କନକବ୍ୟୁରୋ : ଦିଲ୍ଲୀର ବାୟୁ ପ୍ରଦୂଷଣ ଭୟଙ୍କର ସ୍ତରରେ ପହଞ୍ଚିବା ପରେ ଦିଲ୍ଲୀ ସରକାର କଡ଼ା ପଦକ୍ଷେପ ନେଇଛନ୍ତି । ଡିସେମ୍ବର ୧୮ଠାରୁ ବୈଧ PUC ସାର୍ଟିଫିକେଟ୍ ନ ଥିବା ଯାନବାହନକୁ ପେଟ୍ରୋଲ୍ ପମ୍ପରେ ପେଟ୍ରୋଲ ଦିଆଯିବ ନାହିଁ । କ୍ୟାମେରା ମାଧ୍ୟମରେ ଏହାର ନିରୀକ୍ଷଣ କରାଯିବ । ଏହାସହିତ ଦିଲ୍ଲୀ ବାହାରୁ ଆସୁଥିବା BS-VI ନର୍ମ୍ ତଳେ ଥିବା ଯାନବାହନ, ବିଶେଷକରି ଟ୍ରକ୍ ଓ କମର୍ସିଆଲ୍ ଗାଡ଼ିଗୁଡ଼ିକୁ ସହରକୁ ପ୍ରବେଶ ନିଷେଧ କରାଯାଇଛି । ଅତ୍ୟାବଶ୍ୟକ ସେବା ଗାଡ଼ି ବ୍ୟତୀତ ଅନ୍ୟମାନଙ୍କୁ କରାଯାଇଛି ବାରଣ । ଦିଲ୍ଲୀ ପରିବେଶ ମନ୍ତ୍ରୀ ମଞ୍ଜିନ୍ଦର ସିଂହ ସିର୍ସା ଘୋଷଣା କରିଛନ୍ତି ଯେ GRAP-୪ ଅଧୀନରେ ଏହି ନିୟମ ଲାଗୁ ହେଉଛି । AQI ପ୍ରାୟ ୩୬୦-୩୮୦ ରହିଛି । ନିର୍ମାଣ କାର୍ଯ୍ୟ ମଧ୍ୟ ବନ୍ଦ। ଦିଲ୍ଲୀବାସୀଙ୍କ ଅସୁବିଧା ପାଇଁ ମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି ।
ହିଜାବ ବିବାଦରେ ବିହାର ମୁଖ୍ୟମନ୍ତ୍ରୀ : ନୀତୀଶ ମାଗନ୍ତୁ କ୍ଷମା, ବଢ଼ିଲାଣି ଦାବି
PUC ନଥିଲେ ତେଲ ମିଳିବନି
ଦିଲ୍ଲୀରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କଡ଼ା ନିୟମ
ଡିସେମ୍ବର ୧୮ରୁ PUC ନଥିଲେ ପେଟ୍ରୋଲ୍-ଡିଜେଲ୍ ମିଳିବନି
ପେଟ୍ରୋଲ ପମ୍ପରେ କ୍ୟାମେରାରେ ନମ୍ବର ପ୍ଲେଟ୍ ଯାଞ୍ଚ ହେବ
BS-VI ତଳେ ଥିବା ବାହାର ଗାଡ଼ି ଦିଲ୍ଲୀରେ ପ୍ରବେଶ ନିଷେଧ
ଟ୍ରକ୍ ଓ ବାଣିଜ୍ୟିକ ଗାଡ଼ି ଉପରେ କଡ଼ା ରୋକ୍
ଅତ୍ୟାବଶ୍ୟକ ସେବା ଗାଡ଼ି ବ୍ୟତୀତ ଅନ୍ୟଙ୍କୁ ନିଷେଧ
GRAP ଷ୍ଟେଜ୍-୪ ଅଧୀନରେ ଏହି ପଦକ୍ଷେପ
ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ
ଦିଲ୍ଲୀ ପରିବେଶ ମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଲାଗୁ
--
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/16/new-project-24-2025-12-16-20-09-18.jpg)