କନକ ବ୍ୟୁରୋ: ଭାରତୀୟ ତିନି ସଶସ୍ତ୍ର ବାହିନୀଙ୍କ ମିଳିତ ସାମରିକ ଅଭ୍ୟାସ "ତ୍ରିଶୂଳ" ଆରମ୍ଭ ହେବା ପୂର୍ବରୁ ଭୟରେ ଥରୁଛି ପାକିସ୍ତାନ । ଭାରତର ପଶ୍ଚିମ ସୀମାରେ ଏହି ତ୍ରି-ସେବା ଅଭ୍ୟାସ ଆୟୋଜିତ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ କଡ଼ା ଚେତାବନୀ ପରେ, ପଡ଼ୋଶୀ ପାକ୍ ନିଜର ବାୟୁସେନାକୁ ନୋଟିସ୍ ଜାରି କରି ସୀମାରେ ଅତିରିକ୍ତ କଟକଣା ଲଗାଇଛି ।
ପାକ୍ ଗଣାମାଧ୍ୟମ ରିପୋର୍ଟ ଅନୁସାରେ, ତ୍ରିଶୁଳର ପ୍ରସ୍ତୁତି ଭିତରେ ପଡୋଶୀ ଦେଶ ହଠାତ ନିଜର ମଧ୍ୟ ଓ ଦକ୍ଷିଣ ବାୟୁସୀମାରେ ବହୁ ବିମାନ ମାର୍ଗରେ କଟକଣା ଲଗାଇ ଦେଇଛି । ପାକିସ୍ତାନ ପକ୍ଷରୁ ଜାରି NOTAM ବା ନୋଟିସ୍ ଟୁ ଏୟାରମ୍ୟାନ୍ ଆସନ୍ତା ୨୮ ଓ ୨୯ ଅକ୍ଟୋବର ପାଇଁ ଲାଗୁ ରହିବ । ଭାରତର ‘ତ୍ରିଶୂଳ’ ଅଭ୍ୟାସ ୩୦ ଅକ୍ଟୋବରରୁ ୧୦ ନଭେମ୍ବର ପର୍ଯ୍ୟନ୍ତ ସରକ୍ରିକ୍ ଅଞ୍ଚଳରେ ଆୟୋଜିତ ହେବ । ଏହି ଅଞ୍ଚଳ ଭାରତ-ପାକିସ୍ତାନ ସୀମାର ପଶ୍ଚିମ ଉପକୂଳରେ ରହିଛି । ରଣନୈତିକ ଦୃଷ୍ଟିରୁ ଅତ୍ୟନ୍ତ ସମ୍ବେଦନଶୀଳ ମନେକରାଯାଉଛି ।
ଅଧିକ ପଢ଼ନ୍ତୁ--Mauritius : ପୂର୍ବଜଙ୍କୁ ଖୋଜିବାକୁ ଯାଜପୁରରୁ ମରିସସ୍
ସୁତ୍ର ଅନୁସାରେ, ‘ତ୍ରିଶୂଳ’ ଅଭ୍ୟାସ ସମୁଦ୍ର ସୁରକ୍ଷା, ସ୍ଥଳ ଏବଂ ବାୟୁ ଅଭିଯାନରେ ଶତ୍ରୁର ସମ୍ଭାବିତ ଗତିବିଧିକୁ ନଜର ରଖି ସମନ୍ବିତ ଭାବେ ପ୍ରତିଜାବକୁ ଗୁରୁତ୍ବ ଦେବ । ଅଭ୍ୟାସର କ୍ଷେତ୍ର ପାକିସ୍ତାନ ସୀମା ନିକଟରେ ରହିଛି, ସେଠାରେ ବାୟୁକ୍ଷେତ୍ରକୁ ୨୮ ହଜାର ଫୁଟ୍ ପର୍ଯ୍ୟନ୍ତ ସଂରକ୍ଷିତ ରଖିଛି । ଏବେ ଭାରତର ‘ତ୍ରିଶୂଳ’ ପୂର୍ବରୁ ଭୟରେ ଥରୁଛି ପାକ୍, ତେବେ ଇସଲାମାବାଦ କଟକଣା ପଛର କାରଣ କହିନାହିଁ, କିନ୍ତୁ ପ୍ରତିରକ୍ଷା ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହି ପଦକ୍ଷେପ କୌଣସି ସାମରିକ ଅଭ୍ୟାସ କିମ୍ବା ହତିଆର ପରୀକ୍ଷଣ ସହ ଜଡିତ ହୋଇପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/10/26/trishul-2025-10-26-16-51-10.jpg)