କନକ ବ୍ୟୁରୋ: ପାକିସ୍ତାନ ଉପରେ ଭାରତ ପକାଇଦେଲା ବମ୍ । ଅବଶ୍ୟ ଇଏ ଅସ୍ତ୍ରଶସ୍ତ୍ର ବମ୍ ନୁହେଁ ବରଂ ବାଣିଜ୍ୟିକ ବମ୍ । ଯାହାଦ୍ବାରା ପୂରାପୂରି ଭାବରେ ଦୋହଲିବ ପାକିସ୍ତାନର ଅର୍ଥନୈତିକ ମେରୁଦଣ୍ଡ । ଭାରତର ଏମିତି ଘାତକ ଆଟାକ୍ ପରେ ଏବେ ଚିନ୍ତାରେ ପାକିସ୍ତାନ । ଆମଦାନୀ, ଜାହାଜ ଚଳାଚଳ, ଚିଠିପତ୍ର ଓ ପାର୍ସଲ ଆଦାନପ୍ରଦାନ ଉପରେ ରୋକ୍ ଲଗାଇ, ପାକିସ୍ତାନ ବିରୋଧରେ ସାଙ୍ଘାତିକ କୂଟନୈତିକ ଚାଲ୍ ଚଳାଉଛି ଭାରତ । ଯାହାକୁ ନେଇ ଟେନ୍ସନ୍ରେ ପାକିସ୍ତାନର ପିଏମ୍ ।
ପାକିସ୍ତାନ ଉପରେ ବୋମା ପକାଇଲା ଭାରତ
ଇଏ ଏମିତି ସେମିତି ବମ୍ ନୁହେଁ ବରଂ ବାଣିଜ୍ୟିକ ବମ୍
ଦେବାଳିଆ ତ ପୂର୍ବରୁ ଥିଲା, ଏବେ ଭିକ ମାଗିବ
ମୋଦୀ ବନାଉଛନ୍ତି ମାଷ୍ଟରପ୍ଲାନ୍
ସାଙ୍ଘାତିକ ହଇରାଣ ହେବ ପାକିସ୍ତାନ
ପହଲଗାମ୍ ଆକ୍ରମଣ ପରେ ଭାରତ ବଦଲା ମୋଡ୍ରେ ଅଛି । କେମିତି ଆତଙ୍କୀଙ୍କୁ ପାନେ ଦିଆଯିବ ସେନେଇ ମାଷ୍ଟରପ୍ଲାନ୍ କରୁଛନ୍ତି ମୋଦୀ । ବାୟୁସେନା, ସ୍ଥଳସେନା ଓ ନୌସେନା ମୁଖ୍ୟଙ୍କ ସହ ବାରମ୍ବାର ବୈଠକ ବି ହେଉଛି । ଏ ସବୁ ଦେଖିବା ପରେ ଗୋଟିଏ କଥା ସ୍ପଷ୍ଟ କି ପାକିସ୍ତାନକୁ ଏଥର ଆଉ ଛାଡ଼ିବାର ପ୍ରଶ୍ନ ଉଠୁନି । ସେପଟେ ମୋଦୀ ବି କହିସାରିଛନ୍ତି ଏଥର ନିର୍ଣ୍ଣାୟକ ଲଢେଇ ହେବ । ତେଣୁ ଭାରତର ପ୍ରସ୍ତୁତି ଦେଖି ଛାନିଆ ହେଲାଣି ପାକିସ୍ତାନ ।
ଚେତାବନୀ ଦେଲେ ମୋଦୀ-ଶାହ
ଏଥର ଆତଙ୍କୀଙ୍କୁ ଆଉ ନିସ୍ତାର ନାହିଁ
ପହଲଗାମ୍ ଆକ୍ରମଣ ପରେ ଆତଙ୍କୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଦେଶରେ ଯେଉଁମାନେ ଅଶାନ୍ତି ସୃଷ୍ଟି କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ବି ହେବ କହିଛନ୍ତି । ହେଲେ ଏହାପୂର୍ବରୁ ପାକିସ୍ତାନକୁ ଆର୍ଥିକ ସ୍ତରରେ ଦୁର୍ବଳ କରିବାକୁ ଭାରତ ମାଷ୍ଟର ପ୍ଲାନ୍ କରିଛି । ପହଲଗାମ୍ ଆକ୍ରମଣ ପରଦିନ ଅଟ୍ଟାରୀ-ୱାଘା ବର୍ଡର ଦେଇ ସ୍ଥଳପଥ ବାଣିଜ୍ୟ କାରବାର ଉପରେ ଭାରତ ପ୍ରଥମେ କଟକଣା ଲଗାଇଥିଲା । ପରେ ପରେ ପାକିସ୍ତାନରୁ ସବୁ ପ୍ରକାର ପ୍ରତ୍ୟକ୍ଷ ଓ ପରୋକ୍ଷ ଆମଦାନୀ ଉପରେ ରୋକ୍ ଲଗାଇଛି ।
ଖାଲି ଏତିକି ନୁହେଁ ବରଂ ଜାତୀୟ ସୁରକ୍ଷା ଓ ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି, ପାକିସ୍ତାନରେ ତିଆରି ହେଉଥିବା କିମ୍ବା ସେଠାରୁ ରପ୍ତାନୀ ହେଉଥିବା ସବୁ ପ୍ରକାର ସାମଗ୍ରୀ ଆମଦାନୀ ଉପରେ ନିଷେଧାଦେଶ ଜାରି କରିଛନ୍ତି ଭାରତ ସରକାର । ତେବେ ଅତ୍ୟାବଶ୍ୟକ କ୍ଷେତ୍ରରେ ଆମଦାନୀ ପାଇଁ କେନ୍ଦ୍ରର ଆଗୁଆ ଅନୁମତି ନେବାକୁ ପଡ଼ିବ । ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ୨୦୧୯ ପୁଲୱାମା ଆତଙ୍କୀ ହମଲା ପରେ ପାକିସ୍ତାନରୁ ଆମଦାନୀ ଉପରେ ୨ ଶହ ପ୍ରତିଶତ ଶୁଳ୍କ ଲାଗୁ କରିଥିଲା ଭାରତ । ଫଳରେ ସେବେଠାରୁ ଆମଦାନୀ ପରିମାଣ କମିଥିଲା ।
ଏହାସହ ଭାରତୀୟ ଆକାଶ ଉପର ଦେଇ ପାକିସ୍ତାନ ବିମାନ ଉଡ଼ାଣକୁ ମନା କରିବା ସହିତ ଜାହାଜ ଚଳାଚଳ ଉପରେ ବି ପ୍ରତିବନ୍ଧକ ଲଗାଇଛନ୍ତି ଭାରତ ସରକାର । ପାକିସ୍ତାନୀ ପତାକା ଲାଗିଥିବା କୌଣସି ଜାହାଜ ଭାରତୀୟ ବନ୍ଦରକୁ ଆସିପାରିବ ନାହିଁ ଏବଂ ଭାରତୀୟ ପତାକା ଲାଗିଥିବା ଜାହାଜକୁ ମଧ୍ୟ କୌଣସି ପାକିସ୍ତାନ ବନ୍ଦରକୁ ଯିବାକୁ ବାରଣ କରାଯାଇଛି । ସେପଟେ ଡାକ ବିଭାଗ ବି ଜାରି କରିଛି ବଡ଼ କଟକଣା । ପାକିସ୍ତାନରୁ ଆକାଶପଥ ଓ ସ୍ଥଳପଥରେ ସମସ୍ତ ପ୍ରକାର ଚିଠିପତ୍ର ଓ ପାର୍ସଲ୍ ଆଦାନ ପ୍ରଦାନ ବନ୍ଦ କରାଯାଇଛି । ମୋଟ୍ ଉପରେ ପାକିସ୍ତାନ ଉପରେ ଭାରତ ଲଗାଇଥିବା କଟକଣା ପରେ ପାକିସ୍ତାନର ଅବସ୍ଥା ଅତି ଶୋଚନୀୟ ହେବ ବୋଲି କୁହାଯାଉଛି ।