India-Pakistan Tenson- କେମିତି ପାକିସ୍ତାନ ବନିଥିଲା ଏପ୍ରିଲ୍‌ ଫୁଲ୍‌ ?

ଅଧ ରାତିରେ ପାକ୍‌ ଆକାଶରେ ଡମି ଏୟାରକ୍ରାଫ୍ଟ ଗୁଡ଼ିକୁ ଅସଲି ଫାଇଟର୍ ଜେଟ୍ ଭାବି ସକ୍ରିୟ ହୋଇ ଉଠିଥିଲା ପାକିସ୍ତାନର ଏୟାର ଡିଫେନ୍ସ ନେଟୱର୍କ

India Fools Pakistan

India Fools Pakistan Photograph: (kanak News)

କନକ ବ୍ୟୁରୋ: ଭାରତର ବୁଦ୍ଧି, ପାକିସ୍ତାନ ଘାଇଲା । କହିଲା, ମାରିଲା ପରି ପରିସ୍ଥିତି ହେଲା । ଅର୍ଥାତ୍‌ ଭାରତର ଆକ୍ରମଣ ସମ୍ପର୍କରେ ଟିକିଏ ବି ସୁରାଗ୍‌ ପାଇପାରିନଥିଲା ପାକିସ୍ତାନ । ଅଧ ରାତିରେ ପାକ୍‌ ପ୍ରଧାନମନ୍ତ୍ରୀ ସ୍ବିମିଂପୁଲ୍‌ରେ ଯେବେ ପହଁରୁଥିଲେ ସେବେ ମିସାଇଲ୍‌ ବର୍ଷା କରିଥିଲା ଭାରତ । ଅବଶ୍ୟ ପ୍ରଥମେ ପାକିସ୍ତାନ ମାନିନଥିଲା ହେଲେ ଖୋଦ୍‌ ପାକ୍‌ ପିଏମ୍‌ ମାନିଥିଲେ ଭାରତର ଆକ୍ରମଣ ସମ୍ପର୍କରେ । ହେଲେ କେମିତି ଆକ୍ରମଣ ସମ୍ପର୍କରେ ଜାଣିପାରିନଥିଲା ପାକିସ୍ତାନ ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ଓ ଆଲୋଚନା । କୁହାଯାଉଛି କି ଭାରତ ଡମି ବିମାନ ପଠାଇ ଏମିତି ପାକିସ୍ତାନକୁ ଭୂତାଇଦେଲା କି ପାକିସ୍ତାନ ଅକଲ ଗୁଡୁମ ହେଲା । 

ପାକିସ୍ତାନକୁ ଏପ୍ରିଲ ଫୁଲ୍‌ ବନାଇଦେଲା ଭାରତ
ନକଲି ଲଢୁଆ ବିମାନ ପଠାଇଲା
ରାଡାରର ସବୁ ସୂଚନା ପାଇଗଲା
ଅସଲି ପୂର୍ବରୁ ନକଲି ଡେମୋ
ମାଡ଼ରେ ଘାଇଲା ହେଲା ପାକିସ୍ତାନ

ଭାରତ ଆକ୍ରମଣ କରିବା ପୂର୍ବରୁ ପାକିସ୍ତାନକୁ ପ୍ରଥମେ ନକଲି ଯୁଦ୍ଧ ବିମାନ ପଠାଇଥିଲା । ନକଲି ବିମାନକୁ ପାକିସ୍ତାନ ଅସଲି ଭାବିଥିଲା । ଖାଲି ଭାବିଥିଲା ତାହା ନୁହେଁ ବରଂ ନକଲି ବିମାନକୁ ଦେଖି ପାକିସ୍ତାନର ରାଡାର୍‌ ଆକ୍ଟିଭ୍‌ ହୋଇଥିଲା ଆଉ ଭାରତ ପୂରା ସୂଚନା ପାଇଥିଲା ଶତ୍ରୁର ଗତିବିଧି ଉପରେ । ଏହାର ଫାଇଦା ନେଇ ପରେ ପରେ ଅସଲି ବିମାନରେ ଆକ୍ରମଣ ଏମିତି କରିଥିଲା ଯେ ମାତ୍ର କିଛି ମିନିଟ୍‌ରେ ଧ୍ବଂସ ହୋଇଥିଲା ଆତଙ୍କୀ ଆଡ୍ଡା ଓ ଏୟାରବେସ୍‌ ।

ଅପରେସନ୍‌ ସିନ୍ଦୂର
ପାକିସ୍ତାନ ବନିଥିଲା ମହାଭକୁଆ

ଅପରେସନ୍ ସିନ୍ଦୂରରେ ପାକିସ୍ତାନ ବନିଥିଲା 'ମହା ଭକୁଆ'  । ଚକ୍‌ମା ଦେଇଥିଲା ଭାରତ ପଠାଇଥିବା 'ଡମି' ଏୟାରକ୍ରାଫ୍ଟ  । ମେ ୯-୧୦ ତାରିଖ ରାତିରେ ଭାରତୀୟ ସେନାର ରଣନୀତି ଆଗରେ ପାକିସ୍ତାନର ବୁଦ୍ଧି ଫିକା ପଡ଼ିଯାଇଥିଲା । ପାକିସ୍ତାନର ୧୧ ବାୟୁସେନା ଘାଟି ଉପରେ ଅସଲି ଏୟାର ଷ୍ଟ୍ରାଇକ୍ କରିବା ପୂର୍ବରୁ ପ୍ରଥମେ ନକଲି ଆଟାକ୍ କରିଥିଲା ଭାରତ । ଶତ୍ରୁରାଷ୍ଟ୍ର କେଉଁଠି ନିଜର ରାଡାର୍ ଓ ଏୟାର ଡିଫେନ୍ସ ସିଷ୍ଟମ୍ ଲୁଚାଇ ରଖିଛି, ତା’ ର ଠିକଣା ଜାଣିବାକୁ ପ୍ରଥମେ ଆକାଶରେ ସୃଷ୍ଟି କରାଯାଇଥିଲା ଜୋରଦାର ଆକ୍ରମଣର ଭ୍ରମ । ସୀମା ପାର୍‌ ହୋଇ ଯାଇଥିଲା ଡମି ଏୟାରକ୍ରାଫ୍ଟ ।  

ଅଧ ରାତିରେ ପାକ୍‌ ଆକାଶରେ ଡମି ଏୟାରକ୍ରାଫ୍ଟ ଗୁଡ଼ିକୁ ଅସଲି ଫାଇଟର୍ ଜେଟ୍ ଭାବି ସକ୍ରିୟ ହୋଇ ଉଠିଥିଲା ପାକିସ୍ତାନର ଏୟାର ଡିଫେନ୍ସ ନେଟୱର୍କ । ପାକିସ୍ତାନ ବ୍ୟବହାର କରୁଥିବା ଚାଇନା ମେଡ୍ HQ-9 ମିସାଇଲ୍ ସିଷ୍ଟମ୍ ଓ ରାଡାର୍ ଆଦି ଆକ୍ଟିଭେଟ୍ ହେବା ପରେ ଏହାର ସଠିକ୍ ଲୋକେସନ୍ ଜାଣିପାରିଥିଲା ଭାରତ । ଆଉ ତତକ୍ଷଣାତ୍, ସେଠାକୁ ଆତ୍ମଘାତୀ ଡ୍ରୋନ୍ 'ହାରୋପ୍' ପଠାଇ ଆଖି ପିଛୁଳାକେ ସେଗୁଡ଼ିକୁ ଧ୍ୱଂସ କରିଦେଇଥିଲା । ଗୋଟିଏ ରାତି ଭିତରେ ପାକିସ୍ତାନର HQ-9 ଏୟାର ଡିଫେନ୍ସ ମିସାଇଲ୍ ସିଷ୍ଟମ୍, ରାଡାର୍ ସାଇଟ୍ ଏବଂ କମାଣ୍ଡ୍ ଆଣ୍ଡ୍ କଣ୍ଟ୍ରୋଲ ସେଣ୍ଟର ଆଦିକୁ ଖୋଜି ଖୋଜି ଧ୍ୱଂସ କରିଥିଲା ଭାରତ । ଆଉ ତା' ପରେ ବାକି ଥିଲା ଅସଲି ତାଣ୍ଡବ । 

କଥାହେଲା ଅନେକ ସମୟରେ ବିମାନର ପରୀକ୍ଷଣ କରିବାକୁ କିଛି ନକଲି ବିମାନ ଆକାଶରେ ଛଡ଼ାଯାଏ । ହେଲେ ଏନେଇ ପାକ୍‌ କିଛି ସୂଚନା ପାଇନଥିଲା । ସେଇଥି ଲାଗି ତ ନକଲି ପଛରେ ପଡ଼ିଯାଇଥିଲା ପାକିସ୍ତାନ ଓ ସେଗୁଡ଼ିକୁ ନଷ୍ଟ କରିବାରେ ଲାଗିଥିଲା । ଆଉ ତାହାର ସୁଯୋଗ ନେଇ ଶତ୍ରୁରାଷ୍ଟ୍ର ଉପରେ ଆକ୍ରମଣ କରିଥିଲା ଭାରତ । ଶତ୍ରୁର ଏୟାର ଡିଫେନ୍ସ ସିଷ୍ଟମ୍ ନଷ୍ଟ ହେବା ପରେ, ଭାରତ ଆରମ୍ଭ କରିଥିଲା ଅସଲି ଆଟାକ୍‌ । ସୂଚନା ଅନୁସାରେ, ରାଫେଲ୍ ସମେତ ଭାରତୀୟ ବାୟୁସେନାର ବିଭିନ୍ନ ଫାଇଟର୍ ଜେଟ୍ ପାକିସ୍ତାନର ଆତଙ୍କୀ ଆଡ୍ଡା ଓ ଏୟାରବେସକୁ ଟାର୍ଗେଟ୍‌ କରିଥିଲେ । ପ୍ରାୟ ୧୫ଟି ବ୍ରହ୍ମୋସ୍ ସହିତ ସ୍କାଲ୍ଫ ରାମ୍ପେଜ୍ ଓ କ୍ରିଷ୍ଟାଲ୍ ମେଜ୍ ଆଦି ମିସାଇଲ୍‌ ଟାର୍ଗେଟ୍‌ କରାଯାଇଥିଲା । 

ମୋଟ୍‌ ଉପରେ ଭାରତର ରଣନୀତି ଆଗରେ ଫେଲ୍‌ ମାରିଥିଲା ପାକିସ୍ତାନ । ଯାହା ଏବେ ସ୍ପଷ୍ଟ ହୋଇଛି । ଖାଲି ସ୍ପଷ୍ଟ ହୋଇନି ବରଂ ଭାରତ କେମିତି ପ୍ରତିଶୋଧ ନିଏ ତାହା ବି ଜାଣିସାରିଛି ପାକିସ୍ତାନ । ତେଣୁ ଆଗାମୀ ଦିନରେ କିଛି ହରକତ୍‌ କରିବା ପୂର୍ବରୁ ଶହେଥର ପାକିସ୍ତାନ ଭାବିବ ବୋଲି ଚର୍ଚ୍ଚା ହେଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe