କନକ ବ୍ୟୁରୋ : ୨ ଛୁଆଙ୍କୁ ମାରି ଆତ୍ମହତ୍ୟା କଲା ମା’ । ଭବାନୀପାଟଣା ସଦରଥାନା ଅନ୍ତର୍ଗତ ସଂଝରଣ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସ୍ୱାମୀଙ୍କ ଅନୁପସ୍ଥିତିରେ ଦୁଇ ନାବାଳକ ପୁଅଙ୍କ ଗଳାକାଟି ହତ୍ୟା କରିବା ପରେ ମା ରେଳ ଲାଇନରେ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତକ ମାନେ ହେଉଛନ୍ତି ୪ ବର୍ଷିୟ ରବିନ୍ଦ୍ର ମାଝି, ୬ ବର୍ଷିୟ ଦୁଷ୍ମନ୍ତ ମାଝି ଓ ମା ବିମଳା ମାଝି ।
ସକାଳୁ ଗ୍ରାମର କେତେକ ଲୋକ ଶୌଚ ହେବା ନିମନ୍ତେ ଗାଁ ପାଖ ଦେଇ ପଡ଼ିଥିବା ରେଳଧାରଣା ଅଞ୍ଚଳକୁ ଯାଇଥିଲେ । ସେଠାରେ ବିମଳାଙ୍କ ଶବ ପଡ଼ିଥିବା ଦେଖିବା ପରେ ତାଙ୍କ ଘରକୁ ଆସି ପିଲା ଦୁଇଜଣଙ୍କୁ ହତ୍ୟା କରାଯାଇଥିବା ଦେଖିଥିଲେ । ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରିଛନ୍ତି ସମ୍ପର୍କୀୟ । ଭବାନୀପାଟଣା ପୋଲିସ ପହଁଚି ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି ।