କନକ ବ୍ୟୁରୋ: ବାଂଲାଦେଶରେ ପୁଣିଥରେ ତେଜିଛି ଭାରତ ବିରୋଧୀ ହିଂସା । ସରିଫ ଓସ୍ମାନ ହାଦି ହତ୍ୟାକୁ ନେଇ ଶୁକ୍ରବାର ଢାକା ଓ ଅନ୍ୟାନ୍ୟ ସହରରେ ହଜାର ହଜାର ଲୋକ ହିଂସାତ୍ମକ ବିକ୍ଷୋଭ କରିଛନ୍ତି । ୩୨ ବର୍ଷୀୟ ହାଦି ଗତ ଡିସେମ୍ବର ୧୨ ତାରିଖରେ ନିର୍ବାଚନ ପ୍ରଚାର ବେଳେ ଅଜଣା ଆତତାୟୀଙ୍କ ଦ୍ୱାରା ଗୁଳିମାଡ଼ର ଶିକାର ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିଲା । ସିଙ୍ଗାପୁରରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ରାତିରେ ହାଦିର ମୃତ୍ୟୁ ଘଟିଥିଲା । ଏହାକୁ ନେଇ ପୁଣିଥରେ ବିକ୍ଷୋଭ ତେଜିଥିବା ବେଳେ ଚାରିଆଡ଼େ ହିଂସାତ୍ମକ ପରିସ୍ଥିତି ଦେଖିବାକୁ ମିଳିଛି ।
ପୁଣି କ୍ରିକେଟ ମୈଦାନରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ: ଆସନ୍ତାକାଲି ବଡ଼ ଟକ୍କର
ବିକ୍ଷୋଭକାରୀ ରାଜଧାନୀ ଢ଼ାକାର ବିଭିନ୍ନ ଅଞ୍ଚଳରେ ଭଙ୍ଗାରୁଜା ଓ ପୋଡ଼ାଜଳା କରିଛନ୍ତି । ଭାରତୀୟ ଦୂତାବାସକୁ ଟାର୍ଗେଟ୍ କରିବା ସହ ୨ ଗଣମାଧ୍ୟମ କାର୍ଯ୍ୟାଳୟକୁ ପୋଡ଼ିଦେଇଛନ୍ତି । ସେହିପରି ଉତ୍ତ୍ୟକ୍ତ ଆନ୍ଦୋଳନକାରୀ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଶବକୁ ଏକ ଗଛରେ ଝୁଲାଇ ଜାଳି ଦେଇଛନ୍ତି । ଇସଲାମକୁ ଅପମାନ ଦେଇଥିବା ଅଭିଯୋଗରେ ମୟମନସିଂହ ଜିଲ୍ଲାର ଭାଲୁକା ଉପଜିଲ୍ଲାରେ ଆଜି ଏହି ବର୍ବର ଘଟଣା ଘଟିଛି । ବିକ୍ଷୋଭକାରୀମାନେ ପୂର୍ବତନ ଶାସକ ଦଳ ଆୱାମୀ ଲିଗ୍ ସହ ଜଡ଼ିତ ସ୍ଥାନଗୁଡ଼ିକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି । ବାଂଲାଦେଶର ଜନକ ଶେଖ୍ ମୁଜିବୁର ରହମାନଙ୍କ ଧାନମଣ୍ଡି ବାସଭବନ କୁ ପୁନର୍ବାର ଭାଙ୍ଗିଦିଆଯାଇଛି । ରାଜଶାହୀରେ ଆୱାମୀ ଲିଗ୍ର ଏକ କାର୍ଯ୍ୟାଳୟକୁ ବୁଲଡୋଜର ଦ୍ବାରା ଧ୍ବଂସ କରି ଦିଆଯାଇଥିବାବେଳେ ଅନେକ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟରେ ନିଆଁ ଲଗାଇ ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/12/20/11-2025-12-20-08-40-17.jpg)