ଅଟୋକୁ ଧକ୍କା ଦେଲା ବସ୍ : ଜଣେ ମୃତ, ୬ ଗୁରୁତର

950

କନକ ବ୍ୟୁରୋ : ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଆମ୍ବଗଡ଼ରେ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣ ଗୁରୁତର ହୋଇଥିବା ଖବର ମିଳିଛି ମିଳିଥିବା ସୂଚନା ଅନୁଯାୟୀ, ଗୁଣସଗାରରୁ ଗୋଟିଏ ପରିବାରର ଜଣ ସଦସ୍ୟ ଅଟୋରେ ମାଣ୍ଡିଆପଲିରେ ଥିବା ଶିରିଡ଼ି ସାଇ ମନ୍ଦିରକୁ ଯାଉଥିଲେ ଆମ୍ବଗଡ଼ ନିକଟରେ ସ୍ୱପ୍ନସାଗର ନାମକ ଏକ ଯାତ୍ରୀବାହୀ ବସ୍ଉକ୍ତ ଅଟୋକୁ ଧକ୍କା ଦେଇଥିଲା । ଫଳରେ ସେଥିରେ ଥିବା ସମସ୍ତେ ଗୁରୁତର ହୋଇପଡ଼ିଥିଲେ । ସେହି ଅଟୋରେ ଥିବା ରଞ୍ଜିତା ଦଳେଇ ନାମ୍ନୀ ଜଣେ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି  । 

ଏଥିରେ ଅଟୋ ଡ୍ରାଇଭରଙ୍କ ସମେତ ଅନ୍ୟ ଛଅ ଜଣଙ୍କର ଅବସ୍ଥା ସଂକଟାପନ୍ନ ବୋଲି କୁହାଯାଉଛି । ସେମାନଙ୍କ ଭିତରୁ ଜଣେ ବର୍ଷର ବାଳକକୁ କଟକର ଏସସିବିକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି । ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ବସ୍କୁ ଜବତ କରିଥିଲା ଏବଂ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି

 

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.