କନକ ବ୍ୟୁରୋ : ମାଡ଼ି ଆସୁଛି ବାତ୍ୟା ମୋନ୍ଥା । ବାତ୍ୟା ନେଇ ବିଶାଖାପାଟଣାକୁ ହାଇଆଲର୍ଟ । ୧୬ ବିମାନ ବାତିଲ କଲେ କର୍ତ୍ତୃପକ୍ଷ । ଏୟାର ଇଣ୍ତିଆ ଓ ଇଣ୍ତିଗୋର ବିମାନ ବାତିଲ । ଆସନ୍ତାକାଲି ପାଇଁ ମଧ୍ୟ ଟ୍ରେନ୍ ବାତିଲ । ୭୦ଟି ଟ୍ରେନ୍ ବାତିଲ କଲେ ସାଉଥ ସେଣ୍ଟ୍ରାଲ କର୍ତ୍ତୃପକ୍ଷ ।
ସମୁଦ୍ର ଭିତରେ ଆହୁରି ଘନୀଭୂତ ହୋଇ ଆଗକୁ ବଢ଼ୁଛି ବାତ୍ୟା ମୋନ୍ଥା । ଆସନ୍ତାକାଲି ସକାଳ ସୁଦ୍ଧା ନେବ ଭୀଷଣ ବାତ୍ୟାର ରୂପ । ତାପରେ ଆନ୍ଧ୍ରପ୍ରଦେଶର କାକିନଡ୍ଡା ଆଡକୁ ମୁହାଁଇବ । ଆସନ୍ତାକାଲି ସନ୍ଧ୍ୟାରୁ ଆରମ୍ଭ ହେବ ଲ୍ୟାଣ୍ଡଫଲ ପ୍ରକ୍ରିୟା । ପ୍ରାୟ ତିନିରୁ ଚାରି ଘଣ୍ଟା ରହିବ ଲ୍ୟାଣ୍ଡଫଲ ପ୍ରକ୍ରିୟା । ଆସନ୍ତାକାଲି ରାତିରୁ ସକାଳ ପର୍ଯ୍ୟନ୍ତ ଭୀଷଣ ବାତ୍ୟା ମୋନ୍ଥାର ବଡ ପ୍ରଭାବ ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପରେ ରହିବ । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦ରୁ ୧୦୦ କିଲୋମିଟର ରହିବ। ସର୍ବାଧିକ ପବନର ବେଗ ୧୧୦ କିଲୋମିଟର ରହିବ ।
ଏହା ପରେ ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ । ବର୍ତ୍ତମାନ କାକିନଡ୍ଡା ଉପକୂଳରୁ ୪୫୦ରୁ ଅଧିକ କିଲୋମିଟର ଦୂରରେ ସକ୍ରିୟ ରହିଛି ବାତ୍ୟା ।ବିଶାଖପାଟନମ ଉପକୂଳରୁ ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗରେ ୫୦୦ କିଲୋମିଟର ଦୂର ଏବଂ ଗୋପାଳପୁର ଉପକୂଳରୁ ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗରେ ୭୦୦ କିଲୋମିଟର ଦୂରରେ ରହିଛି ବାତ୍ୟା ।
ପାଣିପାଗ ବିଭାଗର ଆକଳନ ଅନୁସାରେ ଆସୁଥିବା ବାତ୍ୟା ଆନ୍ଧ୍ରରୁ ଛତିଶଗଡ଼ ଭାୟା ଓଡ଼ିଶା ଦେଇ ଗତି କରିବ । ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବା ପରେ ଓଡ଼ିଶାର ମାଲକାନଗିରି ଦେଇ ଛତିଶଗଡ଼ ମୁହାଁ ହେବ । ଓଡ଼ିଶା ପ୍ରବେଶ କଲା ବେଳକୁ ପବନର ବେଗ ଘଣ୍ଟା ପ୍ରତି ସର୍ବାଧିକ ୮୦ କିଲୋମିଟର ଥିବ । ତାପରେ ମଧ୍ୟପ୍ରଦେଶ ଉପକୂଳରେ ଯାଇ ଦୁର୍ବଳ ହେବ । ପୁରୀରେ ବର୍ଷା ଆରମ୍ଭ ହୋଇଛି । ଗୋପାଳପୁରରେ ପ୍ରଶାସନ ପୁରା ସତର୍କ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/10/27/visakhapatnam-2025-10-27-23-36-47.jpg)