ବିମାନରେ ‘ପାୱାର ବ୍ୟାଙ୍କ’ ମନା: ଯାତ୍ରା ବେଳେ ଯଦି ପାଖରୁ ବାହାରେ ପାୱାର ବ୍ୟାଙ୍କ, ତାହେଲେ...

Advertisment

ସାଙ୍ଗରେ ନେଇଥିଲେ ବି ବିମାନ ଭିତରେ ବ୍ୟବହାର କରିପାରିବେନି ପାୱାର ବ୍ୟାଙ୍କ । ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ବା ଡିଜିସିଏ ବିମାନରେ ପାୱାର ବ୍ୟାଙ୍କ ବ୍ୟବହାର ଉପରେ କଟକଣା ଲଗାଇଛନ୍ତି । ଯାତ୍ରୀମାନେ ନିଜ ସହିତ ପାୱାର୍‌ ବ୍ୟାଙ୍କକୁ ନେଇପାରିବେ । ତାହାକୁ ହାଣ୍ଡ୍‌ ବ୍ୟାଗ୍‌ରେ ରଖିପାରିବେ ।  କିନ୍ତୁ ବିମାନ ଭିତରେ ତାହାକୁ ବ୍ୟବହାର କରିପାରିବେ ନାହିଁ ।

ସାଙ୍ଗରେ ନେଇଥିଲେ ବି ବିମାନ ଭିତରେ ବ୍ୟବହାର କରିପାରିବେନି ପାୱାର ବ୍ୟାଙ୍କ । ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ବା ଡିଜିସିଏ ବିମାନରେ ପାୱାର ବ୍ୟାଙ୍କ ବ୍ୟବହାର ଉପରେ କଟକଣା ଲଗାଇଛନ୍ତି । ଯାତ୍ରୀମାନେ ନିଜ ସହିତ ପାୱାର୍‌ ବ୍ୟାଙ୍କକୁ ନେଇପାରିବେ । ତାହାକୁ ହାଣ୍ଡ୍‌ ବ୍ୟାଗ୍‌ରେ ରଖିପାରିବେ ।  କିନ୍ତୁ ବିମାନ ଭିତରେ ତାହାକୁ ବ୍ୟବହାର କରିପାରିବେ ନାହିଁ ।

Power Bank

Power Bank Photograph: (Kanak News)

କନକ ବ୍ୟୁରୋ: ବିମାନରେ ପାୱାର ବ୍ୟାଙ୍କ ବ୍ୟବହାର ଉପରେ ଲାଗିଲା କଟକଣା । ସାଙ୍ଗରେ ନେଇଥିଲେ ବି ବିମାନ ଭିତରେ ବ୍ୟବହାର କରିପାରିବେନି ପାୱାର ବ୍ୟାଙ୍କ । ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ବା ଡିଜିସିଏ ବିମାନରେ ପାୱାର ବ୍ୟାଙ୍କ ବ୍ୟବହାର ଉପରେ କଟକଣା ଲଗାଇଛନ୍ତି । ଯାତ୍ରୀମାନେ ନିଜ ସହିତ ପାୱାର୍‌ ବ୍ୟାଙ୍କକୁ ନେଇପାରିବେ । ତାହାକୁ ହାଣ୍ଡ୍‌ ବ୍ୟାଗ୍‌ରେ ରଖିପାରିବେ ।  କିନ୍ତୁ ବିମାନ ଭିତରେ ତାହାକୁ ବ୍ୟବହାର କରିପାରିବେ ନାହିଁ । ପାୱାର ବ୍ୟାଙ୍କରେ ଲିଥିୟମ୍ ଆୟନ ବ୍ୟାଟେରି ରହିଛି ଯାହା ଏକ ଦହନଶୀଳ ପଦାର୍ଥ । ସେଥିରୁ ଅଗ୍ନିକାଣ୍ଡର ବିପଦ ରହିଥିବାରୁ ଡିଜିସିଏ ତରଫରୁ ବିମାନ ଭିତରେ ପାୱାର ବ୍ୟାଙ୍କ ବ୍ୟବହାର ନ କରିବାକୁ କୁହାଯାଇଛି । ପାୱାର ବ୍ୟାଙ୍କ, ପୋର୍ଟେବଲ୍‌ ଚାର୍ଜର ଓ ସେହି ଧରଣର ଯେକୌଣସି ଡିଭାଇସ୍‌ର ବ୍ୟବହାର ଅଗ୍ନିକାଣ୍ଡର ଉତ୍ସ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଡିଜିସିଏ ଜାରି କରିଥିବା ସର୍କୁଲାର ଆଧାରରେ କିଛି ଏୟାରଲାଇନ୍ସ ବିମାନ ଭିତର ଘୋଷଣା ବେଳେ ପାୱାର ବ୍ୟାଙ୍କ ବ୍ୟବହାର ନ କରିବା ଏବଂ ତାହାକୁ ବିମାନରେ ଥିବା ୟୁଏସ୍‌ବି ପୋର୍ଟରେ ନ ଲଗାଇବାକୁ କହୁଛନ୍ତି । ପାୱାର ବ୍ୟାଙ୍କକୁ ନିଜ ବ୍ୟାଗ୍‌ର ଓଭରହେଡ୍‌ ବିନ୍‌ରେ ନ ରଖି ନିଜ ପାଖରେ ରଖିବାକୁ କୁହାଯାଇଛି ।

ଇନ୍ଦୋରରେ ନୂଆ ୨୦ ଡାଇରିଆ ରୋଗୀ ଚିହ୍ନଟ, ଦୂଷିତ ପାଣି ପିଇ ଏବେବି  ୧୪୨ ଜଣ ହସ୍ପିଟାଲରେ ଚିକିତ୍ସାଧୀନ

ବିମାନରେ ‘ପାୱାର ବ୍ୟାଙ୍କ’ ମନା
ବିମାନ ଭିତରେ ବ୍ୟବହାର କରିପାରିବେନି ପାୱାର ବ୍ୟାଙ୍କ
ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ଜାରି କଲା ସର୍କୁଲାର୍‌
ହ୍ୟାଣ୍ଡ୍‌ ବ୍ୟାଗ୍‌ରେ ରଖିପାରିବେ ପାୱାର ବ୍ୟାଙ୍କ, ମାତ୍ର କରିପାରିବେନି ବ୍ୟବହାର
ପାୱାର ବ୍ୟାଙ୍କରେ ଲିଥିୟମ୍ ଆୟନ ବ୍ୟାଟେରି ରହିଛି
ପାୱାର ବ୍ୟାଙ୍କ, ପୋର୍ଟେବଲ୍‌ ଚାର୍ଜର ବ୍ୟବହାର ଅଗ୍ନିକାଣ୍ଡର ଉତ୍ସ ହେବା ଆଶଙ୍କା
ପାୱାର ବ୍ୟାଙ୍କ ଥିବା ବ୍ୟାଗ୍‌କୁ ଓଭରହେଡ୍‌ ବିନ୍‌ରେ ବି ରଖିପାରିବେନି
ଓଭରହେଡ୍‌ ବିନ୍‌ରେ ରଖିଲେ ଡିଭାଇସ୍‌ ଉପରେ ନଜର ରଖିବା କ‌ଷ୍ଟକର
ନିଆଁ କିମ୍ବା ଧୂଆଁ ବାହାରିଲେ ତାହା ଜଣାପଡ଼ିବାରେ ବିଳମ୍ବ ହେବ
ଲିଥିୟମ ଆୟନ ବ୍ୟାଟେରି‌ରେ ବିସ୍ଫୋରଣ ହେବା ଆଶଙ୍କା
ଉତ୍ତାପ ବଢ଼ିଯିବା, ଅଧିକ ଚାର୍ଜ ହେଲେ, ଚାପି ହୋଇଗଲେ, ସର୍ଟ ସର୍କିଟ୍‌ ହେଲେ ଡିଭାଇସ୍‌ରେ ହୋଇପାରେ ବିସ୍ଫୋରଣ
ଲିଥିୟମ୍‌ ଆୟନ ବ୍ୟାଟେରିଯୁକ୍ତ ଡିଭାଇସ୍‌ର ପରିଚାଳନା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe