image courtesy-http://2.bp.blogspot.com
କନକ ବ୍ୟୁରୋ : ଆସନ୍ତା ବର୍ଷ ଠାରୁ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କା ମହିଳା ସେମାନଙ୍କ ‘ମହରମ୍’ ବା ସମ୍ପର୍କୀୟ ପୁରୁଷଙ୍କ (କିନ୍ତୁ, ସେ ବ୍ୟକ୍ତିଙ୍କ ସହ ବୈବାହିକ ସମ୍ପର୍କ ଯୋଡ଼ି ହେବନାହିଁ) ବିନା ହଜ୍ ଯାତ୍ରାରେ ଯାଇ ପାରିବେ । କିନ୍ତୁ, ଉକ୍ତ ମହିଳାମାନେ ୪ ଜଣିଆ ଦଳ କିଂବା ତହିଁରୁ ଊର୍ଦ୍ଧ୍ୱ ହୋଇ ଥିବା ଆବଶ୍ୟକ ବୋଲି ଶନିବାର ଦିନ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଆବାସ ନକଭି ।
୪୫ ବର୍ଷରୁ କମ୍ ବୟସର ମହିଳାମାନଙ୍କ ନିମନ୍ତେ ହଜ୍ ଯାତ୍ରାରେ ଯିବା ନିମନ୍ତେ ପୂର୍ବବତ୍ ପୁରୁଷ ଏସକର୍ଟର୍ ଆବଶ୍ୟକ ପଡ଼ିବ ବୋଲି ସ୍ପଷ୍ଟ କରା ଯାଇଛି । ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଅଫଜଲ୍ ଅମନୁଲ୍ଲା ତାଙ୍କୁ କେତେକ ସୁପାରିଶର ତାଲିକା ଥିବା ନୂତନ ନୀତି ରିପୋର୍ଟ ହସ୍ତାନ୍ତର କରିବା ପରେ ଏକ ହଜ୍ ସମୀକ୍ଷା କମିଟିରେ ନକ୍ଓ୍ଵି ଏହି ଘୋଷଣା କରିଛନ୍ତି । ସେହି ସୁପାରିଶ ସବୁରୁ କେତୋଟି ଆସନ୍ତା ବର୍ଷ ଠାରୁ ଲାଗୁ କରା ଯାଇ ପାରେ । ପ୍ରଚଳିତ ହଜ୍ ନୀତି ଅନୁସାରେ ପୁରୁଷ ଏସକର୍ଟ ନ ଥିବା ମହିଳାଙ୍କୁ ହଜ୍ ଯାତ୍ରାରେ ସାଉଦି ଆରବ ଯିବାକୁ ଅନୁମତି ମିଳେ ନାହିଁ । ହଜ୍ ଯାତ୍ରା ପାଇଁ ଏବେ ମେହରମ୍ଙ୍କ କୋଟା ୨୦୦ ଥିବାବେଳେ ତାହାକୁ ୫୦୦କୁ ବୃଦ୍ଧି କରାଯାଇଛି ।
ଏବେ ଭାରତର ହଜ୍ କୋଟା ସଂଖ୍ୟ ହେଉଛି ୧, ୭୦, ୦୨୫ । ମୁସଲମାନଙ୍କ କେତେକ ଗୋଷ୍ଠୀ ବିନା ମହରମରେ ମହିଳାମାନଙ୍କୁ ହଜ୍ ଯାତ୍ରା ପାଇଁ ଅନୁମତି ଦେଉ ନ ଥିବାବେଳେ ଅନ୍ୟ କେତେକ ଗୋଷ୍ଠୀ ଏଥିପାଇଁ ଅନୁମତି ଦେଉଛନ୍ତି । ଏହି ବିକଳ୍ପ ବ୍ୟବସ୍ଥାକୁ ଗ୍ରହଣ କରିବା ନ କରିବା ସମ୍ପୃକ୍ତ ଗୋଷ୍ଠୀଙ୍କ ଉପରେ ନିର୍ଭର କରେ ବୋଲି ଅମନୁଲ୍ଲା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ନୀତି ପ୍ରଚଳନ କରିବାକୁ ସାଉଦି ସରକାର ତାଙ୍କୁ ଅନୁମତି ଦେଇଛି । ଏହାକୁ ସଂସ୍କାରମୂଳକ ବୋଲି ଆଖ୍ୟା ଦେଇ ନକ୍ଓ୍ଵି କହିଛନ୍ତି, ଆସନ୍ତା ବର୍ଷ ଠାରୁ ଏହାକୁ ଲାଗୁ କରିବା ନିମନ୍ତେ ଭାରତୀୟ ହଜ୍ କମିଟି ବିଚାର କରି ପାରନ୍ତି ।
ଏହି ପଦକ୍ଷେପକୁ ମହିଳାମାନଙ୍କ ଅଧିକାର ସାମାଜିକ କର୍ମୀମାନେ ସ୍ୱାଗତ କରିଛନ୍ତି । ଏହା ଏକ ବଡ଼ ସଂସ୍କାର ।
ଇସଲାମୀୟମାନେ ମହିଳାମାନଙ୍କୁ ପୁରୁଷମାନଙ୍କ ଠାରୁ ହୀନ ମନେ କରୁଛନ୍ତି ବୋଲି ରହି ଆସିଥିବା ଧାରଣାକୁ ଏହା ହଟାଇ ଦେବାରେ ସହାୟକ ହେବ ବୋଲି ଇସ୍ଲାମୀୟ ବିଦୂଷୀ ଜୀନତ୍ ସୌକତ୍ ଅଲି । ସେ ଯାହାହେଉ, ରକ୍ଷଣଶୀଳ ମୌଲବୀମାନେ ଏହାକୁ ଶାରିଆରେ ହସ୍ତକ୍ଷେପ ବୋଲି କହିଛନ୍ତି । ଯଦି ଜଣେ ମୁସଲମାନ ମହିଳା ଏତେ ଦୂର ପରିକ୍ରମା କରିବେ ତେବେ ସେ ଜଣେ ମହରମ୍ଙ୍କ ସାଥିରେ ଯିବା କଥା ବୋଲି ଜାମିଆତ୍-ଉଲ୍-ଉଲେମା-ଏ-ହିନ୍ଦର ମୁଫତି ମହମ୍ମଦ କହିଛନ୍ତି ।
୨୦୧୨ ମସିହା ସୁପ୍ରିମ୍ କୋର୍ଟଙ୍କ ନିର୍ଦେଶାବଳୀ ଅନୁସାରେ ହଜ୍ ସବ୍ସିଡି ଛାଡ଼ି ଦେବା ପାଇଁ ମଧ୍ୟ ହଜ୍ କମିଟି ବିଚାର ଆଲୋଚନା କରୁଛି ବୋଲି ଜଣା ପଡ଼ିଛି। ସବସିଡି ବନ୍ଦ କରିବା ଏବଂ ଜଣିକିଆ ତୀର୍ଥଯାତ୍ରୀଙ୍କ ଖର୍ଚ କମ୍ କରାଇବା ପାଇଁ କେନ୍ଦ୍ର ସରକାର ଏକ ସମୁଦ୍ର ପଥ ଫିଟାଇବାକୁ ବିଚାର କରୁଛନ୍ତି ।
Follow Us