କନକ ବ୍ୟୁରୋ: ପରଲୋକରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ । ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଖାଲିଦା ଜିଆ ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ତାଙ୍କର ଦେହାନ୍ତ ହୋଇଛି । ତେବେ ଆସନ୍ତୁ ନଜର ପକାଇବା ତାଙ୍କର ରାଜନୈତିକ କ୍ୟାରିୟର ଉପରେ ।
ବାଂଲାଦେଶର ପ୍ରମୁଖ ଦଳ ବିଏନପିର ମୁଖ୍ୟ ବେଗମ ଖାଲିଦା ଜିଆ । ସେ ବିଭିନ୍ନ ଶାରୀରିକ ସମସ୍ୟା ନେଇ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ । ଗତ ମାସେ ହେବ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ସେ ଦୁଇଥର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ, ପ୍ରଥମେ ୧୯୯୧ ରୁ ୧୯୯୬ ଏବଂ ଦ୍ୱିତୀୟ ଥର ୨୦୦୧ ରୁ ୨୦୦୬ ଯାଏଁ ଶାସନରେ ଥିଲେ । ସେ ଥିଲେ ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ । ତାଙ୍କ ସ୍ୱାମୀ ଜିଆଉର ରହମାନ ଥିଲେ ଜଣେ ସାମରିକ ଅଧିକାରୀ ଏବଂ ବାଂଲାଦେଶର ପୂର୍ବତନ ରାଷ୍ଟ୍ରପତି । ସେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ବା ବିଏନପି ପ୍ରତିଷ୍ଠା କରିଥିଲେ । କିନ୍ତୁ ୧୯୮୧ରେ ତାଙ୍କୁ ହତ୍ୟା କରାଯାଇଥିଲା। ସେବେଠାରୁ, ବେଗମ ଖାଲେଦା ଜିଆ ଦଳର ନେତୃତ୍ୱ ନେଇଛନ୍ତି । ବର୍ତ୍ତମାନ, ତାଙ୍କ ପୁଅ ତାରିକ ରହମାନ ଦଳର ନେତୃତ୍ୱ ନେଉଛନ୍ତି । ସେ ୧୭ ବର୍ଷ ଧରି ଦେଶରୁ ଦୂରରେ ରହିବା ପରେ ସମ୍ପ୍ରତି ବାଂଲାଦେଶ ଫେରିଛନ୍ତି ।
ପରଲୋକରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ, ୮୦ ବର୍ଷରେ ଖାଲିଦା ଜିଆଙ୍କ ଦେହାନ୍ତ
ଖାଲିଦାଙ୍କ ଜନ୍ମ ୧୫ ଅଗଷ୍ଟ ୧୯୪୫ ମସିହାରେ ହୋଇଥିଲା । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ବାଂଲାଦେଶୀ ରାଜନୀତିରେ ଅତ୍ୟନ୍ତ ପ୍ରଭାବଶାଳୀ ଥିଲେ । ତଥାପି, ବାଂଲାଦେଶର ଦ୍ୱିତୀୟ ମହିଳା ପ୍ରଧାନମନ୍ତ୍ରୀ ଶେଖ୍ ହସିନା ତାଙ୍କର କଟ୍ଟର ବିରୋଧୀ ଥିଲେ । ଶେଖ୍ ହସିନା ଗତ କିଛି ବର୍ଷ ଧରି ଦେଶକୁ ଶାସନ କରିଥିଲେ । ଏହି ସମୟ ମଧ୍ୟରେ ଖାଲେଦା ଜିଆଙ୍କୁ ଅନେକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଶେଖ୍ ହସିନାଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ସେ ଦୀର୍ଘ ସମୟ ଧରି ଗୃହବନ୍ଦୀ ରହିଥିଲେ । ଗତ ବର୍ଷ, ଶେଖ୍ ହସିନାଙ୍କୁ କ୍ଷମତାରୁ ବହିଷ୍କାର କରାଯିବା ପରେ, ତାଙ୍କୁ ମହମ୍ମଦ ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାର ମୁକ୍ତ କରିଥିଲା । କିନ୍ତୁ, ତାଙ୍କର ବାର୍ଦ୍ଧକ୍ୟ ଏବଂ ଖରାପ ସ୍ୱାସ୍ଥ୍ୟ ଯୋଗୁଁ ସେ ରାଜନୀତିରୁ ଦୂରେଇ ରହିଥିଲେ ।
ସବୁଠୁ ବଡ଼ କଥା ହେଉଛି ସେ ପୁଣି ଥରେ ରାଜନୀତିରେ ପ୍ରବେଶ କରିବାକୁ ଯାଉଥିଲେ । ଦେଶର ଜଣେ ପ୍ରଭାବଶାଳି ରାଜନେତାଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିଥାନ୍ତେ । ଏନେଇ ଗତକାଲି ନାମାଙ୍କନ ମଧ୍ୟ ଭରିଥିଲେ ଖାଲିଦା । କିନ୍ତୁ ଦୁଃଖର ବିଷୟ ଆଜି ତାଙ୍କର ଦେହାନ୍ତ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/12/30/09-2025-12-30-08-23-31.jpg)