କନକ ବ୍ୟୁରୋ: ଦୀଘାରେ ପଶ୍ଚିମବଙ୍ଗ ସରକାରଙ୍କ ଜଗନ୍ନାଥ ମନ୍ଦିର ନିର୍ମାଣକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଶେକରି ‘ଧାମ’ ଶଦ୍ଦ ବ୍ୟବହାରକୁ ନେଇ ବିବାଦ ହୋଇଛି । ସରକାର ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ବି ଲେଖିଛନ୍ତି । ଦିନ ଗଡିଚାଲିଥିଲେ ବି ମମତା ଉତ୍ତର ଦେଉନାହାନ୍ତି । ପୁରୀ ଗଜପତି ଦିବ୍ୟସିଂହ ଦେବ ଆଜି କଡା ପ୍ରତିକ୍ରିୟା ରଖି କହିଛନ୍ତି, ଦୀଘା ଜଗନ୍ନାଥ ମନ୍ଦିରକୁ ଧାମ ନାମକରଣ ପରମ୍ପରା ବିରୁଦ୍ଧ । ଶ୍ରୀକ୍ଷେତ୍ର, ଶ୍ରୀମନ୍ଦିର, ନୀଳାଚଳ ଧାମ ଏସବୁ କେବଳ ପୁରୀକୁ ହିଁ ବୁଝାଇବ। ବିଶ୍ବରେ କେଉଁଠି ଏମିତି ନାମକରଣ ହୋଇନାହିଁ । ରାଜ୍ୟ ସରକାର, ପଶ୍ଚିମବଙ୍ଗ ସରକାର ସହ ଆଲୋଚନା କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ଗଜପତି।
ଦୀଘାକୁ ନେଇ ସରକାରୀ ସ୍ତରରେ ଆଲୋଚନା ପାଇଁ ପରାମର୍ଶ ଦେଇଛନ୍ତି ଗଜପତି । ଶ୍ରୀମନ୍ଦିର, ଶ୍ରୀ ଜଗନ୍ନାଥ ଧାମ, ମହାପ୍ରସାଦ ଭଳି ଶବ୍ଦକୁ ପେଟେଣ୍ଟ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଯେମିତି ଅନ୍ୟ କୌଣସି ସ୍ଥାନରେ ଏହାର ବ୍ୟବହାର ହେବନାହିଁ । ସେହିପର ଦୀଘା ବୋର୍ଡରେ ଥାଇ ବିରୋଧ ନକରିବା ଓ ବିଦେଶରେ ଅଦିନିଆ ରଥଯାତ୍ରା କରିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗଜପତି । ଗଜପତିଙ୍କ ସହ ସ୍ବର ମିଳାଇଛନ୍ତି ବରିଷ୍ଠ ସେବାୟତ । ଦୀଘାରେ ଜଗନ୍ନାଥ ଧାମ ଲେଖିବାକୁ ନେଇ ଏତେ ବିରୋଧ ପରେ ବି ମମତା ଜିଦ୍ରେ ଅଟଳ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଦୀଘାରେ ମମତାଙ୍କ ଷଡ଼୍ଯନ୍ତ୍ର, ପଶ୍ଚିମବଙ୍ଗ ସହ ଆଲୋଚନା ପାଇଁ ଗଜପତିଙ୍କ ପ୍ରସ୍ତାବ
ଦୀଘା ଜଗନ୍ନାଥ ମନ୍ଦିରକୁ ଧାମ ନାମକରଣ ପରମ୍ପରା ବିରୁଦ୍ଧ । ଶ୍ରୀକ୍ଷେତ୍ର, ଶ୍ରୀମନ୍ଦିର, ନୀଳାଚଳ ଧାମ ଏସବୁ କେବଳ ପୁରୀକୁ ହିଁ ବୁଝାଇବ।
/kanak/media/media_files/2025/05/26/mpOXosScV5bMEh9sD7UE.jpg)