କନକ ବ୍ୟୁରୋ : ଦୀଘା ଜଗନ୍ନାଥ ମନ୍ଦିରରେ ମହାପ୍ରସାଦକୁ ଅସମ୍ମାନ । ମହାପ୍ରସାଦ ନାଁରେ ଚାଲିଛି ବେପାର । ମନ୍ଦିର ପରିସରରେ ହୋଟେଲ ସଦୃଶ୍ୟ କରି ଡାଇନିଂ ପକାଇ ପ୍ରସାଦ ସେବନ ଚାଲିଛି । ୧୦୦ରୁ ଦେଢ଼ଶହ ଟଙ୍କାରେ ଏହା ବିକ୍ରି ହେଉଛି । ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଦୀଘାରେ ପ୍ରାୟ ୨୦ ଏକର ଜାଗାରେ ପ୍ରାୟ ୨୫୦ ଶହ କୋଟି ଟଙ୍କାରେ ଜଗନ୍ନାଥ ମନ୍ଦିର ନିର୍ମାଣ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମନ୍ଦିର ଠାରେ ଜଗନ୍ନାଥ ଧାମ ଲେଖିବା ପ୍ରସଙ୍ଗକୁ ନେଇ ବିବାଦରେ ମନ୍ଦିର ଥିବା ବେଳେ ପୁଣି ମହାପ୍ରସାଦକୁ ନେଇ ମନ୍ଦିର ଭିତରେ ଡାଇନିଂ ଟେବୁଲରେ ବସି ସେବନ ଚାଲିଛି ।
ପୂର୍ବରୁ ଲଡ଼ୁ ସହିତ ଖଜା ଦେଇ କଣ୍ଟ୍ରୋଲ ଦୋକାନ ମାଧ୍ୟମରେ ଗାଁ ଗାଁ ପ୍ରସାଦ ପହଞ୍ଚାଇ ଆରମ୍ଭ କରିଥିଲେ ରାଜନୀତି । ପରେ ପରେ ପ୍ରଭୁଙ୍କ ନୀତିକାନ୍ତିରେ ଦେଖା ଦେଇଥିଲା ବିଭିନ୍ନ ସମସ୍ୟା । କେବଳ ଏତିକି ନୁହେଁ ଗ୍ୟାସରେ ପ୍ରସାଦ ରାନ୍ଧି ମହାପ୍ରସାଦ କରି ବିକ୍ରି ଆରମ୍ଭ ହୋଇଥିବା ବେଳେ ଏବେ ପୁଣି ସେହି ପ୍ରସାଦକୁ ମହାପ୍ରସାଦ କରି ମନ୍ଦିର ପରିସରରେ ଆରମ୍ଭ କରିଛନ୍ତି ଚେୟାର ଟେବୁଲ ଡାଇନିଂରେ ସେବନ । ଏହାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମନରେ ପୁଣି ଆଘାତ ସୃଷ୍ଟି ହୋଇଛି ।
ଅଧିକ ପଢ଼ନ୍ତୁ : ଦୀଘାରେ ମମତାଙ୍କ ଷଡ଼୍ଯନ୍ତ୍ର, ପଶ୍ଚିମବଙ୍ଗ ସହ ଆଲୋଚନା ପାଇଁ ଗଜପତିଙ୍କ ପ୍ରସ୍ତାବ
ପୁରୀ ଗୌରବିହାର ଆଶ୍ରମରେ ବ୍ୟଞ୍ଜନ ଦ୍ଵାଦଶୀ । ଶ୍ରୀକୃଷ୍ଣଙ୍କ ପାଇଁ ପ୍ରସ୍ତୁତ ହେଲା ୮୭୫ ପ୍ରକାର ବ୍ୟଞ୍ଜନ । ଆଜି ହେଉଛି ପବିତ୍ର ମାର୍ଗଶୀର ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି । ଆଜିର ଦିବସରେ ଯଶୋଦା ମା ତାଙ୍କ ପୁତ୍ର ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ନାନାଦି ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇବାକୁ ଦେଇଥିବାର କିମ୍ବଦନ୍ତୀ ଅଛି ।
ଏହି ଅବସରରେ ଆଜିର ଦିନରେ ପୁରୀର ଗୌରବିହାର ଆଶ୍ରମଠାରେ ବ୍ୟଞ୍ଜନ ଦ୍ୱାଦଶୀ ପାଳନ କରାଯାଉଛି । ରାଧାକୃଷ୍ଣଙ୍କ ପାଖରେ ପ୍ରାୟ ୮୭୫ ଉର୍ଦ୍ଧ୍ବ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା । ଏତେ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରିବାରେ ପୁରୀର ଏହି ଆଶ୍ରମର ବିଶେଷ ଖ୍ୟାତି ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/12/02/mahaprasad-2025-12-02-17-46-00.jpg)