Indore Photograph: (timesnownews.com)
କନକ ବ୍ୟୁରୋ: ମଧ୍ୟପ୍ରଦେଶର ଇନ୍ଦୋର ସହରରେ ପାନୀୟଜଳ ଦୂଷିତ ହେବାର ବଡ଼ ଖୁଲାସା । ଯେଉଁ ପାଇପ୍ ଲାଇନରୁ ଲୋକ ପାଣି ପିଉଥିଲେ, ସେହି ପାଇପ୍ ଲାଇନରେ ଭାଗୀରଥପୁର ଅଞ୍ଚଳରେ ଲିକ୍ ହୋଇ ସ୍ବେରେଜ୍ ପାଣି ମିଶୁଥିଲା । ୮ ବର୍ଷ ଧରି ଦେଶରେ ସ୍ବଚ୍ଛତମ ସହରର ମାନ୍ୟତା ପାଇଥିବା ଇନ୍ଦୋରରେ ପାନୀୟଜଳ ଯୋଗାଣ ବ୍ୟବସ୍ଥାରେ ଏଭଳି ଦାୟିତ୍ବହୀନକୁ ନେଇ ସହରବାସୀ ଉଦବେଗ ପ୍ରକାଶ କରିଛନ୍ତି । ନର୍ମଦା ନଦୀରୁ ଇନ୍ଦୋର ସହରକୁ ପନୀୟଜଳ ଆସୁଥିବା ମୁଖ୍ୟ ପାଇପ୍ ଲାଇନ ଉପରେ ଏକ ପାଇଖାନା ନିର୍ମାଣ କରାଯାଇଥିଲା । ସେଥିରୁ ଆବର୍ଜନା ପାଣି ଲିକ୍ ହୋଇ ପାଣି ଦୂଷିତ ହୋଇଛି । ଏହି ପାଣି ଯୋଗୁ ଇନ୍ଦୋରରେ ଡାଇରିଆ ବ୍ୟାପିଛି । ଏଥିରେ ୧୪ ଜଣ ପ୍ରାଣ ହରାଇଛନ୍ତି ଓ ପ୍ରାୟ ୧୫ ଶହ ଲୋକ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ବର୍ତ୍ତମାନ ପାଇଁ ଏହି ପାଇପ୍ ଲାଇନ ପାଣି ବ୍ୟବହାର ନକରିବାକୁ ପୌର ପରିଷଦ ପକ୍ଷରୁ ପରାମର୍ଶ ଦିଆଯାଇଛି । ଲିକ୍ ହୋଇଥିବା ପାଇପ୍ ଲାଇନ୍ ମରାମତି କରାଯାଉଛି ଓ ଟ୍ୟାଙ୍କର ଯୋଗେ ପୌର କର୍ତ୍ତୃପକ୍ଷ ଲୋକଙ୍କୁ ପାନୀୟଜଳ ଯୋଗାଇ ଦେଉଛନ୍ତି ।
ଗୋଠଛଡ଼ା ଦନ୍ତା ଆକ୍ରମଣରେ ଯୁବକ ମୃତ ; ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା
ପାନୀୟଜଳ ପାଇପରେ ସ୍ବରେଜ୍ ପାଣି
ଇନ୍ଦୋରରେ ଜଳ ଦୂଷିତ ହେବାର କାରଣ
ପାଇପ୍ ଲାଇନ ଉପରେ ଥିଲା ଏକ ପାଇଖାନା
ଏଥିରୁ ପାଣି ଲିକ୍ ହୋଇ ପାଇପ୍ ପାଣି ଦୂଷିତ ହୋଇଛି
ଦୂଷିତ ପାଣି ପିଇ ୧୪ ମୃତ, ଶହଶହ ଲୋକ ଅସୁସ୍ଥ
ଇନ୍ଦୋର ଭାଗୀରଥପୁର ଅଞ୍ଚଳରେ ବ୍ୟାପିଛି ଡାଇରିଆ
ଏହି ପାଣି ବ୍ୟବହାର ନକରିବାକୁ ପୌର ପରିଷର ପରାମର୍ଶ
ପାଣି ପାଇପ୍ ମରାମତି ଚାଲିଛି, ଟ୍ୟାଙ୍କର ଯୋଗେ ପାଣି ଯୋଗାଣା
Follow Us