ଅବସର ସମୟର ଶିଳ୍ପୀ ଶ୍ରୀପତି ପଣ୍ଡା । କାଠପଟାରେ ତିଆରି କରୁଛନ୍ତି ନୂଆନୂଆ ଘର କରଣା ସାମଗ୍ରୀ । କରୋନା କାଳରେ ଘରେ ରହି ଅବସର ସମୟର ସଦୁପଯୋଗ କରୁଛନ୍ତି ଅବସରପ୍ରାପ୍ତ ଇଂଜିନିୟର

173

କନକ ବ୍ୟୁରୋ : କରୋନା କାଳରେ ଘରେ ରହି ଅବସର ସମୟର ସଦୁପଯୋଗ କରୁଛନ୍ତି ଅବସରପ୍ରାପ୍ତ ଇଂଜିନିୟର ।  ବିନା ପ୍ରଶିକ୍ଷଣରେ ନିଜ ବୁଦ୍ଧି ଲଗାଇ ତିଆରି କରୁଛନ୍ତି ସୁ୍ନ୍ଦର ସୁନ୍ଦର ଘର କରଣା ସାମଗ୍ରୀ । ଘରକୁ ସଜେଇବା ପାଇଁ କାଠରେ ଭଳିକି ଭଳି ସାମଗ୍ରୀ ତିଆରି କରି ଏବେ ଚର୍ଚାରେ ସମ୍ବଲପୁରର ଅବସରପ୍ରାପ୍ତ ଇଂଜିନିୟର ଶ୍ରୀପତି ପଣ୍ଡା ।

ବିନା ତାଲିମରେ ଅଦରକାରୀ କାଠ ପଟାରେ ତିଆରି କରୁଛନ୍ତି ସୁନ୍ଦର ସୁନ୍ଦର ଘର ସଜାଉଥିବା ଜିନିଷ । କାଠରେ ମାଛ, କଇଁଚି, କଇଁଛ, ଫୁଲ, ବାଘମୁଣ୍ଡ, ଲ୍ୟାମ୍ପଷ୍ଟାଣ୍ଡ, ଓମ୍ ସହିତ ବିଭିନ୍ନ ପଶୁପକ୍ଷୀ ଓ ଦେବାଦେବୀଙ୍କ ପ୍ରତିମୂର୍ତି ତିଆରି କରୁଛନ୍ତି ଅବସରପ୍ରାପ୍ତ ଇଂଜିନିୟର ଶ୍ରୀପତି ପଣ୍ଡା । ଯଦିଓ ଏସବୁ ବିକ୍ରି ଉଦ୍ଦେଶ୍ୟରେ କରୁନାହାନ୍ତି ଶ୍ରୀପତି, ତେବେ ବଜାରରେ ମିଳୁଥିବା ସାମଗ୍ରୀ ଠାରୁ କୌଣସି ଗୁଣରେ କମ୍ ନୁହେଁ ଏଗୁଡିକର ସୌନ୍ଦର୍ଯ୍ୟ ।

କର୍ମମୟ ଜୀବନରୁ ଅବସର ନେବା ପରେ ସମୟର ସଦୁପଯୋଗ ସାଙ୍ଗକୁ ଶାରୀରକୁ ଫିଟ୍ ରଖିବା ପାଇଁ ଏଭଳି ସୁନ୍ଦର କାରୁକାର୍ଯ୍ୟ କରୁଥନ୍ତି ଅବସରପ୍ରାସ୍ତ ନିର୍ବାହୀ ଯନ୍ତ୍ରୀ । ସ୍ୱାମୀଙ୍କ ଏଭଳି କାର୍ଯ୍ୟକୁ ସମର୍ଥନ କରିବା ସହିତ ସ୍ତ୍ରୀ ମଧ୍ୟ ଏଥିରେ ସହଯୋଗ କରିଛନ୍ତି । କରୋନା ମହାମାରୀ ଯବୁପିଢୀ ହତାଶ ହୋଇପଡୁଥିବା ବେଳେ ଏହି ଅବସରପ୍ରାପ୍ତ ଇଂଜିନିୟର ତାଙ୍କ ପାଇଁ ପ୍ରେରଣା ସାଜିଛନ୍ତି ।