Indigo Photograph: (KanakNews)
କନକ ବ୍ୟୁରୋ: ଇଣ୍ଡିଗୋ ଏୟାରଲାଇନ୍ସ ବିରୋଧରେ ସରକାର ନେଇପାରନ୍ତି କଡ଼ା କାର୍ଯ୍ୟାନୁଷ୍ଠାନ । ଇଣ୍ଡିଗୋ ବିମାନର କିଛି ଅଧିକାରୀଙ୍କ ବିରୋଧରେ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ । ଶୁକ୍ରବାର ଇଣ୍ଡିଗୋ ବିମାନ ସେବା ବିଭ୍ରାଟର ତଦନ୍ତ ରିପୋର୍ଟ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପାଖରେ ଦାଖଲ କରିଛି ଡିଜିସିଏ ।
ପ୍ରତିଷ୍ଠା ଦିବସରେ ବିଜେଡି ବିଧାୟକ ବଦ୍ରି ପାତ୍ରଙ୍କ ବିସ୍ଫୋରଣ: କହିଲେ, ସୁଜାତାଙ୍କ ନେତୃତ୍ବକୁ ମାନିବୁ ନାହିଁ
ଇଣ୍ଡିଗୋ ବିମାନ ସେବାରେ ବିଭ୍ରାଟ ଯୋଗୁଁ ପାଖାପାଖି ୫୦୦ରୁ ଅଧିକ ବିମାନର ଉଡାଣ ବାତିଲ ହୋଇଥିଲା । ଏହାଦ୍ୱାରା ଲକ୍ଷ ଲକ୍ଷ ଯାତ୍ରୀ ହଇରାଣ ହୋଇଥିଲେ । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ଏସଂପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି ଇଣ୍ଡିଗୋ ବିରୋଧରେ ସରକାର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଇଣ୍ଡିଗୋ ବିଭ୍ରାଟ ଯୋଗୁଁ ଦେଶରେ ବିମାନ ସେବା ଓ ଅନ୍ତର୍ଜାତୀୟ ବିମାନ ସେବା ଗମ୍ଭୀର ଭାବେ ପ୍ରଭାବିତ ହୋଇଛି । ଡିସେମ୍ୱର ୧ରୁ ୯ ତାରିଖ ଭିତରେ ୨୭୦୨ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବାତିଲ ହୋଇଛି । କେଉଁଥିପାଇଁ ବିମାନ ସେବାରେ ବିଭ୍ରାଟ ହେଲା, ଇଣ୍ଡିଗୋ ବିମାନ ସେବା ଭୁଶୁଡ଼ିପଡ଼ିବା ପଛର କାରଣ, ଏଥିପାଇଁ କେଉଁମାନେ ଦାୟୀ, ବିଭ୍ରାଟ ପଛର ମୂଳ କାରଣ କଣ ସେ ସଂର୍କରେ ଡିଜିସିଏ ତଦନ୍ତ କରିଛି । ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ରିପୋର୍ଟ ଦେବା ପରେ ଏବେ ମନ୍ତ୍ରୀ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନର ସଙ୍କେତ ଦେଇଛନ୍ତି ।
Follow Us