କନକ ବ୍ୟୁରୋ : କଳିଙ୍ଗ ମୋଟର୍ସ ସ୍ପୋଟସ କ୍ଳବ ଓ ରୋଟାରୀ କ୍ଳବ ଆନୁକୂଲ୍ୟରେ ଆଜି ଭୁବନେଶ୍ୱରରେ ଆରମ୍ଭ ହେଉଛି କାର ପ୍ରତିଯୋଗୀତା । ଏହି ପ୍ରତିଯୋଗିତାରେ କେବଳ ମହିଳା ମାନେ ଭାଗ ନେଉଥିବା ବେଳେ ସାରା ଦେଶରୁ ପାଖାପାଖି ୭୫ ମହିଳା ଭାଗ ନେଉଛନ୍ତି ।
କୋଲକାତା, ମୁମ୍ବାଇ, ଚେନ୍ନାଇ ଓ ଦିଲ୍ଲୀରୁ ବି ପ୍ରତିଯୋଗି ଭାଗ ନେଉଥିବା ଜଣାପଡିଛି । ଏହି ପ୍ରତିଯୋଗୀମାନେ ଭୁବନେଶ୍ୱରର ହୋଟେଲ ମେଫେୟାରରୁ ବାହାରିବେ ଆଉ ସମୟ ମୁତାବକ ପୁଣି ହୋଟେଲ ମେଫେୟାରରେ ପହଁଚିବା ପରେ ହିଁ ତାଙ୍କ ଭିତରେ ବିଜୟୀ ମହିଳାଙ୍କୁ ପୁରସ୍କୃତ କରାଯିବାର ବ୍ୟବସ୍ଥା ରହିଛି ।
୧୦ ହଜାର ଟଙ୍କାରୁ ଆରମ୍ଭ କରି ୭୫ ହଜାର ଟଙ୍କା ଯାଏଁ ପୁରସ୍କାର ରାଶି ରଖାଯାଇଛି । ଏହି ପ୍ରତିଯୋଗୀତାରେ ଓଡିଶାରୁ ଓଲିଉଡ୍ ଅଭିନେତ୍ରୀ ଉଷଶୀ ମିଶ୍ର ସମେତ ବହୁ ବିଶିଷ୍ଟ ମହିଳା ଭାଗ ନେଉଥିବା ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-12-08h17m02s800.png)