କନକ ବ୍ୟୁରୋ : ତୁର୍କୀ ଓ ପାକିସ୍ତାନ ସହ ମୁକାବିଲା ପାଇଁ ଭାରତ ନୂଆ ଖେଳ ଖେଳିବା ଆରମ୍ଭ କରିଛି। ଭାରତ ପ୍ରତିରକ୍ଷା ଶିଳ୍ପ ସହଯୋଗ ବୃଦ୍ଧି କରିବା ପାଇଁ ଗ୍ରୀସ୍ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ସହଯୋଗ ଚୁକ୍ତି ସ୍ୱାକ୍ଷର କରିଛି । ଗ୍ରୀସ୍ର ପ୍ରତିରକ୍ଷା ମନ୍ତ୍ରୀ ନିକୋଲାସ୍-ଜର୍ଜିଓସ୍ ଡେଣ୍ଡିଆସ୍ ଓ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଫେବୃଆରୀ ୯ ତାରିଖରେ ବସିଥିବା ଏକ ବୈଠକରେ ଏହି ମିଳିତ ଚୁକ୍ତି ସ୍ୱାକ୍ଷର କରିଛନ୍ତି ।
ବୈଠକରେ ଭାରତର "ଆତ୍ମନିର୍ଭର ଭାରତ" ପଦକ୍ଷେପକୁ ଗ୍ରୀସର "ଏଜେଣ୍ଡା ୨୦୩୦" ପ୍ରତିରକ୍ଷା ସଂସ୍କାର ଯୋଜନା ସହିତ ସମନ୍ୱୟ କରି ସେମାନଙ୍କର ସ୍ୱଦେଶୀ ପ୍ରତିରକ୍ଷା ଶିଳ୍ପକୁ ଆହୁରି ମଜବୁତ କରିବାକୁ ନିଷ୍ପତ୍ତି ନେଇଛି। ଦୁଇ ପ୍ରତିରକ୍ଷା ମନ୍ତ୍ରୀ ଆଞ୍ଚଳିକ ଶାନ୍ତି ଏବଂ ସୁରକ୍ଷା ସହିତ ଜଡିତ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଥିଲେ । ଭାରତ ଓ ଗ୍ରୀସ୍ ମଧ୍ୟରେ ଏହି ପ୍ରତିରକ୍ଷା ସହଯୋଗ ଚୁକ୍ତି ପ୍ରତିରକ୍ଷା ଶିଳ୍ପ, ସାମରିକ ଅଭ୍ୟାସ ଓ ବୈଷୟିକ ସହଯୋଗକୁ ନେଇ ଏକ ପାଞ୍ଚ ବର୍ଷର ରୋଡମ୍ୟାପ୍ ପ୍ରସ୍ତୁତ କରିଛି। ନୂଆଦିଲ୍ଲୀର ଏହି ପଦକ୍ଷେପ ତୁର୍କୀ ଓ ପାକିସ୍ତାନର ଟେନସନ୍ ବଢ଼ାଇପାରେ, ବିଶେଷକରି ପୂର୍ବ ଭୂମଧ୍ୟସାଗର ଏବଂ ଦକ୍ଷିଣ ଏସିଆରେ ଭୂରାଜନୈତିକ ସନ୍ତୁଳନକୁ ପ୍ରଭାବିତ କରିପାରେ ।
ଅଧିକ ପଢ଼ନ୍ତୁ--ମୁର୍ଶିଦାବାଦରେ ବାବ୍ରି ମସଜିଦ ନିର୍ମାଣ ଆରମ୍ଭ :୨୨ କିମି ବାବ୍ରି ଯାତ୍ରାର ନେତୃତ୍ୱ ନେଲେ କବୀର
ଉଲ୍ଲେଖଯୋଗ୍ୟ, ଭାରତ-ପାକିସ୍ତାନ ମଧ୍ୟରେ ବିବାଦ ଯେତେବେଳେ ଚରମ ସୀମାରେ ପହଞ୍ଚିଥିଲା ସେତେବେଳେ ତୁର୍କୀ ଖୋଲାଖୋଲି ଭାବରେ ପାକିସ୍ତାନକୁ ସମର୍ଥନ କରିଥିଲା। ଅପରେସନ୍ ସିନ୍ଦୂର ସମୟରେ ତୁର୍କୀ ପାକିସ୍ତାନକୁ ଯୁଦ୍ଧାସ୍ତ୍ର ଯୋଗାଇଦେଇଥିଲା। ତୁର୍କୀ ଡ୍ରୋନ୍ ସାହାଯ୍ୟରେ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିଥିଲା, ଯାହାର ଜବାବରେ ଭାରତ ଗ୍ରୀସ୍ ର ନିକଟତର ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/12/india-2026-02-12-16-18-26.jpg)