Notice to X Photograph: (Kanak News)
କନକ ବ୍ୟୁରୋ : ପୁଣି ପ୍ରଶ୍ନ ଘେରରେ ଆର୍ଟିଫିସିଆଲ୍ ଇଣ୍ଟଲିଜେନ୍ସ ବା ଏଆଇ । କୃତ୍ରିମ ବୁଦ୍ଧିମତା ବ୍ୟବହାର କରି ତିଆରି କରାଯାଉଛି ଅଶ୍ଳୀଳ ବିଷୟବସ୍ତୁ । ବିଶେଷ କରି ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ସେୟାରକୁ ନେଇ ଚିନ୍ତା ପ୍ରକଟ କରିବା ସହ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସକୁ ନୋଟିସ୍ ପଠାଇଲେ କେନ୍ଦ୍ର ସରକାର । 'ଏକ୍ସ'ର ଏଆଇ ପ୍ଲାଟଫର୍ମ ଗ୍ରକ୍ ବ୍ୟବହାର କରି ଅଶ୍ଳୀଳ ବିଷୟବସ୍ତୁ ତିଆରି କରାଯାଉଥିବା ଅଭିଯୋଗ ହୋଇଛି ।
'ଏକ୍ସ'ର ଏଆଇ ପ୍ଲାଟଫର୍ମ ଗ୍ରକ୍ ସାହାଯ୍ୟରେ ଅଶ୍ଳୀଳ ବିଷୟବସ୍ତୁ ତିଆରିକୁ ନେଇ ଚିନ୍ତା ବଢ଼ିଛି । ଉଦବେଗ ପ୍ରକାଶ କରିବା ସହ 'ଏକ୍ସ'କୁ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟର ନୋଟିସ୍ ।ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ କରି ସେୟାର୍ କରାଯାଉଥିବା ଅଭିଯୋଗ ହୋଇଛି । ଆଇଟି ଆଇନ ଅନୁପାଳନରେ ଏକ୍ସ ବିଫଳ ହୋଇଥିବା ଦର୍ଶାଇଲା କେନ୍ଦ୍ର । ୭୨ ଘଣ୍ଟା ଭିତରେ ଆକ୍ସନ୍ ଟେକେନ୍ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଶ୍ଳୀଳତା ରୋକିବାକୁ କେଉଁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଜଣାଇବାକୁ ନିର୍ଦ୍ଦେଶ ।
ଅଧିକ ପଢ଼ନ୍ତୁ : ନିର୍ବାଚନରେ ହୋଇପାରିବନି ଏଆଇର ଅପବ୍ୟବହାର: ବିହାର ନିର୍ବାଚନ ପୂର୍ବରୁ ସବୁ ଦଳକୁ କଡ଼ା ଚେତାବନୀ ଦେଲେ ନିର୍ବାଚନ କମିସନ
ନିକଟରେ ଡିପ୍ଫେକ୍ ଓ ଏଆଇ ଅପବ୍ୟବହାରକୁ ନେଇ ନିର୍ବାଚନ କମିସନଙ୍କ କଡ଼ା ଚେତାବନୀ । ବିହାର ବିଧାନସଭା ନିର୍ବାଚନରେ ଆର୍ଟିଫିସିଆଲ୍ ଇଣ୍ଟଲିଜେନ୍ସ ବା କୃତ୍ରିମ ବୁଦ୍ଧିମତାର ଅପବ୍ୟବହାରଠୁ ଦୂରେଇ ରହିବାକୁ ସମସ୍ତ ରାଜନୈତିକ ଦଳକୁ ନିର୍ଦ୍ଦେଶ । ବିହାରରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇସାରିଥିବା ବେଳେ, ଏଆଇ କିମ୍ୱା ଡିପଫେକ୍ ବ୍ୟବହାର କରି ଭ୍ରମ ସୃଷ୍ଟି ନକରିବାକୁ ଚେତାବନୀ ଦେଇଛନ୍ତି ନିର୍ବାଚନ କମିସନ ।
ତେବେ ସୋସିଆଲ ମିଡିଆରେ କିମ୍ୱା ବିଜ୍ଞାପନ ଜରିଆରେ ପ୍ରଚାର ପାଇଁ କୌଣସି ଏଆଇ ଫଟୋ କିମ୍ୱା ଭିଡିଓ ତିଆରି କରୁଥିଲେ, ସେଥିରେ ସ୍ପଷ୍ଟ ଭାବେ ଏଆଇ ଜେନେରେଟେଡ୍ ବୋଲି ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୋସିଆଲ ମିଡିଆ ପୋଷ୍ଟ୍ ଗୁଡ଼ିକ ଉପରେ କଡ଼ା ନଜର ରଖାଯିବ ବୋଲି ଚେତାଇଛନ୍ତି ନିର୍ବାଚନ କମିସନ ।
Follow Us