କନକ ବ୍ୟୁରୋ : ସୋମବାର ରାଜଧାନୀ ଦିଲ୍ଲୀରେ କାର୍ ବିସ୍ଫୋରଣ ପୂରା ଦେଶକୁ ଦୋହଲାଇ ଦେଇଛି । ଦୀର୍ଘ ୧୪ ବର୍ଷ ପରେ ଦିଲ୍ଲୀରେ ଏତେ ବଡ଼ ବିସ୍ଫୋରଣ ହୋଇଛି। ଏହାପୂର୍ବରୁ ୨୦୦୮ରେ ଦିଲ୍ଲୀରେ ବିସ୍ଫୋରଣ ହୋଇଥିଲା । ୨୦୦୮ ମସିହା ନଭେମ୍ବର ୨୬ରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପୂରା ଦେଶକୁ ସ୍ତବ୍ଧ କରିଦେଇଥିଲା । ଆତଙ୍କବାଦୀ ମୁମ୍ବାଇ ମହାନଗରରେ ଯେଉଁ ଆତଙ୍କ ସୃଷ୍ଟି କରିଥିଲେ, ଆଜି ଦିଲ୍ଲୀରେ ସମାନ ସ୍ଥିତି ସୃଷ୍ଟି ହୋଇଛି । ସୋମବାରର ଏହି ଆକ୍ରମଣ ମୁମ୍ବାଇ ଆକ୍ରମଣର ଭୟବହତାକୁ ମନେପକାଇ ଦେଇଛି ।
୨୯ ନଭେମ୍ବର ୨୦୧୬, ନାଗ୍ରୋଟା ସେନା ଶିବିର: ୧୦ ମୃତ
୨୬ ନଭେମ୍ବର ୨୦୦୮,ମୁମ୍ବାଇ :୧୭୧ ମୃତ
୨୪ ନଭେମ୍ବର ୨୦୦୭,ଲକ୍ଷ୍ନୌ, ବାରାଣସୀ, ଫୈଜାବାଦ:୧୬ ମୃତ
୨୪ ନଭେମ୍ବର ୨୦୦୨,ରଘୁନାଥ ମନ୍ଦିର ଆକ୍ରମଣ(ଜମ୍ମୁ):୧୪ ମୃତ
୮ ନଭେମ୍ବର ୧୯୯୧, କଲ୍ୟାଣ ଟ୍ରେନ ବିସ୍ଫୋରଣ (ମୁମ୍ବାଇ):୧୨ ମୃତ
ଦେଶର ବଡ଼ ବଡ଼ ଆତଙ୍କବାଦୀ ଆକ୍ରମଣ
୧୫ ଜୁନ- ୧୯୯୧, ପଞ୍ଜାବ: ୧୨୬ ମୃତ
୧୨ ମାର୍ଚ୍ଚ ୧୯୯୩, ବମ୍ବେ: ୨୫୭ ମୃତ
୧୦ ସେପ୍ଟେମ୍ବର ୨୦୦୨, ବିହାର: ୨୦୦ ମୃତ
୧୧ ଜୁଲାଇ ୨୦୦୬, ମୁମ୍ବାଇ: ୨୦୯ ମୃତ
୨୬ ନଭେମ୍ବର ୨୦୦୮, ମୁମ୍ବାଇ : ୧୭୧ ମୃତ
ବଡ଼ ଆତଙ୍କବାଦୀ ଆକ୍ରମଣକୁ ପଣ୍ଡ କଲା ଭାରତ, ଜନଗହଳି ସ୍ଥାନରେ ଆକ୍ରମଣ ଯୋଜନା କରିଥିଲେ ଆତଙ୍କୀ
ଦିଲ୍ଲୀରେ ଏମିତି ଘଟିଥିଲା ଆକ୍ରମଣ...
୨୭ ସେପ୍ଟେମ୍ବରରେ ମେହରୋଲିର ଫୁଲ ବଜାରରେ ଟିଫିନ ବୋମା ବିସ୍ଫୋରଣ ହୋଇଥିଲା
ମୋଟର ସାଇକେଲରେ ଆସି ଦୁଇ ଜଣ ଯୁବକଙ୍କ ଟିଫିନ ଛାଡ଼ି ଯାଇଥିଲେ ।
ଏହି ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୩ ଜଣ ଆହତ ହୋଇଥିଲେ ।
୧୩ ସେପ୍ଟେମ୍ବର ୨୦୦୮ରେ ଦିଲ୍ଲୀ ତିନିଟି ସ୍ଥାନରେ ବିସ୍ଫୋରଣ ହୋଇଥିଲା
କରୋଲ ବାଗ, କନାଟ ପ୍ଲେସ ଓ ଗ୍ରେଟର କୈଳାସରେ ଗୋଟିଏ ସମୟରେ ବିସ୍ଫୋରଣ ହୋଇଥିଲା ।
ଏଥିରେ ୩୦ ଜଣଙ୍କର ମୃତ୍ୟୁ ଓ ୧୦୦ରୁ ଅଧିକ ଆହତ ହୋଇଥିଲେ ।
ଏହାପରେ ୭ ସେପ୍ଟେମ୍ବର ୨୦୧୧ ଦିଲ୍ଲୀ ହାଇକୋର୍ଟ ବାହାରେ ବିସ୍ଫୋରଣ ହୋଇଥିଲା ।
ବିସ୍ଫୋରକ ବ୍ରିଫକେସରେ ରଖାଯାଇଥିଲା, ଏଥିରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିଲା
୧୯୯୭ ମସିହାରୁ ମୋଟ ୨୬ ଥର ବଡ଼ଧରଣର ବିସ୍ଫୋରଣ ହୋଇ ୯୨ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି
୧୯୮୫ ମସିହା ମେ ୧୦ରେ ପ୍ରଥମ ଥର ଦିଲ୍ଲୀରେ ବଡ଼ଧରଣ ବିସ୍ଫୋରଣ ହୋଇଥିଲା ।
ଟ୍ରାଞ୍ଜିଷ୍ଟରରେ ବୋମା ଖଞ୍ଜା ଯାଇ ଅନେକ ସ୍ଥାନରେ ବିସ୍ଫୋରଣ କରାଯାଇଥିଲା ।
ଏଥିରେ କେବଳ ଦିଲ୍ଲୀରେ ୪୯ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ୧୨୭ ଜଣ ଆହତ ହୋଇଥିଲେ ।
ସ୍ବାଧୀନତା ପରେ ଏହା ପ୍ରଥମ ବଡ଼ ଆତଙ୍କବାଦୀ ଆକ୍ରମଣ ଘଟଣା ଥିଲା ।
ଏହାପରେ ୨୧ ମେ ୧୯୯୬ରେ ଲଜପତ ନଗରରେ ସେଣ୍ଟ୍ରାଲ ମାର୍କେଟରେ ଭୟଙ୍କର ବିସ୍ଫୋରଣ ହୋଇଥିଲା ।
ଏଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ୩୮ରୁ ଅଧିକ ଆହତ ହୋଇଥିଲେ ।
୨୦୦୫ରେ ଦୀପାବଳିର ଦିନକ ପୂର୍ବରୁ ୨୯ ଅକ୍ଟୋବରରେ ତିନିଟି ସ୍ଥାନରେ ବିସ୍ଫୋରଣ ହୋଇଥିଲା
ଏକାସାଙ୍ଗରେ ହୋଇଥିବା ବିସ୍ଫୋରଣରେ ୬୨ ଜଣଙ୍କର ମୃତ୍ୟୁ ଓ ୨୧୦ ଜଣ ଆହତ ହୋଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/11/10-2025-11-11-07-16-57.jpg)