Vijay Photograph: (GOOGLE)
କନକ ବ୍ୟୁରୋ: ଟିଭିକେ ମୁଖ୍ୟ ଏବଂ ଅଭିନେତା ବିଜୟ କରୁର୍ ଦଳାଚକଟା ମାମଲାରେ ଆଜି ଦ୍ବିତୀୟ ଥର ପାଇଁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପାଖରେ ହାଜର ହୋଇଛନ୍ତି । ନୂଆଦିଲ୍ଲୀସ୍ଥିତ ସିବିଆଇ ମୁଖ୍ୟାଳୟରେ ଆଜି ବିଜୟଙ୍କୁ ପାଖାପାଖି ୬ ଘଣ୍ଟା ଜେରା କରାଯାଇଛି । ଡେପୁଟି ସୁପରିନଟେଣ୍ଡେଣ୍ଟ୍ ରୢାଙ୍କର କିଛି ଅଧିକାରୀଙ୍କର ଏକ ଟିମ୍ ବିଜୟଙ୍କୁ ଜେରା କରିବା ସମୟରେ ସେ ପୂର୍ବ ଦାବିରେ କାଏମ୍ ରହିଛନ୍ତି । କରୁର ଦଳାଚକଟା ସ୍ଥିତି ପାଇଁ ସେ ରାଜ୍ୟ ସରକାରଙ୍କ ଅବହେଳାକୁ ଦାୟୀ କରିଛନ୍ତି ।
ଅଧିକ ପଢ଼ନ୍ତୁ: ଓଡ଼ିଆ ଅଧିକାରୀ ହୋଇ ବି ଛାଡୁନି ଇଂରାଜୀ ମୋହ
ଉଲ୍ଲେଖଯୋଗ୍ୟ, ଗତବର୍ଷ ସେପ୍ଟେମ୍ବର ୨୭ ତାରିଖରେ ବିଜୟଙ୍କ କରୁର ରାଲିରେ ଦଳାଚକଟା ହୋଇ ୪୧ ଜଣଙ୍କର ମୃତ୍ୟୁ ହୋଇଥିଲା । ପୂର୍ବରୁ ଏହି ମାମଲାରେ ଜାନୁଆରି ୧୨ ତାରିଖରେ ବିଜୟଙ୍କୁ ସିବିଆଇ ୭ ଘଣ୍ଟା ଜେରା କରିଥିଲା । ସିବିଆଇ ଅଫିସରୁ ବାହାରିବା ପରେ ବିଜୟଙ୍କୁ ସାମ୍ବାଦିକମାନେ ଜେରା ସଂକ୍ରାନ୍ତରେ ପ୍ରଶ୍ନ କରିଥିଲେ। କିନ୍ତୁ ସେ କୌଣସି ଉତ୍ତର ଦେଇ ନ ଥିଲେ । ମିଳିଥିବା ସୂଚନା ଅନୁଯାୟୀ, ବିଜୟଙ୍କୁ ପ୍ରଥମ ରାଉଣ୍ଡ ଜେରା ସମୟରେ କରାଯାଇଥିବା ପ୍ରଶ୍ନର ସେ ଯେଉଁ ଉତ୍ତର ଦେଇଥିଲେ ତା’ ଉପରେ ତାଙ୍କୁ ଅଧିକ ପ୍ରଶ୍ନ କରାଯାଇଛି ।
Follow Us