ଇଣ୍ଡିଗୋକୁ ନେଇ ସରକାରଙ୍କ ବଡ ନିଷ୍ପତ୍ତି, ୧୦ ପ୍ରତିଶତ ବିମାନ ଚଳାଚଳ ଉପରେ ରୋକ

Advertisment

୧୦ ପ୍ରତିଶତ ବିମାନ ଚଳାଚଳ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଗତ କିଛି ଦିନ ମଧ୍ୟରେ ୨୦୦୦ରୁ ଅଧିକ ଫ୍ଲାଇଟ୍ ବାତିଲ୍ ହେବା ଯୋଗୁଁ ସୃଷ୍ଟି ହୋଇଥିବା ବଡ଼ ଧରଣର ସଙ୍କଟକୁ ଦୃଷ୍ଟିରେ ରଖି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

୧୦ ପ୍ରତିଶତ ବିମାନ ଚଳାଚଳ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଗତ କିଛି ଦିନ ମଧ୍ୟରେ ୨୦୦୦ରୁ ଅଧିକ ଫ୍ଲାଇଟ୍ ବାତିଲ୍ ହେବା ଯୋଗୁଁ ସୃଷ୍ଟି ହୋଇଥିବା ବଡ଼ ଧରଣର ସଙ୍କଟକୁ ଦୃଷ୍ଟିରେ ରଖି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

3

Government Orders IndiGo to Cut 10% of Flights Photograph: (Kanak News)

କନକ ବ୍ୟୁରୋ: ଦେଶର ସବୁଠାରୁ ବଡ଼ ଏୟାରଲାଇନ୍ ଇଣ୍ଡିଗୋ ଉପରେ କାର୍ଯ୍ୟାନୁଷ୍ଠାନ । ୧୦ ପ୍ରତିଶତ ବିମାନ ଚଳାଚଳ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଗତ କିଛି ଦିନ ମଧ୍ୟରେ ୨୦୦୦ରୁ ଅଧିକ ଫ୍ଲାଇଟ୍ ବାତିଲ୍ ହେବା ଯୋଗୁଁ ସୃଷ୍ଟି ହୋଇଥିବା ବଡ଼ ଧରଣର ସଙ୍କଟକୁ ଦୃଷ୍ଟିରେ ରଖି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଇଣ୍ଡିଗୋ ଦାବି କରିଛି ଯେ ତା’ର କାର୍ଯ୍ୟକଳାପ ବର୍ତ୍ତମାନ ସଠିକ୍ ଭାବେ ଚାଲିଛି । ତଥାପି ସରକାର ଏହି କଡ଼ା ପଦକ୍ଷେପ ନେଇଛନ୍ତି । ଇଣ୍ଡିଗୋ ଦିନକୁ ପ୍ରାୟ ୨୨ ଶହଟି ଫ୍ଲାଇଟ୍ ଚଳାଉଛି । ତେଣୁ ୧୦ ପ୍ରତିଶତ ହ୍ରାସ କରିବା ଅର୍ଥ ୨୦୦ରୁ ଅଧିକ ଫ୍ଲାଇଟ୍ ବାତିଲ୍ ହେବ । ଇଣ୍ଡିଗୋ ଏକ୍ସରେ ପୋଷ୍ଟ କରି କହିଛି, “ମନ୍ତ୍ରଣାଳୟ ଇଣ୍ଡିଗୋର ସମଗ୍ର ରୁଟ୍‌କୁ ହ୍ରାସ କରିବାକୁ ଆବଶ୍ୟକ ବୋଲି ମନେ କରୁଛନ୍ତି, ଯାହା ଏୟାରଲାଇନ୍‌ର କାର୍ଯ୍ୟକଳାପକୁ ସ୍ଥିର କରିବ ଏବଂ ବାତିଲ୍‌କୁ କମାଇବ । 

ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଓଡ଼ିଶା ମାଷ୍ଟର୍ସ ୨୦୨୫ ଉଦଘାଟିତ, ଯୋଗଦେଲେ ୧୬ ଟି ଦେଶର ୨୮୪ ପ୍ରତିଯୋଗୀ

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ ମଧ୍ୟ ଏହି ବୈଠକ ବିଷୟରେ ଏକ୍ସରେ ପୋଷ୍ଟ କରିଛନ୍ତି । ଇଣ୍ଡିଗୋ ସିଇଓଙ୍କ ସହ ମନ୍ତ୍ରୀଙ୍କ ଆଲୋଚନା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଡିଜିସିଏ ପ୍ରଥମେ ଇଣ୍ଡିଗୋ ବିମାନ ଚଳାଚଳ ୫ ପ୍ରତିଶତ ହ୍ରାସର ନିଷ୍ପତ୍ତି ନେଇଥିଲେ । କିନ୍ତୁ ମନ୍ତ୍ରଣାଳୟ ଏବେ ତାହାକୁ ୧୦ ପ୍ରତିଶତକୁ ବଢ଼ାଇ ଦେଇଛନ୍ତି । ସରକାର ପୂର୍ବରୁ ଇଣ୍ଡିଗୋ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଥିଲେ । ମନ୍ତ୍ରୀ ନାଇଡୁ ଗତକାଲି ସଂସଦରେ କହିଥିଲେ ଯେ, ଡିଜିସିଏ ଇଣ୍ଡିଗୋର ବରିଷ୍ଠ ଅଧିକାରୀଙ୍କୁ ସୋ କଜ୍ ନୋଟିସ୍ ଜାରି କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe