କନକ ବ୍ୟୁରୋ : ଜେଲ୍ ପାଚେରିରେ ଲାଗିବ ଅତ୍ୟାଧୁନିକ ଏଆଇ କ୍ୟାମେରା । ପାଚେରି ଡେଇଁ ବନ୍ଦୀ ଖସିବାକୁ ଉଦ୍ୟମ କଲେ ବାଜି ଉଠିବ ସାଇରନ୍ । ଜେଲ୍ ପାଚେରି ଡେଇଁ ଅନେକ ବନ୍ଦୀ ଫେରାର ହେଉଥିବା ବେଳେ ଏହାକୁ ରୋକିବା ଲାଗି ବଡ଼ ପଦକ୍ଷେପ ନେବାକୁ ଯାଉଛି ଜେଲ୍ ବିଭାଗ । କଟକ ଚୌଦ୍ବାର ଜେଲ୍ରୁ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଫେରାର ମାରିବା ପରେ ଏବେ ଜେଲ୍ ବିଭାଗର ପଶିଛି ଚେତା ।
ଏଣିକି ଜେଲ୍ ସୁରକ୍ଷାରେ ମୁତୟନ ହେବ ଏଆଇ କ୍ୟାମେରା । ୧୮ଟି ଜେଲ୍ରେ ଲାଗିବ ପ୍ରାୟ ୩୦୦ ଏଆଇ କ୍ୟାମେରା । ଏଥିଲାଗି ଖର୍ଚ୍ଚ ହେବ ପ୍ରାୟ ୨ କୋଟି ଟଙ୍କା । କୌଣସି କଏଦୀ ଜେଲ୍ ପାଚେରି ଡେଇଁ ଖସି ପଳାଇବାକୁ ଉଦ୍ୟମ କଲେ ତୁରନ୍ତ ବାଜିବ ସାଇରନ୍ । ପାଚେରି ଦେଇ କୌଣସି ସାମଗ୍ରୀ ବାହାରୁ ଭିତରକୁ ଆସିଲେ କିମ୍ବା ଭିତରୁ ବାହାରକୁ ଗଲେ ବି ସାଇରନ୍ ବାଜିବ । ପ୍ରାଥମିକ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ ଗୋଟିଏ ଜେଲ୍ରେ ଏ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ।
ଅଧିକ ପଢ଼ନ୍ତୁ--ପର୍ଯ୍ୟଟକଙ୍କ ମନ ମୋହୁଛି ଗାରିଆ ଡୁଡ଼ୁମା, ବର୍ଷ ତମାମ ଲାଗୁଛି ପର୍ଯ୍ୟଟକଙ୍କ ଭିଡ଼
ଜେଲ୍ ବିଭାଗର ତଥ୍ୟ ଉପରେ ନଜର ପକାଇଲେ ଗତ ୨୫ ବର୍ଷରେ ମୋଟ ୧୦୭ ବନ୍ଦୀ ଜେଲ୍ରୁ ଚମ୍ପଟ ମାରିଛନ୍ତି । ୬୮ ଜଣ ଧରାପଡ଼ିଥିବା ବେଳେ, ଏବେ ବି ୩୯ ବନ୍ଦୀ ଫେରାର ଅଛନ୍ତି। ବଡ଼ କଥା ହେଉଛି ସେମାନଙ୍କ ମଧ୍ୟରୁ ଅନେକ ବନ୍ଦୀ ହତ୍ୟା ମାମଲାରେ ଜଡ଼ିତ । ଏବେ ଜେଲ୍ ପାଚେରିରେ ଏଆଇ କ୍ୟାମେରା ଲାଗିବା ଦ୍ବାରା ଜେଲ୍ର ସୁରକ୍ଷା ବଢ଼ିବ ବୋଲି କହିଛନ୍ତି ଜେଲ୍ ଡିଜି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/18/jail-in-ai-camera-2025-12-18-18-43-55.png)