ଭାରତୀୟ ଯୁବତୀଙ୍କୁ ସାଙ୍ଘାଇ ବିମାନବନ୍ଦରରେ ଅଟକ ଘଟଣାକୁ ନେଇ ବଢିଲା ଭାରତ-ଚୀନ ବିବାଦ: ଅୁରୁଣାଚଳ ପ୍ରଦେଶର ଜାଙ୍ଗନାନ୍‌କୁ ଚୀନର ଅଂଶ ବୋଲି ବେଜିଂର ଦାବି

ଲଣ୍ଡନରେ ରହୁଥିବା ଜଣେ ଭାରତୀୟ ବଂଶୋଦ୍ଭବ ପେମା ୱାଙ୍ଗଜମ ଥଙ୍ଗଡ଼କ ନଭେମ୍ବର ୨୧ ତାରିଖରେ ଲଣ୍ଡନରୁ ଜାପାନ ଯାଉଥିବା ବେଳେ ସାଙ୍ଘାଇ ବିମାନବନ୍ଦରରେ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଥିଲେ । ବିମାନବନ୍ଦରର ଅପ୍ରବାସନ ଅଧିକାରୀ ତାଙ୍କ ପାସପୋର୍ଟ ଅବୈଧ ବୋଲି ଘୋଷଣା କରିଥିଲେ ।

8

india-china Photograph: (kanaknews)

କନକ ବ୍ୟୁରୋ: ଭାରତୀୟ ଯୁବତୀଙ୍କୁ ସାଙ୍ଘାଇ ବିମାନବନ୍ଦରରେ ଅଟକ ଘଟଣାକୁ ନେଇ ବଢିଲା ଭାରତ-ଚୀନ ବିବାଦ । ଅରୁଣାଚଳ ପ୍ରଦେଶର ଜାଙ୍ଗନାନ୍‌ ଚୀନର ଅଂଶ ଦାବି କରିଛି ବେଜିଂ । ବୈଦେଶିକ ମନ୍ତ୍ରଣାଳୟ କହିଛି ଅରୁଣାଚଳପ୍ରଦେଶ ଭାରତର ଅବିଚ୍ଛେଦ ଅଙ୍ଗ ଓ ଅଭିନ୍ନ ଅଂଶ । 

ଟି-ଟ୍ୱେଣ୍ଟି ବିଶ୍ବକପର ଆସିଲା ଖେଳସୂଚୀ: ଫେବୃଆରୀ ୧୫ରେ କଲମ୍ୱୋରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ସୂଚନା ଅନସୁାରେ ଲଣ୍ଡନରେ ରହୁଥିବା ଜଣେ ଭାରତୀୟ ବଂଶୋଦ୍ଭବ ପେମା ୱାଙ୍ଗଜମ ଥଙ୍ଗଡ଼କ ନଭେମ୍ବର ୨୧ ତାରିଖରେ ଲଣ୍ଡନରୁ ଜାପାନ ଯାଉଥିବା ବେଳେ ସାଙ୍ଘାଇ ବିମାନବନ୍ଦରରେ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଥିଲେ । ବିମାନବନ୍ଦରର ଅପ୍ରବାସନ ଅଧିକାରୀ ତାଙ୍କ ପାସପୋର୍ଟ ଅବୈଧ ବୋଲି ଘୋଷଣା କରିଥିଲେ । ଏହାର କାରଣ ଥିଲା ତାଙ୍କ ଜନ୍ମସ୍ଥାନରେ ଅରୁଣାଚଳପ୍ରଦେଶ ଲେଖାଥିଲା । ଆଉ ଏଥିପାଇଁ ତାଙ୍କୁ ବିମାନବନ୍ଦରରେ ୧୮ ଘଣ୍ଟା କାଳ ନିର୍ଯାତନା ଦିଆଯାଇଥିବା ପେମା ଅଭିଯୋଗ କରିଛନ୍ତି । ଅନ୍ୟପଟେ ଭାରତୀୟ ମହିଳାଙ୍କୁ ନିର୍ଯାତନା ଦିଆଯାଇନାହିଁ ଏବଂ ଅରୁଣାଚଳ ପ୍ରଦେଶ ଚୀନର ଅଂଶ ବୋଲି ବେଜିଂ କହିବା ପରେ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଚୀନ ପକ୍ଷ ଏହାକୁ ଯେତେ ମନାକଲେ ମଧ୍ୟ ଏହି ବାସ୍ତବତାକୁ ପରିବର୍ତ୍ତନ କରାଯାଇପାରିବ ନାହିଁ ବୋଲି ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ରଣଧୀର ଜୟସ୍ବାଲ କହିଛନ୍ତି ।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe