ବିସ୍ଫୋରଣ ପରେ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି: ଆଜି ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ

ସବୁ ଦିଗରୁ ତଦନ୍ତ ହେବ କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ସୁରକ୍ଷା ସ୍ଥିତି ନେଇ ଆଜି  ଗୃହ ମନ୍ତ୍ରାଳୟର ଗୁରୁତ୍ବପୂଣ୍ଣ ବୈଠକ । ଶାହ ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

03

Important meeting of the Home Minister Photograph: (KanakNews)

କନକ ବ୍ୟୁରୋ: ଦିଲ୍ଲୀ ବିସ୍ଫୋରଣ । ସବୁ ଦିଗରୁ ତଦନ୍ତ ହେବ କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ସୁରକ୍ଷା ସ୍ଥିତି ନେଇ ଆଜି  ଗୃହ ମନ୍ତ୍ରାଳୟର ଗୁରୁତ୍ବପୂଣ୍ଣ ବୈଠକ । ଶାହ ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।  ଶାହ କହିଛନ୍ତି,  ଆଜି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଦିଲ୍ଲୀ ଲାଲକିଲ୍ଲା ନିକଟସ୍ଥ ସୁଭାଷ ମାର୍ଗ ଟ୍ରାଫିକ୍‌ ସିଗନାଲ ନିକଟରେ ଏକ ହୁଣ୍ଡାଇ ଆଇ୨୦ କାର୍‌ରେ ବିସ୍ଫୋରଣ ହୋଇଛି ।  ବିସ୍ଫୋରଣରେ ଅନେକ ଲୋକ ମୃତାହତ ହୋଇଛନ୍ତି ଗାଡ଼ି ମୋଟର ଜଳିଯାଇଛି ।  ଘଟଣା ଘଟିବାର ୧୦ ମିନିଟ୍‌ ମଧ୍ୟରେ ଦିଲ୍ଲୀ କ୍ରାଇମ ବ୍ରାଞ୍ଚ ଏବଂ ସ୍ବତନ୍ତ୍ର ଶାଖାର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏନଏସଜି, ଏନଆଇଏ ଏବଂ ଏଫଏସଏଲ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଘଟଣାରେ ମୁଁ ଦିଲ୍ଲୀ ପୁଲିସ କମିସନର ଏବଂ ସ୍ବତନ୍ତ୍ର ବ୍ରାଞ୍ଚ୍‌ ପ୍ରଭାରୀଙ୍କ ସହ କଥା ହୋଇଛି । ବିସ୍ଫୋରଣ ଘଟଣାର ସମସ୍ତ ଦିଗରୁ ତଦନ୍ତ କର‌ାଯିବ ବୋଲି ଶାହ କହିଛନ୍ତି । 

ମନେପଡ଼େ ୨୦୦୮ ଆକ୍ରମଣ, ଏମିତି ବିସ୍ଫୋରଣ ଘଟାଇଥିଲେ ଆତଙ୍କୀ

ଦିଲ୍ଲୀ ବିସ୍ଫୋରଣ ସଂକ୍ରାନ୍ତରେ ଗଣମାଧ୍ୟମରେ ଟିପ୍ପଣୀ ରଖିବାପରେ ଶାହ ଲୋକ ନାରାୟଣ ଜୟ ପ୍ରକାଶ ହସ୍ପିଟାଲରେ ପହଞ୍ଚିଥିଲେ । ହସ୍ପିଟାଲରେ ଆହତଙ୍କୁ ଭେଟିବାପରେ ଶାହ ଦିଲ୍ଲୀ ପୁଲିସ କମିସନର ସତୀଶ ଗୋଲଚା ଏବଂ ଅନ୍ୟ ଅଧିକାରୀଙ୍କ ସହ ବୈଠକ କରିଛନ୍ତି ।  ଶାହ ମଧ୍ୟ ବିସ୍ଫୋରଣ ସ୍ଥଳ ପରିଦର୍ଶନ କରିଛନ୍ତି ।

 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe