କନକ ବ୍ୟୁରୋ : ଭାରତୀୟ ବାୟୁସେନାର କାର୍ଯ୍ୟକ୍ଷମ କ୍ଷମତା ବୃଦ୍ଧି କରିବାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନେତୃତ୍ୱରେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ବା ଡିଏସି ଗୁରୁବାର ୧୧୪ଟି ରାଫେଲ ଯୁଦ୍ଧ ବିମାନ କ୍ରୟକୁ ଅନୁମୋଦନ କରିଛି । ସୂତ୍ର ଅନୁଯାୟୀ ଚଳିତ ମାସ ଶେଷରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ଙ୍କ ଗସ୍ତ ପୂର୍ବରୁ ୩.୨୫ ଲକ୍ଷ କୋଟି ଟଙ୍କାର ଏହି ମେଗା ଚୁକ୍ତିକୁ ମଞ୍ଜୁରି ମିଳିଛି ।
ଏହି ଚୁକ୍ତି ଅନୁଯାୟୀ ୧୧୪ ରାଫେଲ ଯୁଦ୍ଧ ବିମାନ ମଧ୍ୟରୁ ୮୦ ପ୍ରତିଶତ ଘରୋଇ ଉତ୍ପାଦନ ହେବ ବୋଲି ଆଶା କରାଯାଉଛି । ଏହାଦ୍ୱାରା ମେକ୍ ଇନ୍ ଇଣ୍ଡିଆ ଫ୍ରେମୱାର୍କ ଅନୁଯାୟୀ ସ୍ୱଦେଶୀ ସାମଗ୍ରୀ ନିର୍ମାଣ ୬୦ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିପାରେ । ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ବିମାନ କ୍ରୟ ପାଇଁ ଅନୁମତି ପ୍ରଦାନ କରିଥିବା ସୂତ୍ରରୁ ଜଣାପଡ଼ିଛି । ପ୍ରତିରକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରତିରକ୍ଷା କ୍ରୟ ବୋର୍ଡ଼ ରାଫେଲ ଅଧିଗ୍ରହଣ ପ୍ରସ୍ତାବକୁ ଗତ ମାସ ମଞ୍ଜୁରି ପ୍ରଦାନ କରିଥିଲା । ଏହାଦ୍ୱାରା ଡାସଲ୍ଟ ଆଭିଏସନ୍ ସହିତ ଆନୁଷ୍ଠାନିକ ଆଲୋଚନା ଅଧିକ ନିକଟତର ହୋଇପାରିବ । ରାଫେଲ ଯୁଦ୍ଧବିମାନ ଫ୍ରାନ୍ସର ଡାସଲ୍ଟ ଏଭିଏସନ ଦ୍ୱାରା ନିର୍ମାଣ କରାଯାଉଛି ।
ଅଧିକ ପଢ଼ନ୍ତୁ : ତୁର୍କୀ ଓ ପାକିସ୍ତାନକୁ ମାଷ୍ଟର ଷ୍ଟ୍ରୋକ୍, ଗ୍ରୀସ୍ ସହ ଭାରତ କଲା ବଡ଼ ଡିଲ୍
ଭାରତର ପଶ୍ଚିମ ଓ ଉତ୍ତର ସୀମାରେ ବିପଦ ବଢ଼ୁଥିବାବେଳେ ଯୁଦ୍ଧ ବିମାନର ଅଭାବ ରହିଛି । ୪୨ ଯୁଦ୍ଧବିମାନ ପାଇଁ ଅନୁମତି ଥିଲେ ମଧ୍ୟ ଭାରତୀୟ ବାୟୁସେନା ପାଖରେ ମାତ୍ର ୨୯ଟି ଯୁଦ୍ଧ ବିମାନ ରହିଛି । ଫଳରେ ୩.୨୫ ଲକ୍ଷ କୋଟି ଟଙ୍କାର ଏହି ଚୁକ୍ତି ଭାରତୀୟ ଯୁଦ୍ଧବିମାନ ଅଧିଗ୍ରହଣ କ୍ଷେତ୍ରରେ ଏକ ବଡ଼ଧରଣର ଉପଲବ୍ଧି ହେବ । ଏହି ଯୋଜନାରେ ୧୮ ଯୁଦ୍ଧବିମାନ ଉଡ଼ିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅବସ୍ଥାରେ ମିଳିବ ଓ ବାକି ୯୬ଟି ଯୁଦ୍ଧବିମାନକୁ ଭାରତରେ ଆସେମ୍ବଲ କରାଯିବ । ଭାରତୀୟ ବାୟୁସେନା ୮୮ଟି ସିଙ୍ଗଲ-ସିଟ୍ ଓ ୨୬ଟି ଟ୍ୱିନ୍ ସିଟ୍ ଯୁଦ୍ଧ ବିମାନ କିଣିବ । ଭାରତ ୨୦୨୦ରେ ପ୍ରଥମ ଥର ରାଫେଲ ଯୁଦ୍ଧବିମାନ ଅମ୍ବାଲାସ୍ଥିତ ବାୟୁସେନା ଷ୍ଟେସନଠାରେ ଗ୍ରହଣ କରିଥିଲା, ପରେ ଏହାକୁ ସେନାରେ ସାମିଲ କରାଯାଇଥିଲା । ବର୍ତ୍ତମାନ ଭାରତ ଦୁଇଟି ରାଫେଲ ଯୁଦ୍ଧବିମାନ ମୁତୟନ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/02/12/rafale-jets-2026-02-12-20-49-14.jpg)