କନକ ବ୍ୟୁରୋ : ଗାଁରେ ମଦ ବେପାର ବିରୋଧରେ ତାତିଲେ ମହିଳା । ମଦ ଦୋକାନ ଭାଂଗିଲେ, ନିଆଁ ଲଗାଇଲେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଲକ୍ ପିକୋଳ ପଂଚାୟତ ମନୋହରପୁର ଗାଁରେ । ଦୀର୍ଘଦିନ ହେଲା ଗାଁରେ ଚୋରା ମଦ କାରବାର ଜାରି ରହିଥିଲା ।
ଏନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ ବି କରୁଥିଲେ । ତେବେ ପୋଲିସ କିମ୍ବା ଅବକାରୀ ବିଭାଗ ଏନେଇ କିଛି ପଦକ୍ଷେପ ନନେବା ପରେ ହଠାତ୍ ଆକ୍ସନ ମୁଡକୁ ଆସିଯାଇଥିଲେ ଗ୍ରାମବାସୀ । ଏପରିକି ଦୀର୍ଘସମୟ ଧରି ନିଆଁ ଜାଳି ରାସ୍ତା ଅବରୋଧ ବି କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-14-07h42m33s087.png)