତର୍କିତ ଆକ୍ରମଣ କରିଛି ଇସ୍ରାଏଲ ସେନା । ଇରାନର ତେହେରାନ ସମେତ ଏକାଧିକ ସହର ଉପରକୁ ଘନ ଘନ ମିସାଇଲ୍ ମାଡ କରିଛି । ଏଥିରେ ଇସ୍ରାଏଲକୁ ସହଯୋଗ କରିଛି ଆମେରିକା । ଆକ୍ରମଣରେ ଇାରନ ସେନା ମୁଖ୍ୟ ଆମିର ହାତମିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେପଟେ ଦେଶର ସର୍ବୋଚ୍ଚ ନେତା ଅୟତୁଲ୍ଲା ଖାମେନେଇଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ଅଧିକ ପଢ଼ନ୍ତୁ : ଶ୍ରମିକଙ୍କୁ ଲୁଟିନେଲେ ଦଲାଲ; ବଞ୍ଚି ଥାଉଥାଉ ମାରିଦେଲେ !

ଇସ୍ରାଏଲ ସେନା ଆକ୍ରମଣର କଡ଼ା ଜବାବ ଦେଇଛି ଇରାନ । ଲଗାତାର ୪୦୦ ମିସାଇଲ୍ ବର୍ଷା କରିଛି । ଇସ୍ରାଏଲର ବିଭିନ୍ନ ପୋର୍ଟକୁ ଟାର୍ଗେଟ୍ କରିଛି ଇରାନ ମିସାଇଲ୍‌ । ଏଥିସହ ଇାରକ, ଜୋର୍ଡାନ, କତାର, କୁଏତ, ଆବୁଧାବି, ୟୁଏଇ ଓ ବାହାରିନରେ ଥିବା ଆମେରିକୀୟ ବେସ୍‌ କ୍ୟାମ୍ପ ଉପରେ ମିସାଇଲ ମାଡ଼ କରିଛି ଇରାନ । କେବଳ ସେତିକି ନୁହେଁ ଆମେରିକାର ସହଯୋଗୀ ଦେଶକୁ ମଧ୍ୟ ସେ ଆଗକୁ ଟାର୍ଗେଟ୍ କରିବ ବୋଲି ଚେତାଇ ଦେଇଛି ।

ଇରାନ ଓ ଇସ୍ରାଏଲ ମଧ୍ୟରେ ଦୀର୍ଘ ଦିନରୁ ତିକ୍ତତା ଲାଗି ରହିଛି । ଇରାନର ପରମାଣୁ କାର୍ଯ୍ୟକ୍ରମକୁ ଆମେରିକା ଓ ଇସ୍ରାଏଲ ବିରୋଧ କରୁଛନ୍ତି । ଏହାକୁ ତୁରନ୍ତ ବନ୍ଦ କରିବାକୁ ରାଷ୍ଟ୍ରପତି ଟ୍ରମ୍ପ ବାରମ୍ବାର ଚେତାବନୀ ଦେଇଛନ୍ତି । ଇରାନର ଏଭଳି କାର୍ଯ୍ୟକଳାପ ସାରା ବିଶ୍ବ ପାଇଁ ବିପଦ ବୋଲି ଟ୍ରମ୍ପ କହିଛନ୍ତି । ହେଲେ ନିଜ ଜିଦ୍‌ରେ ଅଟଳ ଇରାନର ଖାମେନେଇ ସରକାର । ପରିଣାମ ସ୍ୱରୂପ ଏବେ ମଧ୍ୟପ୍ରାଚ୍ୟରେ ଭୟଙ୍କର ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି ।