କନକ ବ୍ୟୁରୋ : ଗୋବରରୁ ତିଆରି ହେଉଛି କାଠ । ମେସିନ ସାହାଯ୍ୟରେ ଗାଇର ଗୋବରକୁ କାଠର ଆକୃତି ଦିଆଯାଉଛି । ଆଉ ଏହାକୁ ଗୋବର କାଠ କୁହାଯାଉଛି । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ପ୍ରଦୂଷଣ ମୁକ୍ତ ପରିବେଶ ତଥା ରୋଜଗାର ସୃଷ୍ଟି କରିବା ଉଦ୍ଦେଶ୍ୟରେ କଟକ ଗୋଶାଳା ପକ୍ଷରୁ ଏପରି ଅଭିନବ ପ୍ରୟାସ ଆରମ୍ଭ ହୋଇଛି । ତେବେ ଏହି କାଠକୁ ଜାଳେଣୀ ରୂପେ ମଧ୍ୟ ବ୍ୟବହାର କରାଯାଉଛି ।
ଏକ ସ୍ୱତନ୍ତ୍ର ମେସିନ ସାହାଯ୍ୟରେ ଗୋବରରୁ କାଠ ତିଆରି ହେଉଛି । ବର୍ତ୍ତମାନ ପଞ୍ଜାବରେ ଏହି ମେସନର ବହୁଳ ବ୍ୟବହାର ହେଉଛି । ୫୫୦୦୦ ଟଙ୍କାର ଏହି ମେସିନରେ ଫୋପଡ଼ା ହେଉଥିବା ଗୋବରକୁ ଉପଯୋଗୀ କରିପାରିଛି କଟକ ଗୋଶାଳା । ଏହି ମେସିନ ଉପରେ ଏକ ଚାମ୍ବରରେ ଗୋବର ଭର୍ତ୍ତି କଲେ, ଗୋଟିଏ ପରେ ଗୋଟିଏ ଗୋବର କାଠ ମେସିନରୁ ବାହାରି ଆସୁଛି । ମେସିନରୁ ଗୋବର କାଠ ବାହାରିବା ପରେ ତା’କୁ ଖରାରେ ଭଲରେ ଶୁଖାଇ ଦିଆଯାଉଛି । ଆଉ ଏହିପରି ଭାବେ ସ୍ୱଳ୍ପ ଖର୍ଚ୍ଚ ଓ ସ୍ୱଳ୍ପ ସମୟରେ କାଠ ତିଆରି ହୋଇଯାଉଛି । ଏହି କାଠକୁ ଜାଳେଣୀ ରୂପେ ବ୍ୟବହାର କରିବା ସହ ବିନା ମୂଲ୍ୟରେ ବିଭିନ୍ନ ଶବଦାହ ସ୍ଥାନକୁ ଯୋଗାଇ ଦିଆଯାଉଛି ବୋଲି କହିଛନ୍ତି ଗୋଶାଳା ପରିଚାଳନା କମିଟି ସମ୍ପାଦନ । ତେବେ ସବୁଠାରୁ ବଡ଼ କଥା ହେଲୋ ଗୋବର କାଠ କାଠ ପ୍ରସ୍ତୁତ କରିବା ପ୍ରକିୟାରେ କିଛି ଲୋକଙ୍କୁ ରୋଜଗାର ମଧ୍ୟ ମିଳିଯାଉଛି ।
କଟକର ଗୋଶାଳା ପକ୍ଷରୁ ଆରମ୍ଭ ହୋଇଥିବା ଏହି ପ୍ରୟାସକୁ ସରକାର ସରକାରୀ ସ୍ତରରେ ବ୍ୟାପକ କରାଯିବା ଆବଶ୍ୟକ ବୋଲି କହିଛନ୍ତି ଗୋଶାଳା ଜନସମ୍ପର୍କ ଅଧିକାରୀ । ତେବେ ସହରାଞ୍ଚଳରେ ଫୋପଡ଼ା ହେଉଥିବା ଗୋବରକୁ ନୂଆ ଢ଼ଙ୍ଗରେ ଉପଯୋଗ କରିଥିବାରୁ କଟକ ଗୋଶାଳାର ପ୍ରୟାସକୁ ପ୍ରଂଶାସା କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/WOOD.jpg)
/kanak/media/post_attachments/wp-content/uploads/2019/11/Screen-Shot-2019-11-01-at-12.51.20-PM-300x225.png)
/kanak/media/post_attachments/wp-content/uploads/2019/11/Screen-Shot-2019-11-01-at-12.51.30-PM-300x226.png)