କନକ ବ୍ୟୁରୋ: ପୁଣି କ୍ରିକେଟ୍ ମଇଦାନରେ ସାମ୍ନାସାମ୍ନି ହେବେ ଭାରତ-ପାକିସ୍ତାନ । ହେଲେ ଏଥର ଯୁବ ବର୍ଗରେ । ୧୯ ବର୍ଗରୁ କମ୍ ଏସିଆ କପ୍ ଫାଇନାଲରେ ଭାରତ-ପାକିସ୍ତାନ ମଧ୍ୟରେ ଟାଇଟଲ ପାଇଁ ଟକ୍କର ହେବ । ଦୁବାଇରେ ଖେଳାଯାଇଥିବା ଦ୍ବିତୀୟ ସେମିଫାଇନାଲରେ ଶ୍ରୀଲଙ୍କାକୁ ୮ ୱିକେଟରେ ପରାସ୍ତ କରିଛି ଭାରତ । ଏହାସହ ଫାଇନାଲରେ ପ୍ରବେଶ କରିଛି ୧୯ ବର୍ଷରୁ କମ୍ ଭାରତୀୟ ଦଳ । ୨୦ ଓଭରରେ ଶ୍ରୀଲଙ୍କା ୮ ୱିକେଟ ହରାଇ ୧୩୮ ରନ୍ କରିଥିଲା ।

Advertisment

ଭାରତୀୟ ଦଳ ମାତ୍ର ୨ ୱିକେଟ ହରାଇ ୧୮ତମ ଓଭରରେ ବିଜୟ ହାସଲ କରିନେଇଛି । ଭାରତର ୨ ଯୁବ ବ୍ୟାଟର ଭିଆନ ମଲହୋତ୍ରା ଓ ଆରୋନ ଜର୍ଜ, ଉଭୟ ଅର୍ଦ୍ଧଶତକୀୟ ଇନିଙ୍ଗସ୍ ଖେଳି ଅପରାଜିତ ରହିଥିଲେ । ୧୯ ବର୍ଷରୁ କମ୍ ଏସିଆ କପରେ ଭାରତ ଅଷ୍ଟମ ଥର ପାଇଁ ଫାଇନାଲରେ ପହଞ୍ଚିଛି । ସେପଟେ ବାଂଲାଦେଶକୁ ହରାଇ ପାକିସ୍ତାନ ଫାଇନାଲରେ ପହଞ୍ଚିଛି । ଆସନ୍ତାକାଲି ଭାରତ ଓ ପାକିସ୍ତାନ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯିବ ।

ତାଇୱାନର ମେଟ୍ରୋ ଷ୍ଟେସନରେ ଦୁର୍ବତ୍ତଙ୍କ ନାରକୀୟ କାଣ୍ଡ: ଛୁରା ମାଡ଼ରେ ୩ ଜଣଙ୍କ ମୃତ୍ୟୁ, ଅନେକ ଆହତ

ସେପଟେ ଶେଷ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ମାତ୍ ଦେଇ ସିରିଜ ଜିତିଲା ଟିମ୍ ଇଣ୍ଡିଆ । ଅହମ୍ମଦାବାଦରେ ଶେଷ ଟି-୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୩୦ ରନରେ ମାତ ଦେଇଛି ଭାରତ । ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ସର୍ବାଧିକ ୪ଟି ୱିକେଟ୍ ନେଇ ଦକ୍ଷିଣ ଆଫ୍ରିକାକୁ ଧରାଶାୟୀ କରିଥିଲେ । ସିରିଜକୁ ୩-୧ରେ କବଜା କରିଛି ସୂର୍ଯ୍ୟବାହିନୀ । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ଓଭରରେ ୨୩୧ ରନ କରିଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ଓ ତିଲକ ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ବିଶାଳ ସ୍କୋର କରିବାକୁ ସକ୍ଷମ ହୋଇଥିଲା ଭାରତ । ହାର୍ଦ୍ଦିକ ପାଣ୍ଡ୍ୟା ୨୫ ବଲରେ ବିସ୍ଫୋରକ ୬୩ ରନର ଇନିଂସ ଖେଳିଥିଲେ । ୨୩୨ ରନର ବିଜୟଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ପ୍ରଥମରୁ ଦମଦାର ବ୍ୟାଟିଂ କରିଥିଲା । ତେବେ ନିୟମିତ ବ୍ୟବଧାନରେ ୱିକେଟ ହରାଇବା ପରେ ସଙ୍କଟରେ ପଡିଥିଲା ଦଳ । ଦକ୍ଷିଣ ଆଫ୍ରିକା ପକ୍ଷରୁ କ୍ବିଣ୍ଟନ ଡିକକ୍ ସର୍ବାଧିକ ୬୫ ରନର ଇନିଂସ ଖେଳିଥିଲେ । ହେଲେ ଏହା ବିଜୟ ପାଇଁ ଯଥେଷ୍ଟ ନଥିଲା ।