ବଜେଟ୍‌ରେ ନାରୀ ତୁ ନାରାୟଣୀ : ଜନଧନ ଖାତାଧାରୀଙ୍କ ପାଇଁ ୫୦୦୦ ଟଙ୍କାର ଓଭରଡ୍ରାଫ୍ଟ ସୁବିଧା, ଏକ ଲକ୍ଷ ଟଙ୍କାର ମୁଦ୍ରା ଋଣ ବ୍ୟବସ୍ଥା

328

କନକ ବ୍ୟୁରୋ : ମହିଳାଙ୍କ ବିକାଶରେ ଦେଶର ବିକାଶ ସମ୍ଭବ କଥା ଅଙ୍ଗେ ନିଭାଇଛନ୍ତି ସରକାର । ମହିଳାଙ୍କୁ ଦୃଷ୍ଟିରେ ରଖି ବଜେଟରେ ତଥା ନାରୀ ତୁ ନାରାୟଣୀ କହି ଉପସ୍ଥାପନ  ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ । ମହିଳାଙ୍କୁ ଜନଧନ ଖାତାରେ ଓଭରଡ୍ରାଫ୍ଟ ସୁବିଧା ପ୍ରଦାନ କରାଯିବ । ଜନଧାନ ଖାତାଧାରୀ ମହିଳାଙ୍କୁ ପାଇଁ ୫୦୦୦ ଟଙ୍କାର ଓଭରଡ୍ରାଫ୍ଟ ସୁବିଧା ମିଳିବ । ମହିଳାଙ୍କ ପାଇଁ ଭିନ୍ନ ରୂପରେ ଏକ ଲକ୍ଷ ଟଙ୍କାର ମୁଦ୍ରା ଋଣ ବ୍ୟବସ୍ଥା କରାଯିବ । ଉଜ୍ୱଳା ଯୋଜନା ଦ୍ୱାରା ସାତକୋଟି ଜନତାଙ୍କୁ ଗ୍ୟାସ କନେକ୍ସନ ଯୋଗାଇ ଦିଆଯିବା ପାଇଁ କହିଛନ୍ତି ଅର୍ଥମନ୍ତ୍ରୀ । ୨୦୨୨ ସୁଦ୍ଧା ଭାରତର ସମସ୍ତ ଗ୍ରାମରେ ଉଜ୍ୱଳା ଯୋଜନା ଜରିଆରେ ମହିଳାଙ୍କୁ ଗ୍ୟାସ ଯୋଗାଇ ଦିଆଯିବ ।

ସରକାର ଗଢ଼ିବା ଦିନ ଠାରୁ ମହିଳାଙ୍କ ବିକାଶ ଦିଗରେ କାମ କରୁଛନ୍ତି ମୋଦି ସକରାର । ମହିଳାଙ୍କ ବିକାଶ ଉପରେ ମୋଦି ସରକାର ଗୁରୁତ୍ୱ ଦେଉଛନ୍ତି । ମହିଳାଙ୍କ ବିକାଶକୁ ଦୃଷ୍ଟିରେ ରଖି ସରକାର ପୂର୍ବରୁ ଅନେକ ଲୋକାଭିମୁଖୀ ଯୋଜନା ଆରମ୍ଭ କରିଛନ୍ତି । ଉଜ୍ଜଳା ଯୋଜନା, ଶୌଚାଳୟ ସୁବିଧା, ଆଦି ଯୋଜନା କରି ମହିଳାଙ୍କୁ ପ୍ରାଥମିକତା ଦେଇଛନ୍ତି ସରକାର । ‘ଉଜ୍ଜଳା’- ମହିଳାଙ୍କ ଆଖିରୁ ଲୁହ ପୋଛି ମୁହଁରେ ହସ ଫୁଟେଇବାର ସବୁଠୁ ବଡ ଯୋଜନା ।